ବିଲୟ ପଥେ ବିଏସ୍‌ଏନ୍‌ଏଲ୍‌

ଜନାର୍ଦ୍ଦନ ପତି
ଆମ ଦେଶରେ ଯେତେ ଟେଲିଫୋନ କମ୍ପାନୀ ଟେଲି ଯୋଗାଯୋଗ ବ୍ୟବସାୟ କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ବା ବିଏସ୍‌ଏନ୍‌ଏଲ୍‌ ହେଉଛି ଏକମାତ୍ର ସରକାରୀ ଟେଲି କମ୍ପାନୀ। ଏହା ବ୍ୟତୀତ ତିନୋଟି ବେସରକାରୀ କମ୍ପାନୀ ଅଛନ୍ତି। ସେଗୁଡିକ ହେଲେ- ଭାରତୀ ଏୟାରଟେଲ ଲିମିଟେଡ୍‌, ରିଲାଏନ୍ସ ଜିଓ ଓ ଭୋଡାଫୋନ୍‌ ଆଇଡିଆ। ଆମ ଦେଶରେ ମୋବାଇଲ ଗ୍ରାହକ ସଂଖ୍ୟା ପ୍ରାୟ ୧୧୮ କୋଟି ଓ ଟେଲିଫୋନ୍‌ ଗ୍ରାହକ ସଂଖ୍ୟା ପ୍ରାୟ ଦୁଇକୋଟି ୧୫ ଲକ୍ଷ। ଦେଶର ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଟେଲିକମ୍‌ ରେଗୁଲେଟରୀ ଅଥୋରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ନିୟନ୍ତ୍ରଣ କରେ।
ଗତ ନଭେମ୍ବର ମାସରେ ଭାରତ ସରକାରଙ୍କ ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ନିଷ୍ପତ୍ତି ନେଲା ଯେ, ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ (ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ)ରୁ ସ୍ଥାୟୀ କର୍ମଚାରୀମାନଙ୍କୁ ସ୍ବେଚ୍ଛାକୃତଭାବେ ଅବସର (ଭିଆର୍‌ଏସ୍‌) ନେବା ପାଇଁ କୁହାଯିବ। କାରଣ ସ୍ବରୂପ କୁହାଗଲା ଯେ, ବିଏସ୍‌ଏନ୍‌ଏଲ୍‌ର ୨୦୧୮-୧୯ ଆର୍ଥିକ ବର୍ଷରେ ଆୟ କମିଯିବା ଫଳରେ କମ୍ପାନୀ ୧୪ ହଜାର କୋଟି ଟଙ୍କା କ୍ଷତି କରିଛି। ବିଏସ୍‌ଏନ୍‌ଏଲ୍‌ କାହିଁକି କ୍ଷତି ସହିଛି? ତାହାର କାରଣ ସରକାର କହିଲେ ନାହିଁ। ପ୍ରକୃତ କାରଣ ହେଉଛି ଅନ୍ୟ ବେସରକାରୀ କମ୍ପାନୀ ସହିତ ବିଏସ୍‌ଏନ୍‌ଏଲ୍‌କୁ ପ୍ରତିଯୋଗିତା ପାଇଁ ସମାନ ସୁଯୋଗ ଦିଆଗଲା ନାହିଁ। ବେସରକାରୀ କମ୍ପାନୀମାନଙ୍କୁ ୪ଜି ସ୍ପେକ୍ଟ୍ରମ କେନ୍ଦ୍ର ସରକାର ଯୋଗାଇ ଦେବାବେଳେ ବିଏସ୍‌ଏନ୍‌ଏଲ୍‌କୁ ୩ଜି ସ୍ପେକ୍ଟ୍ରମ୍‌ରେ କାମ କରିବାକୁ କୁହାଗଲା। ବିଏସ୍‌ଏନ୍‌ଏଲ୍‌ ଯେଉଁସବୁ ପ୍ରମୁଖ କ୍ଷେତ୍ରରେ ସେବା ଯୋଗାଉଥିଲା, ଯଥା- ବିମାନ ବନ୍ଦର, ରେଳଷ୍ଟେସନ ଇତ୍ୟାଦି ସେ ସବୁ ସ୍ଥାନରେ ବିଏସ୍‌ଏନ୍‌ଏଲ୍‌କୁ ହଟାଇ ଜିଓ କମ୍ପାନୀକୁ ବ୍ୟବସାୟ କରିବାକୁ ଦିଆଗଲା। ତିନୋଟି ଯାକ ଘରୋଇ କମ୍ପାନୀ ଯଥା ଭୋଡାଫୋନ୍‌ ଆଇଡିଆ, ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ବ୍ୟାଙ୍କମାନଙ୍କରୁ ୭ ଲକ୍ଷ ପଚାଶ ହଜାର କୋଟି ଟଙ୍କା ଋଣ ନେଇଛନ୍ତି, କିନ୍ତୁ ବିଏସ୍‌ଏନ୍‌ଏଲ୍‌କୁ ମାତ୍ର ପନ୍ଦର ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ନେବାକୁ ସରକାର ଅନୁମତି ଦେଲେ ନାହିଁ। ବିଏସ୍‌ଏନ୍‌ଏଲ୍‌ର ସମସ୍ତ ଭିିତ୍ତିଭୂମିକୁ ଘରୋଇ ଟେଲିକମ୍‌ କମ୍ପାନୀମାନେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମତି ଦେଲେ। ଫଳରେ ବେସରକାରୀ କମ୍ପାନୀମାନେ ବ୍ୟାଙ୍କରୁ ଆବଶ୍ୟକ ଋଣ ଓ ଭିିତ୍ତିଭୂମି ସେମାନଙ୍କ ବ୍ୟବସାୟର ପ୍ରସାର ପାଇଁ ଲାଭ କରିବାରେ ସକ୍ଷମ ହେଲେ। ବିଏସ୍‌ଏନ୍‌ଏଲ୍‌ରେ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ଓ ଠିକା ଶ୍ରମିକଙ୍କ ସଂଖ୍ୟା ପ୍ରାୟ ତିନି ଲକ୍ଷ। ସ୍ଥାୟୀ କର୍ମଚାରୀମାନେ ୨ ମାସର ଦରମା ପାଇ ନ ଥିବା ବେଳେ ଠିକା ଶ୍ରମିକମାନେ ଆଠ ମାସ ଧରି ବକେୟା ଦରମା ପାଇନାହାନ୍ତି। ଅଧିକାଂଶ ଠିକା ଶ୍ରମିକ ଦରମା ନ ପାଇବା ସତ୍ତ୍ୱେ ଚାକିରି ଛାଡି ଯାଉନାହାନ୍ତି, କାରଣ ନିଯୁକ୍ତିର ସୁଯୋଗ ନାହିଁ। ଏହା ମଧ୍ୟରେ ସାତ ଜଣ ଠିକା ଶ୍ରମିକ ଦାରିଦ୍ର୍ୟ ଯୋଗୁ ଆମତ୍ହତ୍ୟା କରିଛନ୍ତି।
କେନ୍ଦ୍ର ସରକାର ସ୍ବେଚ୍ଛାକୃତ ଅବସର ଯୋଜନାର ଶେଷ ତାରିଖ ରଖିଥିଲେ ଡିସେମ୍ବର ୩, ୨୦୧୯। ଯେଉଁମାନଙ୍କର ବୟସ ୫୦ ବର୍ଷ ହୋଇଯାଇଛି, ସେମାନେ ସ୍ବେଚ୍ଛାକୃତ ଅବସର ଯୋଜନାରେ ଅବସର ନେବା ପାଇଁ ଆବେଦନ କରିପାରିବେ। ଶେଷ ତାରିଖ ବେଳକୁ ଦେଖାଗଲା ବିଏସ୍‌ଏନ୍‌ଏଲ୍‌ର ୮୦ ହଜାର କର୍ମଚାରୀ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଅର୍ଥାତ୍‌ ୮୦ ହଜାର ପଦବୀ ବିଏସ୍‌ଏନ୍‌ଏଲ୍‌ରୁ ଲୋପ ପାଇବ ଓ ମହାନଗର ଟେଲିଫୋନ ନିଗମ ଲିମିଟେଡରୁ ୧୨ ହଜାର ପଦବୀ ଲୋପ ପାଇବ। ସରକାର ନିଯୁକ୍ତି ଦେବା ପରିବର୍ତ୍ତେ ପଦବୀ ଲୋପ କରିଚାଲିଛନ୍ତି।
ବେସରକାରୀ କମ୍ପାନୀମାନେ ଋଣଗ୍ରସ୍ତ ହୋଇଛନ୍ତି। ସାତ ଲକ୍ଷ ପଚାଶ ହଜାର କୋଟି ଟଙ୍କା ଋଣ ବ୍ୟତୀତ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନିଉ (AGR) ସମ୍ପର୍କରେ ଯେଉଁ ମାମଲା ଚାଲିଥିଲା, ସେଥିରେ ସୁପ୍ରିମ୍‌କୋର୍ଟ ଗତମାସରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଟେଲିକମ୍‌ କମ୍ପାନୀମାନଙ୍କୁ ଟେଲିକମ୍‌ ବିଭାଗକୁ ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଦେବାକୁ ହେବ। ଏବେ ସେଲ୍ୟୁଲାର ଅପରେଟର ଆସୋସିଏଶନ ଅଫ୍‌ ଇଣ୍ଡିଆର ଡାଇରେକ୍ଟର ଜେନେରାଲ ରଞ୍ଜନ ମାଥ୍ୟୁ କହିଛନ୍ତି ଯେ, ଟେଲିଫୋନ୍‌ ରେଗୁଲେଟିଂ ଅଥରିଟି, ଟେଲିଫୋନ୍‌ର ମୂଳ ରେଟ ସ୍ଥିର କରୁ, ମାତ୍ର ଟେଲିକମ୍‌ ସେକ୍ରେଟାରୀ ଅଂଶୁ ପ୍ରକାଶ କହିଛନ୍ତି ଯେ, ଏପରି ସିଦ୍ଧାନ୍ତ ଏ ପର୍ଯ୍ୟନ୍ତ ଗ୍ରହଣ ହୋଇନାହିଁ।
ବଡ ବଡ ବେସରକାରୀ ଟେଲିକମ୍‌ କମ୍ପାନୀମାନେ ବ୍ୟାଙ୍କମାନଙ୍କରୁ ସାଢେ ସାତ ଲକ୍ଷ କୋଟି ଟଙ୍କା ଋଣ ନେଇ ଏବେ ପୁଣି ଲୋକଙ୍କ ଉପରୁ ଚଢା ଦରରେ ମୋବାଇଲ ଦେୟ ଆଦାୟ କରିବେ। ସେତେବେଳେ ଦେଶର ଟେଲିଫୋନ୍‌ ଗ୍ରାହକମାନଙ୍କୁ ବିଏସ୍‌ଏନ୍‌ଏଲ୍‌ ସୁଲଭ ମୂଲ୍ୟରେ ସେବା ଯୋଗାଇପାରିବ ନାହିଁ, କାରଣ ବିଏସ୍‌ଏନ୍‌ଏଲ୍‌ ହୁଏତ ଖୁବ୍‌ ରୁଗ୍‌ଣ ହୋଇଯାଇଥିବ ବା ସରକାରୀ ଭାବେ ମୃତ ବୋଲି ଘୋଷଣା କରାଯାଇଥିବ, ଯେମିତି ଏୟାର ଇଣ୍ଡିଆକୁ କରାଯାଉଛି। ବିଏସ୍‌ଏନ୍‌ଏଲ୍‌ର ଭବିଷ୍ୟତ ଗତି ତେବେ କୁଆଡକୁ?
ଆଧୁନିକ ଯୁଗରେ ମୋବାଇଲ ଫୋନର ଆବଶ୍ୟକତାକୁ କୌଣସି ବ୍ୟକ୍ତି ନୂ୍ୟନ କରି ଦେଖିପାରିବେ ନାହିଁ। କେନ୍ଦ୍ର ସରକାର ଏପରି ଯୋଜନା କରିଛନ୍ତି ଯେ, ବେସରକାରୀ ମୋବାଇଲ ସେବା ବ୍ୟତୀତ ଆଉ କିଛି ବିକଳ୍ପ ଦେଶବାସୀଙ୍କ ପାଖରେ ନ ଥିବ।
ମୋ- ୯୪୩୭୦୦୭୭୭୦, janardanpati1947@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri