ବିଳମ୍ବ ଜିଏସ୍‌ଟି ଫାଇଲିଂରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୬: କରୋନା ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। କାରବାର ପ୍ରଭାବିତ ହୋଇଥିବା ଲୋକମାନେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂ କରିବାରେ ନାନା ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ବିଚାର କରି ସରକାର ଟିକସଦାତାଙ୍କ ଲାଗି କିଛି ବିକଳ୍ପ ବ୍ୟବସ୍ଥା କରିଛନ୍ତି। ବାର୍ଷିକ ୫ କୋଟି ଟଙ୍କାର କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ବିଳମ୍ବରେ ଜିଏସ୍‌ଟି ରିଟର୍ନ ଫାଇଲ ଉପରେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ ବିଳମ୍ବ ଜିଏସ୍‌ଟି ଫାଇଲିଂ କ୍ଷେତ୍ରରେ ଲାଗୁଥିବା ସୁଧକୁ ୯%କୁ ହ୍ରାସ କରାଯାଇଛି। ଏହି ସୁଧ ହାର ପୂର୍ବରୁ ୧୮% ରହିଥିଲା। ଫେବୃୟାରୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସ ଲାଗି ଏହି ସୁବିଧା ଉପଲବ୍ଧ ହେବ। ସେହିଭଳି ଚଳିତ ବର୍ଷ ସେପ୍ଟେମ୍ବର ଯାଏ ଲୋକଙ୍କୁ ରିଟର୍ନ ଫାଇଲ କରିବା ନେଇ ସୁବିଧା ଦିଆଯାଇଛି। ମେ, ଜୁନ ଏବଂ ଜୁଲାଇ ମାସ ଲାଗି ରିଟର୍ନ ଫାଇଲ କରିବା ଅବଧିକୁ ମଧ୍ୟ ସେପ୍ଟେମ୍ବର ଯାଏ ବୃଦ୍ଧି କରାଯାଇଛି। ଏହି ସମୟ ଅବଧି ଲାଗି ବିଳମ୍ବ ଦେୟରେ କୌଣସି ସୁଧ କିମ୍ବା ଚାର୍ଜ ଲାଗୁ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜିଏସ୍‌ଟି ପରିଷଦ ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଜୁଲାଇ ୨୦୧୭ଠାରୁ ଜାନୁୟାରୀ ୨୦୨୦ ମଧ୍ୟରେ ପଞ୍ଜୀକୃତ କମ୍ପାନୀଗୁଡ଼ିକର କୌଣସି ଟିକସ ଦେୟ ନ ଥିଲେ ବିଳମ୍ବରେ ଜିଏସ୍‌ଟି ଫାଇଲିଂ କଲେ ମଧ୍ୟ କୌଣସି ଜରିମାନା ଲାଗୁ ହେବ ନାହିଁ। ଅନ୍ୟ ଟିକସଦାତା ମାସିକ ସେଲ୍‌ସ ରିଟର୍ନ ଫାଇଲ କରି ନ ଥିଲେ ବିଳମ୍ବ ଦେୟ ଜନିତ ଜରିମାନାକୁ ହ୍ରାସ କରାଯାଇ ସର୍ବୋଚ୍ଚ ୫୦୦ ଟଙ୍କା ରଖାଯାଇଛି। ଜୁଲାଇ ୨୦୧୭ ଠାରୁ ଜାନୁୟାରୀ ୨୦୨୦ ସମୟ ଅବଧିରେ ଏହା ଲାଗୁ ହେବ। କରୋନା ପ୍ରଭାବ ନେଇ ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଜିଏସ୍‌ଟି ସଂଗ୍ରହରେ ଉପୁଜିଥିବା ବାଧା , ଜୋତା, ସାର, ଏବଂ ଟେକ୍ସଟାଇଲ ସାମଗ୍ରୀ ଉପରେ ଟିକସକୁ ନେଇ ବିଚାର କରାଯିବା ଭଳି ପ୍ରସଙ୍ଗ ବୈଠକରେ ସାମିଲ ରହିଥିଲା। ଆଗାମୀ ବୈଠକଗୁଡିକରେ ପାନମସଲା ଉପରେ ଟିକସକୁ ମଧ୍ୟ ଆଲୋଚନା ପରିସରଭୁକ୍ତ କରାଯିବ। ସେହିଭଳି ରାଜ୍ୟଗୁଡିକୁ ପ୍ରଦାନ କରାଯାଉଥିବା ଜିଏସ୍‌ଟି କ୍ଷତିପୂରଣ ଆବଶ୍ୟକତା ଉପରେ ବିଚାର କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri