ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

ବାଲେଶ୍ୱର ଅଫିସ/ସଜନାଗଡ଼,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଶ୍ରୀରାମ ସେନା ପକ୍ଷରୁ ବୁଧବାର ସନ୍ଧ୍ୟା ୬ଟା ସମୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ସ୍ମୃତି ଭବନଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶତାଧିକ ଯୁବକ ହାତରେ ତ୍ରିରଙ୍ଗା ପତାକା ଧରି ‘ଭାରତ ମାତା କି ଜୟ’ ନାରା ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମଗ୍ର ଦେଶରେ ଶାନ୍ତି, ମୈତ୍ରୀ, ଏକତା ବଜାୟ ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରା ଅବସରରେ ଦୀର୍ଘ ୭୦ ବର୍ଷ ପରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ନେଇ ୩୭୦ ଧାରା ଉଚ୍ଛେଦ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଚିତ୍ତରଞ୍ଜନ ପଣ୍ଡା, ରାଜେଶ ମହାପାତ୍ର ଏହି ଯାତ୍ରାର ନେତୃତ୍ୱ ନେଇଥିଲେ।
ଅନୁରୂପ ଭାବେ ନୀଳଗିରିରେ ସ୍ବର୍ଣ୍ଣଚୁଡ ମଣ୍ଡଳ ଯୁବ ସଂଘ ପକ୍ଷରୁ ବୁଧବାର ତ୍ରିରଙ୍ଗା ଯାତ୍ରା ମିତ୍ରପୁର ରାମମନ୍ଦିରଠାରୁ ଆରମ୍ଭ ହୋଇ ନୀଳଗିରି ବଜାର ପରିକ୍ରମା କରିଥିଲା। ଶୋଭାଯାତ୍ରା ମିତ୍ରପୁର ଜଗନ୍ନାଥ ମନ୍ଦିରଠାରେ ପହଞ୍ଚିବା ପରେ ଉଦ୍‌ଯାପିତ ହୋଇଥିଲା। ସେହିପରି ଉପକଣ୍ଠ ମିରିଗିଣୀଠାରେ ମହାଲକ୍ଷ୍ମୀ ଇଞ୍ଜିନିୟରିଂ କଲେଜର ଛାତ୍ରୀଛାତ୍ର ସ୍ବାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ୧୬୦ ଫୁଟ୍‌ ଲମ୍ବର ତ୍ରିରଙ୍ଗା ପତାକା ଧରି ପଦଯାତ୍ରାରେ ସହର ପରିକ୍ରମା କରିଥିଲେ। ଏଥିରେ ପାଖାପାଖି ୨୦୦ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। କଲେଜର ଅଧ୍ୟକ୍ଷ ଅସିତ୍‌ କୁମାର ସାହୁ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଅଧ୍ୟାପିକା ଜୟସ୍ମିତା ମହାନ୍ତ, ଅସିତ୍‌ କୁମାର ଦାସ, ଟ୍ରଷ୍ଟ ବୋର୍ଡ଼ର ଚେୟାରମ୍ୟାନ ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ଥିଲେ। ବୁଧବାର ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ନୀଳଗିରି ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ବଡ଼ଦାଣ୍ଡ ପରିକ୍ରମା କରି ଦୁର୍ଗାମଣ୍ଡପଠାରେ


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri