ହରିଦାସପୁର ରେଳଷ୍ଟେଶନରେ ଗଣଧାରଣା

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ ରେଳବାଇ ଷ୍ଟାଫମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗତ ମାର୍ଚ୍ଚ ୨୦୨୦ରୁ କରୋନା ଯୋଗୁ କେନ୍ଦ୍ରସରକାର ସାରା ଦେଶରେ ତାଲା ବନ୍ଦ କରିବା ସଙ୍ଗେସଙ୍ଗେ ଟ୍ରେନଗୁଡିକ ଚଳାଚଳ ବନ୍ଦ କରିଥିଲେ। ହେଲେ ପୁନଃଶ୍ଚ ଏପ୍ରିଲ ୭ ତାରିଖ ୨୦୨୧ରେ ଓଡ଼ିଶାର ସମସ୍ତ ସେକ୍ସନରେ ଲୋକାଲ ଟ୍ରେନ ପାଇଁ ଅନୁମତି ମିଳିଲା ତାହାପୁଣି ମେଲ/ଏକ୍ସପ୍ରେସ ଭଡା ଦେଇ। ପରେ ପୁଣି କରୋନା ପ୍ରଭାବକୁ ଦେଖି ମେ ୭ ୨୦୨୧ରୁ ଟ୍ରେନ ଚଳାଚଳ ବନ୍ଦ ହେଇଗଲା ଯାହାକି ଦୀର୍ଘ ୫ ମାସ ହେଲାଣି ଲକ୍‌ଡାଉନ୍‌ ଖୋଲିବା ସତ୍ତ୍ୱେ ଚାଲିବାର ନାଁ ଧରୁନି। ଅଳ୍ପ ଦିନ ହେବ ଭଦ୍ରକ ମେମୁ ଚାଲିଥିଲେ ମଧ୍ୟ ଏସ୍ସପ୍ରେସ ଭଡ଼ା ସାଙ୍ଗକୁ ମାସିକ, ତ୍ରୈମାସିକ ଟିକେଟ୍‌ ସୁବିଧା ମିଳୁନାହିଁ । ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହରିଦାସପୁର ରେଳ ଷ୍ଟେଶନ ମାଷ୍ଟରଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିଗୁଡ଼ିକ ହେଲା, ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚାଲୁ, ଲୋକାଲ ଟ୍ରେନ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ଏହା ସହ ମାସିକିଆ, ତ୍ରୈମାସିକ, ବାର୍ଷିକ ଟିକେଟ ପାଇଁ ଅନୁମତି । ଆଶୁତୋଷ କରଙ୍କ ଅଧ୍ୟକ୍ଷତାରେ ୫ ପଞ୍ଚାୟତର ନିର୍ଭରଶୀଳ ଗ୍ରାମବାସୀ ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri