ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା ଏହି ନଦୀ ବର୍ଷାଦିନରେ ମଧ୍ୟ ପାଣି ନାହିଁ। ଏଣୁ ଏଭଳି ଅବସ୍ଥା ଜାରି ରହିଲେ ନଦୀ ଲୁପ୍ତ ହୋଇଯିବ ବୋଲି ବହୁ ବରିଷ୍ଠ ନାଗରିକ ଏଭଳି ମତବ୍ୟକ୍ତ କରୁଛନ୍ତି। ଜିଲାରେ ବ୍ୟାପକ ପ୍ରଦୂଷଣ ଯୋଗୁ ସଙ୍କୁଚିତ ଓ ପୋତି ହୋଇଯାଇଥିବା ବୈତରଣୀ ଏବେ ବର୍ଷାଭାବ ସାଙ୍ଗକୁ କମ୍ପାନୀ ଗୁଡ଼ିକର ପ୍ରଚୁର ଜଳ ଶୋଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉପର ମୁଣ୍ଡରେ ବହୁ ପ୍ରତିଷ୍ଠିତ କମ୍ପାନୀ ମାନେ ପାଣି ନେଉଥିବାରୁ ତଳ ମୁଣ୍ଡରେ ଜଳସଙ୍କଟ ଦେଖାଦେଉଛି। ଯଦି ଜଳ ସଂରକ୍ଷଣ କରିବା ସହ ଜଳ ଆବଣ୍ଟନ ବନ୍ଦ ନ କରାଯାଏ ତେବେ ତଳ ମୁଣ୍ଡରେ ନିର୍ମାଣାଧୀନ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଜଳାଭାବ ଯୋଗୁ ବନ୍ଦ ହୋଇ ଯିବ ବୋଲି ମତ ପ୍ରକାଶ ପାଉଛି।
ପ୍ରକାଶ ଯେ କେନ୍ଦୁଝର ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ଯୋଗୁଁ ଓଡିଶାର କେନ୍ଦୁଝର ସମେତ ପଡୋଶୀ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଉପକୃତ ହୋଇଥାନ୍ତି। ଏହାର ପରିପୁଷ୍ଟ ଅଞ୍ଚଳରେ ଥିବା ଶତାଧିକ ଗ୍ରାମର ଲୋକ ମାନେ କୃଷି, ପାନୀୟଜଳ, ମାଛ ଚାଷ ଆଦି କରି ଏଥିରୁ ବଞ୍ଚୁଥିବା ବେଳେ ଏହା ଦ୍ୱାରା ଜଙ୍ଗଲ ଓ ପରିବେଶର ସୁରକ୍ଷା ହେଉଛି। ତେବେ ଗତ କିଛି ବର୍ଷ ହେଲା ଏହି ନଦୀର ଜଳ ସ୍ରୋତ କମିବାକୁ ଲାଗିଥିବାରୁ ଚାଷ ଓ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ କ୍ଷୟ ହେଉଥିବା ମୃତ୍ତିକା ଏବଂ ନଦୀର ଅବବାହିକା ଅଞ୍ଚଳରେ ଥିବା ଖଣିଖାଦାନ, ଶିଳ୍ପର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ପଡୁଥିବାରୁ ପୋତିହୋଇଗଲାଣି ଏବଂ ଜଳ ଜହରରେ ପରିଣତ ହୋଇଯାଇଛି। ଅନ୍ୟପକ୍ଷେ ଜଳ ସଂରକ୍ଷଣ କରିବା ପାଇଁ ୪୦ ବର୍ଷ ତଳେ ପରିକଳ୍ପନା କରାଯାଇଥିବା କାନପୁର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ। କିନ୍ତୁ କମ୍ପାନୀଗୁଡ଼ିକୁ ବହୁ ପରିମାଣରେ ଜଳ ଆବଣ୍ଟନ କରିଦିଆଯାଉଥିବାରୁ ଏହି ପୌରାଣିକ ନଦୀ ଲୁପ୍ତ ହେବାକୁ ବସିଛି। ଏଣୁ ନଦୀର ସୁରକ୍ଷା ପାଇଁ ନଦୀ କୂଳରେ ଥିବା ଖଣି ଓ ଶିଳ୍ପ ଉପରେ କଟକଣା ଲଗାଇବା ସହ ନଦୀ ଜଳକୁ ଆବଣ୍ଟନ ନ କରିବାକୁ ପରିବେଶବିତ ମାନେ ଦାବି କରୁଛନ୍ତି। ପ୍ରକାଶ ଯେ ଜିଲାର ବାର୍ଷିକ ହାରାହରି ବୃଷ୍ଟିପାତ ୧୫୩୫ ମିଲିମିଟର ରହିଥିବା ବେଳେ ଏହି ବର୍ଷା ଜଳର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ଏକ ରିପୋର୍ଟ ଅନୁଯାୟୀ ବୈତରଣୀ ନଦୀକୁ ହାରାହାରି ବାର୍ଷିକ ୭୨୯୬ ନିୟୁତ ଘନମିଟର ଜଳ ପ୍ରବାହ କରୁଥିବା କୁହାଯାଉଛି। ତନ୍ମଧ୍ୟରୁ ୧୨୦୬ ନିୟୁତ ଘନ ମିଟର କୃଷିପାଇଁ ବ୍ୟବହାର କରାଯାଉଥିବା ବେଳେ ୧୯ ନିୟୁତ ଘନମିଟର ପାନୀୟ ଜଳ ଭାବରେ ଓ ୪୩୯ ନିୟୁତ ମିଟର ଶିଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ବେସରକାରୀ ଭାବେ କୁହାଯାଉଛି। ଏହାର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ଏବଂ ଏହି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଆବଶ୍ୟକ ବୋଲି ପରିବେଶବିତ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି। ବୈତରଣୀ ଅବବାହିକାରେ ଥିବା ପ୍ରାୟ ୬୧୯୨୦ ଏକର ଅଞ୍ଚଳରେ ଖରିଫ ଓ ରବି ଋତୁରେ ଚାଷ ହୋଇଥାଏ। ଏହା ଦ୍ୱାରା ପ୍ରାୟ ୪ କୋଟି ଲୋକ ଉପକୃତ ହେଉଥିବା ଜଣାପଡିଛି। ଏହି ନଦୀ ଅବବାହିକାରେ ପ୍ରାୟ ୪୫ ଖଣି ଥିବା ବେଳେ ବହୁ ଛୋଟବଡ ଶିଳ୍ପ ରହିଥିବା ବେଳେ ଆବର୍ଜନା ପରିଚାଳନା ହେଉନଥିବାରୁ ଜଷ୍ଟିସ ଶାହା କମିଶନ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri