ମିଛରେ ନୁହେଁଁ; ସେଦିନ ସତରେ କାନ୍ଦିଥିଲି: ଦୀପକ ରଞ୍ଜନ ବୋଷ

କଳାକାରଟିଏ କେତେବେଳେ ହସି ଆମକୁ ହସାଏ ତ କେତେବେଳେ କାନ୍ଦି ଆମକୁ କନ୍ଦାଏ। ତେବେ ହସି ହସାଉଥିବା କଳାକାରଟି ଯେ ସତରେ ହସୁଥାଏ ତାହାର କିଛି ଗ୍ୟାରେଣ୍ଟି ନାହିଁ। ହୁଏତ ଭିତରେ ବି ରହିଥାଇପାରେ ଅସୁମାରି ଦୁଃଖ। ମାତ୍ର ସେ କଳାକାର। କଳା ପରିବେଷଣ କରି ଦର୍ଶକଙ୍କୁ ଖୁସି ଦବା ତା’ର ପ୍ରଥମ କାମ। ଯାତ୍ରାଜଗତର ଅଲରାଉଣ୍ଡର ଅଭିନେତା ଦୀପକ ରଞ୍ଜନ ବୋଷଙ୍କ କଥା ଶୁଣିଲେ ଠିକ୍‌ ଏଇଆ ହିଁ ମନେହୁଏ। ଦୀପକବାବୁ ତାଙ୍କ କଳାକାର ଜୀବନର ଏକ ଅଭୁଲା କଥା ବଖାଣିବାକୁ ଯାଇ କହନ୍ତି: ସେତେବେଳେ ସେ ଓମ୍‌ ଶ୍ରୀ ଯାତ୍ରାନୁଷ୍ଠାନରେ ଅଭିନୟ କରୁଥାନ୍ତି ମା’ଙ୍କର ଦେହ ଅସୁସ୍ଥ ଥାଏ। ମା’ଙ୍କର ବି ଦେଖାଶୁଣା କରୁଥାନ୍ତି। ତେବେ ଦିନେ ମା’ ଭୀଷଣ ଅସୁସ୍ଥ ହୋଇପଡ଼ିଲେ। ସେ ଆସି ମା’ଙ୍କୁ ଭୁବନେଶ୍ୱରର ଆୟୁଷ ହସ୍ପିଟାଲ୍‌ରେ ଭର୍ତ୍ତିକଲେ। ଯାତ୍ରାପାର୍ଟି ପଡ଼ିଥାଏ ମୟୂରଭଞ୍ଜ ଉଦଳାରେ। ରାତି ଏଗାରଟା। ମେଲୋଡ଼ି ଆରମ୍ଭ ହୋଇ ସାରିଲାଣି। ଆଉ ଅଧଘଣ୍ଟାଏ ପରେ ଯାତ୍ରା ଆରମ୍ଭ ହେବ। ହଠାତ ଖବର ଯାଇ ପହଞ୍ଚତ୍ଲା ମା’ ଚାଲିଗଲେ। ଦୀପୁ କହନ୍ତି : ଖବରଟା ଶୁଣି ତାଙ୍କ ଆଗରେ ଅନ୍ଧାର ଘୋଟିଗଲା। ମା’ର ମୁହଁଟା ନାଚିବାକୁ ଲାଗିଲା ଆଖି ଆଗରେ। ଲୁହ ବନ୍ଧବାଡ଼ ମାନିଲାନି। ଇଚ୍ଛା ହେଉଥିଲା ସେ ଏଇକ୍ଷଣି ଫେରିଯାଆନ୍ତେ ମା’ ପାଖକୁ। ହେଲେ ଉପାୟ ନ ଥିଲା। କଳାକାର ପରା। ଯାତ୍ରା ତ କରିବାକୁ ହେବ। ଆରମ୍ଭ ହେଲା ନାଟକ। ସେଦିନ ନାଟକ ଥିଲା ‘ଦିଅଁ ପୂଜିବାକୁ ଦେଉଳ ମନା’। ଯୋଗକୁ ପ୍ରଥମ ସିନ୍‌ ମା’ ପୁଅଙ୍କର ସିନ୍‌। ବଡ଼ଭାଇ ମା’କୁ ଗାଳିଗୁଲଜ କରୁଛି। ସେ ଯାଇ ମା’କୁ ଆଶ୍ୱାସନା ଦେଉଛନ୍ତି। ମା’ର ଦୁଃଖରେ ଦୁଃଖୀ ହେଉଛନ୍ତି। ତାଙ୍କୁ ଲାଗୁଥିଲା ଯେମିତି ସେ ଅଭିନୟ କରୁନାହାନ୍ତି। ସତକୁସତ ମଞ୍ଚରେ ଅଛନ୍ତି ତାଙ୍କ ମା’। ସେ ଅଭିନୟ ଆଉ ଅଭିନୟ ହୋଇ ରହି ନ ଥିଲା। ସତ ଘଟଣା ପାଲଟି ଯାଇଥିଲା। ଯେଉଁ ସଂଳାପ ସବୁ ବାହାରୁଥିଲା ତାହା ଯେମିତି ତାଙ୍କ ଛାତି ଭିତରୁ ବାହାରୁଥିଲା। ଆଖିରୁ ଯେଉଁ ଲୁହ ଝରୁଥିଲା ତାହା ସତସତିକା ଲୁହ ଥିଲା। ମଞ୍ଚତଳେ ଦର୍ଶକ ତାଳି ଦଉଥିଲେ। ହେଲେ ଛାତି ଭିତରେ ଦୁଃଖକୁ ଜାବୁଡ଼ି ଧରିଥିଲେ ଦୀପୁ। ସକାଳେ ସେ ଆସି ମା’ଙ୍କର ଶେଷଦର୍ଶନ କରିଥିଲେ। ଏହି ହେଉଛି ଜଣେ କଳାକାରର ଜୀବନ। ଏହାକୁ ଯିଏ ବରଦାସ୍ତ କରିପାରେ ସେ ହିଁ କଳାକାର ହୋଇପାରେ। ଆଙ୍କରିଂ କରିବା ହେଉ କି ଅଭିନୟ ପୁଣି ସବୁ ଚରିତ୍ରରେ ଅଭିନୟ କରି ସେ ନିଜକୁ ଜଣେ ଅଲରାଉଣ୍ଡର ବୋଲି ସାବ୍ୟସ୍ତ କରିପାରିଛନ୍ତି। କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ତାଙ୍କର ଜନ୍ମ। ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟକୁ ଆସିଥିଲେ ଜଣେ ଗାୟକ ହେବା ପାଇଁ। ମାତ୍ର ତାଙ୍କର ଚେହେରା ପୁଣି ଆକ୍ଟିଂର ଦକ୍ଷତା ଦେଖି ତାଙ୍କୁ ଅଭିନୟ କରିବାକୁ କୁହାଗଲା। ବାସ୍‌, ଗାୟକ ହେବାକୁ ଆସିଥିବା ଦୀପୁ ନାୟକ ବନିଗଲେ। ସମ୍ପ୍ରତି ସୂର୍ଯ୍ୟମନ୍ଦିରରେ ଅଭିନୟ ଜାରି ରଖିଥିବା ଦୀପୁ ପୂର୍ବରୁ ‘ତ୍ରିନାଥ’, ‘ଧଉଳି’, ‘ଓମ୍‌ଶ୍ରୀ’, ‘ପାର୍ବତୀ’, ‘ଗୌରୀ’ ଆଦିରେ ଅଭିନୟ କରି ନିଜର ଦକ୍ଷତା ଦେଖାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ଏହି ଓଡ଼ିଆ ଫିଲ୍ମରେ କରିଛନ୍ତି କଣ୍ଠଦାନ

ମୁମ୍ବାଇ,୧ା୬: ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତର ଖବର ସଙ୍ଗୀତ ଜଗତରେ ଶୋକର…

ବିଜୟଙ୍କୁ ପଛରେ ପକାଇଦେଲେ ତ୍ରିଶା: ଖେଳିଗଲା…

ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମ ‘କରୁପ୍ପୁ’ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ଫିଲ୍ମ ମୁକ୍ତିଲାଭ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri