ମିଛରେ ନୁହେଁଁ; ସେଦିନ ସତରେ କାନ୍ଦିଥିଲି: ଦୀପକ ରଞ୍ଜନ ବୋଷ

କଳାକାରଟିଏ କେତେବେଳେ ହସି ଆମକୁ ହସାଏ ତ କେତେବେଳେ କାନ୍ଦି ଆମକୁ କନ୍ଦାଏ। ତେବେ ହସି ହସାଉଥିବା କଳାକାରଟି ଯେ ସତରେ ହସୁଥାଏ ତାହାର କିଛି ଗ୍ୟାରେଣ୍ଟି ନାହିଁ। ହୁଏତ ଭିତରେ ବି ରହିଥାଇପାରେ ଅସୁମାରି ଦୁଃଖ। ମାତ୍ର ସେ କଳାକାର। କଳା ପରିବେଷଣ କରି ଦର୍ଶକଙ୍କୁ ଖୁସି ଦବା ତା’ର ପ୍ରଥମ କାମ। ଯାତ୍ରାଜଗତର ଅଲରାଉଣ୍ଡର ଅଭିନେତା ଦୀପକ ରଞ୍ଜନ ବୋଷଙ୍କ କଥା ଶୁଣିଲେ ଠିକ୍‌ ଏଇଆ ହିଁ ମନେହୁଏ। ଦୀପକବାବୁ ତାଙ୍କ କଳାକାର ଜୀବନର ଏକ ଅଭୁଲା କଥା ବଖାଣିବାକୁ ଯାଇ କହନ୍ତି: ସେତେବେଳେ ସେ ଓମ୍‌ ଶ୍ରୀ ଯାତ୍ରାନୁଷ୍ଠାନରେ ଅଭିନୟ କରୁଥାନ୍ତି ମା’ଙ୍କର ଦେହ ଅସୁସ୍ଥ ଥାଏ। ମା’ଙ୍କର ବି ଦେଖାଶୁଣା କରୁଥାନ୍ତି। ତେବେ ଦିନେ ମା’ ଭୀଷଣ ଅସୁସ୍ଥ ହୋଇପଡ଼ିଲେ। ସେ ଆସି ମା’ଙ୍କୁ ଭୁବନେଶ୍ୱରର ଆୟୁଷ ହସ୍ପିଟାଲ୍‌ରେ ଭର୍ତ୍ତିକଲେ। ଯାତ୍ରାପାର୍ଟି ପଡ଼ିଥାଏ ମୟୂରଭଞ୍ଜ ଉଦଳାରେ। ରାତି ଏଗାରଟା। ମେଲୋଡ଼ି ଆରମ୍ଭ ହୋଇ ସାରିଲାଣି। ଆଉ ଅଧଘଣ୍ଟାଏ ପରେ ଯାତ୍ରା ଆରମ୍ଭ ହେବ। ହଠାତ ଖବର ଯାଇ ପହଞ୍ଚତ୍ଲା ମା’ ଚାଲିଗଲେ। ଦୀପୁ କହନ୍ତି : ଖବରଟା ଶୁଣି ତାଙ୍କ ଆଗରେ ଅନ୍ଧାର ଘୋଟିଗଲା। ମା’ର ମୁହଁଟା ନାଚିବାକୁ ଲାଗିଲା ଆଖି ଆଗରେ। ଲୁହ ବନ୍ଧବାଡ଼ ମାନିଲାନି। ଇଚ୍ଛା ହେଉଥିଲା ସେ ଏଇକ୍ଷଣି ଫେରିଯାଆନ୍ତେ ମା’ ପାଖକୁ। ହେଲେ ଉପାୟ ନ ଥିଲା। କଳାକାର ପରା। ଯାତ୍ରା ତ କରିବାକୁ ହେବ। ଆରମ୍ଭ ହେଲା ନାଟକ। ସେଦିନ ନାଟକ ଥିଲା ‘ଦିଅଁ ପୂଜିବାକୁ ଦେଉଳ ମନା’। ଯୋଗକୁ ପ୍ରଥମ ସିନ୍‌ ମା’ ପୁଅଙ୍କର ସିନ୍‌। ବଡ଼ଭାଇ ମା’କୁ ଗାଳିଗୁଲଜ କରୁଛି। ସେ ଯାଇ ମା’କୁ ଆଶ୍ୱାସନା ଦେଉଛନ୍ତି। ମା’ର ଦୁଃଖରେ ଦୁଃଖୀ ହେଉଛନ୍ତି। ତାଙ୍କୁ ଲାଗୁଥିଲା ଯେମିତି ସେ ଅଭିନୟ କରୁନାହାନ୍ତି। ସତକୁସତ ମଞ୍ଚରେ ଅଛନ୍ତି ତାଙ୍କ ମା’। ସେ ଅଭିନୟ ଆଉ ଅଭିନୟ ହୋଇ ରହି ନ ଥିଲା। ସତ ଘଟଣା ପାଲଟି ଯାଇଥିଲା। ଯେଉଁ ସଂଳାପ ସବୁ ବାହାରୁଥିଲା ତାହା ଯେମିତି ତାଙ୍କ ଛାତି ଭିତରୁ ବାହାରୁଥିଲା। ଆଖିରୁ ଯେଉଁ ଲୁହ ଝରୁଥିଲା ତାହା ସତସତିକା ଲୁହ ଥିଲା। ମଞ୍ଚତଳେ ଦର୍ଶକ ତାଳି ଦଉଥିଲେ। ହେଲେ ଛାତି ଭିତରେ ଦୁଃଖକୁ ଜାବୁଡ଼ି ଧରିଥିଲେ ଦୀପୁ। ସକାଳେ ସେ ଆସି ମା’ଙ୍କର ଶେଷଦର୍ଶନ କରିଥିଲେ। ଏହି ହେଉଛି ଜଣେ କଳାକାରର ଜୀବନ। ଏହାକୁ ଯିଏ ବରଦାସ୍ତ କରିପାରେ ସେ ହିଁ କଳାକାର ହୋଇପାରେ। ଆଙ୍କରିଂ କରିବା ହେଉ କି ଅଭିନୟ ପୁଣି ସବୁ ଚରିତ୍ରରେ ଅଭିନୟ କରି ସେ ନିଜକୁ ଜଣେ ଅଲରାଉଣ୍ଡର ବୋଲି ସାବ୍ୟସ୍ତ କରିପାରିଛନ୍ତି। କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ତାଙ୍କର ଜନ୍ମ। ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟକୁ ଆସିଥିଲେ ଜଣେ ଗାୟକ ହେବା ପାଇଁ। ମାତ୍ର ତାଙ୍କର ଚେହେରା ପୁଣି ଆକ୍ଟିଂର ଦକ୍ଷତା ଦେଖି ତାଙ୍କୁ ଅଭିନୟ କରିବାକୁ କୁହାଗଲା। ବାସ୍‌, ଗାୟକ ହେବାକୁ ଆସିଥିବା ଦୀପୁ ନାୟକ ବନିଗଲେ। ସମ୍ପ୍ରତି ସୂର୍ଯ୍ୟମନ୍ଦିରରେ ଅଭିନୟ ଜାରି ରଖିଥିବା ଦୀପୁ ପୂର୍ବରୁ ‘ତ୍ରିନାଥ’, ‘ଧଉଳି’, ‘ଓମ୍‌ଶ୍ରୀ’, ‘ପାର୍ବତୀ’, ‘ଗୌରୀ’ ଆଦିରେ ଅଭିନୟ କରି ନିଜର ଦକ୍ଷତା ଦେଖାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri