ଜଳେଶ୍ୱର/ବାଲିଆପାଳ, ବସ୍ତା, ୯।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ୩ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ମୋଟ ୯ ବଖରା ଜଳିଯିବା ସହ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଜଳେଶ୍ୱର ବ୍ଲକ ଭଣ୍ଡାରୀପଲ୍ଲୀ ପଞ୍ଚାୟତ ଅସ୍ତଡ଼ିହା ଗାଁର ଶୁକ୍ରବାର ରାତିରେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ୩ ପରିବାରଙ୍କ ଘର ଜଳିଯାଇଛି। ସମରେନ୍ଦ୍ର ସାମଲ, ରାଜୀବ ସାମଲ ଓ ସଞ୍ଜୀବ ସାମଲଙ୍କ ବାସଗୃହ ପୋଡ଼ିଯାଇଛି। ୩ ପରିବାରର ୫୦ କୁଇଣ୍ଟାଲ ଧାନ, ଆସବାବପତ୍ର, ଜିନିଷ ନଷ୍ଟ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରବର୍ଗକୁ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ଗିରି ଦାବି କରିଛନ୍ତି। ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳଙ୍କ ଗୁହାଳରେ ନିଆଁ ଲାଗି ତାଙ୍କ ପଡ଼ୋଶୀଙ୍କର ଏକ ବଖରା ଚାଳଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ବାଲିଆପାଳ ବ୍ଲକ କେନ୍ଦୁଆଡ଼ିଆ ଗ୍ରାମର ବରେନ୍ଦ୍ର ଧଳ ନିଜ ଗୁହାଳରେ ଧୂଆଁ ଲଗାଇଥିଲେ। ବିଳମ୍ବିତ ରାତିରେ ଗୁହାଳରେ ନିଆଁ ଲାଗି ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଏଥିସହିତ ତାଙ୍କର ପଡ଼ୋଶୀ ରମେଶ ଧଳଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇ ତାଙ୍କର ଏକ ବଖରା ଚାଳିଆ ଜଳିଯାଇଛି। ଗୁହାଳରେ ବନ୍ଧା ହୋଇଥିବା ଗୋଟିଏ ବାଛୁରୀ ପୋଡ଼ି ମରିଯାଇଥିବା ବେଳେ ଅନ୍ୟ ତିନୋଟି ଗୋରୁ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ନିଆଁରେ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଆଦି ଅନ୍ୟାନ୍ୟ ଜିନିଷପତ୍ର ଜଳିଯାଇଛି।
ବସ୍ତା ଥାନା ମୁକୁଳିଶି ପଞ୍ଚାୟତ କୁଶୁଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଜଳିଯିବା ସହ ବିପୁଳ କ୍ଷତି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗ୍ରାମର ଝଡ଼ିବନ୍ଧୁ ବିଶ୍ୱାଳ ଓ ହାଡ଼ିବନ୍ଧୁ ବିଶ୍ୱାଳଙ୍କ ଘରେ ନିଆଁ ଲାଗିଥିଲା। ନିଆଁ ଏତେ ଜୋର୍ରେ ଲାଗିଥିଲା ଯେ ତାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସମେତ ଦୁଇଟି ଗୁହାଳ ମଧ୍ୟ ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡରେ ଦୁଇଟି ଗୋରୁ, ୧୦ଟି ଛେଳି, ୩୦ଟି କୁକୁଡା, ୯୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅମଳ ହୋଇଥିବା ଧାନ, ଦୁଇଟି ଧାନଗାଦି, ଘର ଆସବାବପତ୍ର ଲୁଗାପଟା ସମେତ ଗୃହ ଉପକରଣ ପୋଡି ଛାରଖାର ହୋଇଯାଇଥିଲା। ବସ୍ତା ଦମକଳ ବାହିନୀ ଓ ବସ୍ତା ପୋଲିସ ପହଞ୍ଚତ୍ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଗୁହାଳରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣା ପରେ ମୁକୁଳିଶି ସରପଞ୍ଚ ପ୍ରତିନିଧି ରଞ୍ଜନ କୁମାର ଧଳ ସର୍ବସ୍ବାନ୍ତ ହୋଇଥିବା ଦୁଇ ପରିବାରଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି।
କାମ ଚାଲୁଥିଲା ହଠାତ୍ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…
ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...
ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…
ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍ପେଣ୍ଡ ହେଲେ ୨ ଏଏନଏମ
ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...
ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା
ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...
ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ
ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...
ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍
ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ...
Archives


