ପରଟାରେ ଲାଗିବ ୧୮% ଜିଏସ୍‌ଟି:ଏଏଆର୍‌

ମୁମ୍ବାଇ,୧୩।୬: ପରଟା ରୁଟି ନୁହେଁ। ଏଥିରେ ୧୮% ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ଥିବା ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂସ(ଏଏଆର୍‌)ର କର୍ନାଟକ ବେଞ୍ଚ ରୁଟି ଏବଂ ପରଟା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସହ ସର୍ବୋଚ୍ଚ ଟିକସ ହାର ୧୮% ଲାଗୁ ହେବା ନେଇ ନିର୍ଦ୍ଦେଶରେ କହିଛନ୍ତି। ବର୍ତ୍ତମାନ ରୁଟି ଉପରେ ୫% ଜିଏସ୍‌ଟି ଲାଗୁ ହେଉଛି। ପରଟାକୁ ଖାକରା, ପ୍ଲେନ୍‌ ଚପାତି ବା ରୁଟି ବର୍ଗରେ ସାମିଲ କରିବା ଲାଗି ହ୍ବାଇଟଫିଲ୍ଡଠାରେ ଅବସ୍ଥିତ ଏକ ଘରୋଇ ଖାଦ୍ୟ ପ୍ରସ୍ତୁତ କରୁଥିବା ଆବେଦନ କରିଥିଲା। ଆବେଦନକାରୀଙ୍କ ମତ ଉପରେ ଏଏଆର୍‌ ନିଜର ପକ୍ଷ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ରେଡି ଟୁ ଇଟ୍‌ ଫୁଡ୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ଆଇଡି ଫ୍ରେସ୍‌ ଫୁଡ୍‌ ଏଏଆର୍‌ଙ୍କ ନିକଟରେ ଏକ ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ସମ୍ପୂର୍ଣ୍ଣ ଅଟାରୁ ତିଆରି ପରଟା ଏବଂ ମାଲାବାର ପରଟା ଉପର କେଉଁଭଳି ଜିଏସ୍‌ଟି ଲାଗୁ କରାଯିବା ଆବଶ୍ୟକ ସେ ଉପରେ ସ୍ପଷ୍ଟତା ଆସୁ। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁସି ଇଣ୍ଡିଆର ପାର୍ଟନର ପ୍ରତୀକ ଜୈନ କହିଛନ୍ତି, ରୁଟିକୁ ଏକ ଜେନେରିକ ଟର୍ମ ଭାବେ ଏଏଆର୍‌ ନେଇନାହାନ୍ତି। ଏହାକୁ ବିଭିନ୍ନ ବର୍ଗର ଭାରତୀୟ ବ୍ରେଡ୍‌ ଭାବେ ମଧ୍ୟ ବିବେଚନା କରାଯାଇପାରିବ। କେବଳ କିଛି ବର୍ଗ ପାଇଁ ଏହା ଉଦ୍ଦିଷ୍ଟ ନ ହୋଇପାରେ ବୋଲି ଏଏଆର୍‌ ବିବେଚନା କରିଛନ୍ତି।
ଏଏଆର୍‌ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ୧୯୦୫ ହେଡିଂରେ ଆସୁଥିବା ପ୍ରଡକ୍ଟ(ରୁଟି) ରେଡି ଟୁ ୟୁଜ ଖାଦ୍ୟ ପ୍ରସ୍ତୁତି ବର୍ଗରେ ଆସୁଛି। ଅନ୍ୟ ପକ୍ଷରେ ପରଟାକୁ ଖାଇବା ଆଗରୁ ଗରମ କରିବାକୁ ପଡିଥାଏ। ଏଭଳି ଅନ୍ୟ କିଛି ପ୍ରସଙ୍ଗକୁ ଆଧାରକରି ପରଟାକୁ ୧୯୦୫ ହେଡିଂ ମଧ୍ୟ ସାମିଲ କରାଯାଇ ନାହିଁ। ସେହିଭଳି ଏଣ୍ଟ୍ରି ୯୯ ନିୟମ ପରିସରରେ ପରଟା ଆସୁନାହିଁ। ଏଭଳି ସ୍ଥିତିରେ ଏଏଆରଙ୍କ ନିର୍ଦ୍ଦେଶ ଗୁରୁତ୍ୱ ବହନ କରେ। ଅନ୍ତତଃ ପକ୍ଷେ କର୍ନାଟକରେ ପରଟା ପ୍ରେମୀଙ୍କୁ ଅଧିକ ଜିଏସ୍‌ଟି ଟିକସ ପ୍ରଦାନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri