ବିବାହ ବେଳର ଫଟୋ ଶେୟାର କଲେ ରାକ୍ଷୀ: ଦେଖାଇଲେ କେବଳ ସ୍ବାମୀ ରିତେଶଙ୍କ ହାତ, ପ୍ରଶଂସକ କହିଲେ ଦେଖାନ୍ତୁ ମୁହଁ

ବମ୍ବେ: ସର୍ବଦା ବିବାଦରେ ରହିବାକୁ ଭଲପାଆନ୍ତି ବଲିଉଡ୍‌ର ଆଇଟମ୍‌ ଗର୍ଲ ଭାବେ ପରିଚିତ ରାକ୍ଷୀ ସାଓ୍ବନ୍ତ। କିଛି ମାସ ତଳେ ସେ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ହେଲେ ସେବେଠାରୁ ତାଙ୍କ ସ୍ବାମୀ କିଏ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ରାକ୍ଷୀ ବିବାହ ସମୟର କିଛି ଫଟୋ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋଗୁଡ଼ିକ ଏବେ ଭାଇରାଲ ହେଉଛି।

ରାକ୍ଷୀ ରିତେଶଙ୍କୁ ଫଟୋ ନୁହେଁ ବରଂ ହାତ ଶେୟାର କରିଛନ୍ତି। ଏକ ଫଟୋରେ ଉଭୟଙ୍କୁ ନିର୍ବନ୍ଧ ମୁଦି ପିନ୍ଧିଥିବା ଦେଖିବାକୁ ମିଳୁଛି। ସେହିଭଳି ଏକାଧିକ ଫଟୋରେ ବିବାହର ଅନ୍ୟ ସମୟର ମୂହୂର୍ତ୍ତ ରହିଛି। ହେଲେ କେଉଁଥିରେ ବି ରିତେଶ ନଜର ଆସୁନାହାନ୍ତି। ହେଲେ ଫଟୋରୁ ରାକ୍ଷୀ ହିନ୍ଦୁ, ଖ୍ରୀଷ୍ଟିଆନ୍‌ ରୀତିନୀତିରେ ବିବାହ କରିଥିବା ସ୍ପଷ୍ଟ ହେଉଛି। କେହି କେହି ତାଙ୍କୁ ରିତେଶଙ୍କୁ ଦେଖାଇବାକୁ କହୁଥିବା ଦେଖାଯାଇଥିଲା।
ରାକ୍ଷୀ ଏକ ସାକ୍ଷାତକାରରେ କହିଥିଲେ ସେ ଯେପରି ଚାହୁଁଥିଲେ ତାଙ୍କୁ ସେଭଳି ଜୀବନସାଥୀ ମିଳିଛି। ହେଲେ ରିତେଶ କ୍ୟାମେରା ସମ୍ମୁଖକୁ ଆସିବାକୁ ଚାହୁଁ ନାହାନ୍ତି। ହୁଏତ ସ୍ବାମୀଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ରାକ୍ଷୀ ଫଟୋ ଦେଉନାହାନ୍ତି। ଏପରିକି ସେ ବିବାହ ବେଳର ଫଟୋଗୁଡ଼ିକୁ ଡିଲିଟ୍‌ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri