Posted inଫୁରସତ

ବିବିଧ ଶିଳ୍ପୀ: ଓଡ଼ିଶାର ଲଲାଟ ମୋହନ

ଓଡ଼ିଶାର କଳାକାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିଳ୍ପୀଙ୍କ ବିଭିନ୍ନ ପାରମ୍ପରିକ କଳାକୃତି ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରିଛି। ସେମାନଙ୍କ କଳାକୃତି ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇପାରୁଥିବାରୁ ଏହା ଦେଖଣାହାରିଙ୍କ ମନଙ୍କୁ ଛୁଇଁପାରିଥାଏ। ତେବେ ରଙ୍ଗତୂଳୀର ସମ୍ଭାରକୁ ନେଇ ନିର୍ଜୀବ କାନ୍‌ଭାସ ଉପରେ ଓଡ଼ିଆ ଶିଳ୍ପୀ ଫୁଟାଇଥାନ୍ତି ସଜାଫୁଟା ଫୁଲପରି ସତେଜ ଓ ଜୀବନ୍ତ ମନେ ହେଉଥିବା ପଲ୍ଲୀ ପ୍ରକୃତିର ନିଆରା ଚିତ୍ର। ସେମିତି ଜଣେ ବିଶିଷ୍ଟ ତଥା ବରିଷ୍ଠ ଶିଳ୍ପୀ ହେଲେ ଲଲାଟ ମୋହନ ପଟ୍ଟନାୟକ। ତାଙ୍କର ଜନ୍ମ ୩ା୪ା୧୯୪୮ ମସିହାରେ। ବାପା ଲକ୍ଷ୍ମୀଧର ପଟ୍ଟନାୟକ। ମା’ ନକ୍ଷେତ୍ରମାଳୀ। ଘର ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ହରିପୁର ଶାସନରେ। ପିଲାଟିଦିନରୁ ସେ ରୂପସୀ ଚିଲିକାର ପ୍ରାକୃତିକ ଶୋଭାକୁ ଦେଖି ବିଭୋର ହୋଇପଡ଼ନ୍ତି। ଏମିତିରେ ଅଙ୍କନ କରନ୍ତି ତା’ର ରୂପବର୍ଣ୍ଣାଳିକୁ। ତେବେ ତାଙ୍କ ଜୀବନର ସଂଘର୍ଷମୟ ପଥରେ ସାଧନାକୁ ପୁଞ୍ଜିକରି ସେ ଅଗ୍ରସର ହୋଇଥିବାବେଳେ ତାଙ୍କୁ ମିଳିଛି ଅନେକ ସଫଳତା। ଏବେ ସେ ରୁହନ୍ତି ଖୋର୍ଦ୍ଧାର ସାନପଲା ଅଞ୍ଚଳର ଶାରଳା ଲେନ୍‌ରେ। ସେ କୁହନ୍ତି, ଏକ ରକ୍ଷଣଶୀଳ ପରିବାରେରେ ମୋର ଜନ୍ମ। ପିଲାଟିବେଳୁ ଚିତ୍ର ଆଙ୍କିବା ପ୍ରତି ଥିଲା ମୋର ଅହେତୁକ ଦୁର୍ବଳତା । କାର୍ତ୍ତିକ ମାସରେ ଘର ଅଗଣାର ଚଉରାମୂଳେ ଗୋବରଲିପା ଚଟାଣରେ ଝୋଟି ଚିତା ପକାଇଥିବାରୁ ଗୁରୁଜନଙ୍କଠାରୁ ପ୍ରଶଂସା ପାଇଥିଲି। ତା’ପରେ ଏପରି ଝୋଟି ପକାଇବାର ନିଶା ମୋତେ ଶିଳ୍ପୀ ହେବାର ଅଧିକ ପ୍ରେରଣା ଦେଇଥିଲା। ପ୍ରାୟତଃ ପ୍ରାଚୀନ ସଂସ୍କୃତି, ସାମାଜିକ, ପୌରାଣିକ ଓ ଜଙ୍ଗଲର ଚିତ୍ର ଆଙ୍କିଥାଏ । ପ୍ରଥମେ ଗାଁ ସ୍କୁଲରେ ପଢ଼ାସାରି ନାଚୁଣୀ ଗୋଦାବରୀଶ ବିଦ୍ୟାପୀଠରୁ ପାସ୍‌ କରି ପରେ ଖୋର୍ଦ୍ଧାର ପ୍ରାଣନାଥ କଲେଜରେ ଗୋଟିଏ ବର୍ଷ ପଢ଼ି ସେଠାରୁ ଶାନ୍ତିନିକେତନର ବିଶ୍ୱଭାରତୀରେ କଳା ଶିକ୍ଷା ଲାଭ କରିଥିଲି। ଏମିତିରେ ପ୍ରାୟ ୮ବର୍ଷ ବିତିଲା। ଗୁରୁ ରାମକିଙ୍କର ବେଜ, ସୁଖମୟ ମିତ୍ର , ଗୌରୀ ଭଞ୍ଜ, ଯମୁନା ସେନ ଓ ଶ୍ୱରୂପ ବସୁଙ୍କଠାରୁ ଶିକ୍ଷା ପାଇ ନିଜକୁ ଧନ୍ୟ ମନେକରିଛି। ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟରେ ନିଯୁକ୍ତି ମିଳିବା ପରେ ବୟନ ଶିଳ୍ପରେ କଳାତ୍ମକ ଆଲେଖ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ମିଳିଲା। ଜଳରଙ୍ଗ ଓ ତୈଳରଙ୍ଗ ମାଧ୍ୟମରେ ଚିତ୍ର କରିଥାଏ। ଓଡ଼ିଶା କଳା ସଂସ୍କୃତିକୁ ନେଇ ମହାପ୍ରଭୁଙ୍କ ଦଶାବତାର ଚିତ୍ରକୁ ରୂପାୟିତ କରି ଗୀତଗୋବିନ୍ଦ ପଙ୍‌ତିକୁ ଯୋଡ଼ି ବାନ୍ଧକଳାରେ ଚାନ୍ଦୁଆ, ସୁରତରଙ୍ଗ, ଅଳଙ୍କାର, ଗଛଲତା, ଫୁଲ, ଫଳ, ଚିତ୍ରରେ ଏପରି କି ନକାବିହାର, ନବଗୁଞ୍ଜର, ନବରସ, ଦଶଦିଗପାଳ, ବର୍ଷାକାଳ, ଝାମୁଯାତ୍ରା, ଝୁଲଣ ଇତ୍ୟାଦି ବିଷୟକୁ ନେଇ ଚିତ୍ର ଅଙ୍କନ କରିଛି। ବୟନ ମନ୍ତ୍ରଣାଳୟରୁ ଡିଜାଇନର ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀରୁ ସେବାନିବୃତ୍ତ ହେଲା ପରେ ବି ନକ୍ସା ପ୍ରସ୍ତୁତ କରୁଥିଲି। ମଣିଷ, ପଶୁ, ପକ୍ଷୀ, ଜୀବଜନ୍ତୁଙ୍କ ଉପରେ ଚିତ୍ର କରିଥାଏ। ସବୁବେଳେ କିଛି ନୂଆ ଚିତ୍ରର ନକ୍ସା କରୁଥିଲୁ। ବିଶେଷକରି ଲୋକକଳା, ମନ୍ଦିର ଗାତ୍ରରେ ଭାସ୍କର୍ଯ୍ୟ, ସାମାଜିକ ଜୀବନଧାରା, ପଲ୍ଲୀ ସଂସ୍କୃତି ବିଷୟକୁ ଆଧାର କରି ଚିତ୍ର ଆଙ୍କିଥାଏ। ବାନ୍ଧକଳାର ବୁଣାକାର ଭାଇମାନେ ମୋ ହସ୍ତଅଙ୍କିତ ଚିତ୍ରକୁ ବୟନ ବସ୍ତ୍ରରେ ରୂପାୟିତ କରିଛନ୍ତି, ଯାହାକୁ ନେଇ ମୋତେ ପୁରସ୍କାର ମିଳିଛି। ଓଡ଼ିଶା ଲଳିତକଳା ଏକାଡେମୀ, ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ, ଜୟପୁର ଚିତ୍ରକଳା ଏକାଡେମୀ, କେନ୍ଦ୍ରୀୟ ଭାଷା ପ୍ରତିଷ୍ଠାନ ମହୀଶୂର, କେନ୍ଦ୍ରୀୟ ଫ୍ୟାସନ ଟେକ୍ନୋଲୋଜି ଜୟପୁର, ରାଜସ୍ଥାନ, ଗୁଆହାଟୀ ଆଦି ଅନେକ ସ୍ଥାନରେ ଆୟୋଜିତ କର୍ମଶାଳାରେ ଯୋଗଦେଇଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବାରାଣସୀ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହ୍ୟାଣ୍ଡଲୁମ୍‌, କାଠମାଣ୍ଡୁର ରିମ୍‌ଝିମ୍‌ ଆର୍ଟସ, କାଶୀ ବିଦ୍ୟାପୀଠ, ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠାନରେ ପରୀକ୍ଷକ ଭାବେ କାର୍ଯ୍ୟ ନିର୍ବାହ କରିଛି। ମୋ କଳାକୃତି ପାଇଁ ଲଳିତକଳା ଏକାଡେମୀ ପୁରସ୍କାର ସମେତ ମନୋମାନିନୀ ଲାଇଫ ଟାଇମ ଆଓ୍ବାର୍ଡ, ଲାଇଫ ଟାଇମ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ, ଶାରଳା ଆଓ୍ବାର୍ଡ, ବୟନ ବିଭବ ଆଓ୍ବାର୍ଡ ଆଦି ଅନେକ ପୁରସ୍କାର ମିଳିଛି। ଏବେ ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ, ଜୟପୁର ଓ କୋଲକାତା ଆଦି ସ୍ଥାନରେ ମୋ କଳାକୃତି ସଂରକ୍ଷିତ ହୋଇ ରହିଛି, ଯେଉଁଥିପାଇଁ ମୋତେ ନିଆରା ପରିଚୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri