ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୨୪।୨-ବିର୍ଲା ଟାୟାର୍ସ କାରଖାନାରେ ବିଭିନ୍ନ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ସୋମବାର ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଶତାଧିକ କର୍ମଚାରୀ ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରେମୁଣା ବ୍ଲକ ବାମପଦା ଛକରେ ୧୯୯୧ରେ ବିର୍ଲା ଟାୟାର୍ସ ନିର୍ମାଣ ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଓ ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମର ସହଯୋଗରେ କାରଖାନା ପ୍ରତିଷ୍ଠିତ ହେବା ସହ ଭଲ ଉପତ୍ାଦନ କରି ଲାଭ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଚଞ୍ଚକତା ପୂର୍ବକ କାରଖାନାରେ କ୍ଷତି ହେଉଥିବା ମିଥ୍ୟା ବାଲାନ୍ସ ସିଟ୍‌ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇଆସୁଛି। ଏନେଇ ବିଭିନ୍ନ ସମୟରେ ୱାର୍କର୍ସ ୟୁନିଅନ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ କରାଯାଇଥିବା ୱାର୍କର୍ସ ୟୁନିଅନ୍‌ ସଭାପତି ରାଜେନ୍ଦ୍ର ବଳ କହିଛନ୍ତି। ଅନ୍ୟପକ୍ଷରେ ଜିଲା ଶ୍ରମ ବିଭାଗ ଅଧିକାରୀଙ୍କ ପାଖରେ ବର୍ଷ ବର୍ଷ ଧରି ଅଭିଯୋଗ ପଡ଼ିରହିଥିବା ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲାରେ ଶିଳ୍ପାୟନକୁ ସୁସ୍ଥ ଓ ଦୃଢ଼ ପ୍ରଗତି କରି ଶ୍ରମିକଙ୍କ ଭବିଷ୍ୟତ ଉପରେ ଗୁରୁତ୍ୱ ଦେବା ପାଇଁ ୟୁନିଅନର ସମ୍ପାଦକ ଦିଲୀପ କୁମାର ପଣ୍ଡା, ସହସମ୍ପାଦକ କମଳାକାନ୍ତ ଗ୍ରହାଚାର୍ଯ୍ୟ, ଉପସଭାପତି ନାରାୟଣ ବେହେରା, ବରିଷ୍ଠ ସଦସ୍ୟ ଅଶୋକ କୁମାର ବେହେରା, ଅଜିତ୍‌ କୁମାର ଦଳାଇ ପ୍ରମୁଖ ଦାବି କରିଛନ୍ତି।
ଜିଲା ଶ୍ରମ ଅଧିକାରୀ କୁବେର ବେହେରା ମାଟ୍ରିକ ପରୀକ୍ଷାର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବାରୁ ସେ ଅନୁପସ୍ଥିତ ଥିଲେ। ଏ ସମ୍ପର୍କରେ ରୁରାଲ ଲେବର ଇନ୍ସପେକ୍ଟର ଦିଲ୍ଲୀପ ହାଁସଦା କହିଛନ୍ତି ଯେ, ଧାରଣାକାରୀଙ୍କ ଦାବି ସମ୍ପର୍କରେ ସିଧାସଳଖ ଭାବେ ଶ୍ରମ ଅଧିକାରୀ ହସ୍ତକ୍ଷେପ କରିଥାନ୍ତି। ଏ ବିଷୟରେ ସେ ଅବଗତ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri