Categories: ଖେଳ

ବିରାଟଙ୍କୁ ସମ୍ରାଟ ଭାବେ ସଜେଇଲା ଆଇସିସି

ନୂଆଦିଲ୍ଲୀ, ୬।୬:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇଂଲଣ୍ଡରେ ବିଶ୍ୱକପ୍‌ ଚାଲିଥିବାବେଳେ ବିରାଟଙ୍କୁ ଅନ୍ତର୍ଜାତୀୟ ପ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ସ୍ଥାନ ଦେଇଛି। ବିରାଟଙ୍କୁ ସମ୍ରାଟ ଭାବରେ ସଜେଇ ହୋଇଥିବା ଏକ ଫଟୋ ଆଇସିସି ତା’ର ଟୁଇଟର ପେଜରେ ପୋଷ୍ଟ କରିଛି। ଫଟୋରେ ପୂରା ରାଜାଙ୍କ ପରି ସଜେଇ ହୋଇ ସିଂହାସନ ଉପରେ ବସିଛନ୍ତି କୋହଲି। ତାଙ୍କ ଗୋଟିଏ ହାତରେ ବ୍ୟାଟ ଏବଂ ଆଉ ଗୋଟିଏ ହାତରେ ବଲ୍‌ ରହିଛି। ଭାରତୀୟ ତ୍ରିରଙ୍ଗା ମଧ୍ୟ ପକାଇଛନ୍ତି। କୋହଲିଙ୍କ ମୁଣ୍ଡରେ ମୁକୁଟ ବି ରହିଛି। ତେବେ ଏପରି ଫଟୋକୁ ବିଶ୍ୱର କିଛି କ୍ରିକେଟ ପ୍ରଶଂସକ ସମାଲୋଚନା ମଧ୍ୟ କରିଛନ୍ତି। ବିଶ୍ୱକପରେ ୧୦ଟି ଦଳର ଅଧିନାୟକ ଥିବାବେଳେ କେବଳ ଭାରତୀୟ ଦଳର ଅଧିନାୟକ କୋହଲିଙ୍କୁ ସମ୍ରାଟ ଭାବେ ଆଇସିସି କାହିଁକି ସଜେଇଛି ତାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। କିଛି ପ୍ରଶଂସକ ଆଇସିସି ବିସିସିଆଇ ଦ୍ୱାରା ପରିଚାଳିତ ହେଉଛି ବୋଲି କହିଛନ୍ତି।

Share