Posted inଖେଳ

ବିରଳ ସଫଳତାର ଅଧିକାରୀ ହେବେ ଆକସ୍ମିକ ଅଧିନାୟକ ପେନ୍‌

ଲଣ୍ଡନ,୧୧।୯ (ଏଏଫ୍‌ପି)- ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ପାଇଥିବା ଟିମ୍‌ ପେନ୍‌ ଏବେ ଏକ ବିରଳ ସଫଳତାର ଅଧିକାର ହେବାକୁ ଯାଉଛନ୍ତି। ପୂର୍ବରୁ ଯାହା ଗ୍ରେଗ୍‌ ଚାପେଲ, ରିକି ପଣ୍ଟିଂ ଓ ମାଇକେଲ କ୍ଲାର୍କ ଯାହା କରିପାରି ନ ଥିଲେ ଏବେ ପେନ୍‌ ତାହା କରିବାକୁ ଯାଉଛନ୍ତି। ଚଳିତ ଆଶେସ୍‌ରେ ପେନ୍‌ ଅଧିନାୟକ ହିସାବରେ ଏହି ଅସାଧାରଣ ସଫଳତା ହାସଲ କରିବେ। ତେବେ ଆଗକୁ ଆୟୋଜନ ହେବାକୁ ଥିବା ପଞ୍ଚମ ଆଶେସ୍‌ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଅତିକମ୍‌ରେ ପରାଜୟ ଏଡାଇବାକୁ ପଡିବ। ଏହା ହୋଇପାରିଲେ ପେନ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ଆଶେସ ବିଜୟୀ ହୋଇପାରିବ। ପୂର୍ବରୁ ୧୮ ବର୍ଷ ତଳେ ଅଷ୍ଟ୍ରେଲିଆ ଶେଷଥର ପାଇଁ ଇଂଲଣ୍ଡରେ ଷ୍ଟିଭ୍‌ ଓ୍ବଙ୍କ ନେତୃତ୍ୱରେ ୪-୧ରେ ଆଶେସି ସିରିଜ୍‌ ହାତେଇଥିଲା।
ଓ୍ବ, ଚାପେଲ, ପଣ୍ଟିଂ ଓ କ୍ଲାର୍କ ଅଷ୍ଟ୍ରେଲିଆର ମହାନ୍‌ କ୍ରିକେଟର ଭାବେ ପରିଗଣିତ ହେଉଛନ୍ତି। ଏବେ ଏମାନଙ୍କ ସହ ଯୋଡି ହେବାକୁ ଯାଉଛନ୍ତି ପେନ୍‌। ଚଳିତ ଆଶେସ୍‌ରେ ପେନ୍‌ ଉଚ୍ଚକୋଟୀର ନେତୃତ୍ୱର ପରାକାଷ୍ଠା ଦେଖାଇଛନ୍ତି। ପାରମ୍ପିକ ଭାବେ ଅଷ୍ଟ୍ରେଲିଆ ତା’ର ଶ୍ରେଷ୍ଠ ୧୧ ଜଣ ଖେଳାଳିଙ୍କୁ ଚୟନ କରିଥାଏ। ଏହାପରେ ଏମାନଙ୍କ ମଧ୍ୟରୁ ଜଣକୁ ଅଧିନାୟକ ହିସାବରେ ନିଯୁକ୍ତି ଦେଇଥାଏ। ଅନ୍ୟପଟେ ଇଂଲଣ୍ଡ ନେତୃତ୍ୱର କଳା ଦେଖି ଅଧିନାୟକ ନିଯୁକ୍ତି କରିଥାଏ। ଅର୍ଥାତ ଜଣକୁ ପ୍ରଥମେ ଅଧିନାୟକ ନିଯୁକ୍ତ କରାଯାଇଥାଏ ଓ ପରେ ଇଂଲଣ୍ଡ ବାକି ୧୦ଜଣ ଖେଳାଳିଙ୍କୁ ଚୟନ କରିଥାଏ।
ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପେନ୍‌ କଥା ଭିନ୍ନ ମନେହୁଏ। ୨୦୧୮ରେ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଷ୍ଟିଭ୍‌ ସ୍ମିଥ୍‌ଙ୍କଠାରୁ ନେତୃତ୍ୱ କାଢି ନିଆଯାଇଥିଲା। ସେହିପରି ଏହି ମାମଲାରେ ଓପନର ଡେଭିଡ ଓ୍ବାର୍ନରଙ୍କୁ ମଧ୍ୟ ଉପ- ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା। ଏହି ଦୁଇ ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ୧୨ ମାସ ବାସନ୍ଦ କରିଥିଲା। ଏପରି ସ୍ଥଳେ ବଲ ଟ୍ୟାମ୍ପରିଂ ମାମଲାରେ ଛନ୍ଦିହୋଇ ନ ଥିବା ଜଣେ ଖେଳାଳିଙ୍କୁ ନେତତ୍ୱ ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଥିଲା। ଫଳରେ ପେନ୍‌ଙ୍କୁ ନେତୃତ୍ୱର ଗୁରୁଦାୟିତ୍ୱ ମିଳିଥିଲା। ତେଣୁ ସେ ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳରେ ନେତୃତ୍ୱ ପାଇଥିଲେ।
ପେ୍‌ନ୍‌ ୨୦୧୦ରେ ଲଡର୍‌ସରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପଦାର୍ପଣ କରିଥିଲେ। ୨୦୧୭ରେ ଅବସର ନେଇ ଚାକିରି କରିବାକୁ ଏକଦା ପେନ୍‌ ମନବଳାଇଥିଲେ। ତେବେ ଏହା ଗୋଟିଏ ବର୍ଷ ପରେ କଥା ବଦଳିଯାଇଥିଲା। ପେନ୍‌ ନେତୃତ୍ୱ ନେଉଥିବାରୁ ଦଳରେ ସ୍ଥାନ ପାଇଛନ୍ତି। ନ ହେଲେ ତାଙ୍କର ଦଳରେ ରହିବାର ଯୋଗ୍ୟତା ନାହିଁ ବୋଲି କେତେଜଣ କହୁଛନ୍ତି।
ଚଳିତ ଆଶେସରେ ସ୍ମିଥ୍‌ଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଘରୋଇ ଇଂଲଣ୍ଡଠାରୁ ପାଦେ ଆଗରେ ରହିଛି। ୩ଟି ଶତକ ସହ ୧୩୪.୨୦ ରନ ହାରରେ ସେ ୩ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୬୭୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୨୧୧ ରନର ଏକ ଦ୍ୱିଶତକୀୟ ଇନିଂସ ମଧ୍ୟ ସାମିଲ ରହିଛି। ବାସନ୍ଦରୁ ଫେରିବା ପରେ ସ୍ମିଥ୍‌ ତାଙ୍କ ପ୍ରଥମ ଟେଷ୍ଟ ସିରିଜ ଖେଳୁଛନ୍ତି। ସ୍ମିଥ୍‌ ଜଣେ ଅସାଧାରଣ ଖେଳାଳି। ତାଙ୍କର ପ୍ରଦର୍ଶନ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି ବୋଲି ପେନ୍‌ କହିଛନ୍ତି। ସେହିପରି ବୋଲିଂରେ ପ୍ୟାଟ୍‌ କୁମିନ୍ସ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି। ଗତ ମାଞ୍ଚେଷ୍ଟର ଟେଷ୍ଟରେ ୩୪ ବର୍ଷୀୟ ପେନ୍‌ ୫୮ ରନର ଉପଯୋଗୀ ପାଳି ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଶେସ୍‌ ଜିତିବା ହେଉଛି ମୋର ସ୍ବପ୍ନ ବୋଲି ସେ କହିଛନ୍ତି। ତେବେ ଜଣେ ଅଧିନାୟକ ହିସାବରେ ଆଶେସ ଜିତିବା ମୋର କାମ୍ୟ ନୁହଁ। ଦଳର ଜଣେ ସଦସ୍ୟ ଭାବେ ଏହି ହାଇପ୍ରୋଫାଇଲ ସିରିଜ ଜିତିବାକୁ ଚାହେଁ ବୋଲି ପେନ୍‌ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri