ବିମାନବନ୍ଦରରୁ ଅଧକୋଟି ଟଙ୍କାର ସୁନା ଜବତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୧୩୧୦.୬୫୦ ଗ୍ରାମର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ସୁନା ବିସ୍କୁଟଟି ୯୯ ପ୍ରତିଶତ ଶୁଦ୍ଧ ହୋଇଥିବାବେଳେ ବଜାର ମୂଲ୍ୟ ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ଏହାକୁ ଚାଲାଣ କରୁଥିବା କେରଳର ଜଣେ ବ୍ୟକ୍ତିଙ୍କୁ କଷ୍ଟମ ବିଭାଗ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀ ଜଣକ ବୁଧବାର ରାତି ପ୍ରାୟ ୯ଟାରେ ଏୟାର ଏସିଆ ବିମାନ (ନଂ.ଏକେ-୩୧)ରେ କ୍ୱାଲାଲମ୍ପୁରରୁ ସୁନା ବିସ୍କୁଟ ଧରି ଭୁବନେଶ୍ୱର ଆସିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ କଷ୍ଟମ ବିଭାଗର ଅଧିକାରୀମାନେ କଡ଼ା ନଜର ରଖିଥିଲେ। ଯାତ୍ରୀ ଜଣକ ବିମାନବନ୍ଦରରୁ ବାହାରକୁ ଯାଉଥିବାବେଳେ ତାଙ୍କର ଚାଲିଚଳନ ଦେଖି ସନ୍ଦେହ ହୋଇଥିଲା। ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେ ଆଣିଥିବା ବ୍ୟାଗ୍‌ରେ ଏକ ହଳଦୀ ପାଉଡର ପ୍ୟାକେଟ ଭିତରେ ଦୁଇଟି ସୁନା ବିସ୍କୁଟ ଥିବା ଜଣାପଡ଼ିଥିଲା। କଷ୍ଟମ ବିଭାଗ ଅଧିକାରୀମାନେ ଉକ୍ତ ସୁନା ବିସ୍କୁଟକୁ ଜବତ କରିବା ସହ ଯାତ୍ରୀ ଜଣଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ। ସେ ଜଣେ ସୁନା ମାଫିଆଙ୍କ ଇସାରାରେ କାମ କରୁଥିବା କହିଥିଲେ। ଏଥିପାଇଁ ତାଙ୍କୁ ଚାଲାଣ ସୁନାର ୩୦ ପ୍ରତିଶତ ଅର୍ଥ ମିଳିଥାଏ। ଫୋନ୍‌ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସୁନା ମାଫିଆଙ୍କ ସହ ଓଡିଶାର ଅନେକ ଅଳଙ୍କାର ବ୍ୟବସାୟୀ ଯୋଗାଯୋଗ କରିଥାନ୍ତି। ସୁନା ମାଫିଆ ଜଣକ କିଏ, ସେ ରାଜଧାନୀର କେଉଁଠିକୁ ସୁନା ପଠାଇଥିଲେ ସେ ସମ୍ପର୍କରେ ଯାତ୍ରୀ ଜଣକ କିଛି ବି କହି ନ ଥିଲେ। ତେବେ ରାଜଧାନୀର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଆସୁଥିଲା ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଦୁଇବର୍ଷରେ ଚାଲାଣବେଳେ କେବଳ ବିମାନବନ୍ଦରରୁ ପ୍ରାୟ ୧୧କେଜି ସୁନା ଜବତ କରାଗଲାଣି। ଏହାସହ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରାପଡିଲେଣି। ଅନ୍ୟପକ୍ଷରେ ଟ୍ରେନ୍‌ରେ ମଧ୍ୟ ସୁନା ଚାଲାଣ ଚାଲିଛି। ଗତ ଅକ୍ଟୋବର ୧୧ରେ ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେକ୍ସ (ନଂ.୧୨୧୦୨)ରୁ ୧୨.୯ କେଜିର ସୁନା ଜବତ କରାଯାଇଥିଲା। ୫ କୋଟି ଟଙ୍କା ମୂଲ୍ୟର ଏହି ସୁନାକୁ ସୁଟ୍‌କେସ୍‌ ଭିତରେ ୧୧୦ ଖଣ୍ଡ ବିସ୍କୁଟ ଆକାରରେ ରଖାଯାଇ ଚାଲାଣ କରାଯାଉଥିଲା। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିଲା। ଏହି ର଼୍ୟାକେଟରେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ହାତ ରହିଥିବା ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri