Posted inଖେଳ

ବିବାହ ବନ୍ଧନରେ ନଟରାଜ

କଟକ ଅଫିସ,୧୬ା୫- ରାଜ୍ୟ କ୍ରିକେଟର ତାରକା ଖେଳାଳି ତଥା ପୂର୍ବତନ ଅଧିନାୟକ ନଟରାଜ ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବେଙ୍ଗାଲୁରୁରେ ବୈଦିକ ରୀତିରେ ବୁଧବାର ନଟରାଜଙ୍କ ବିବାହ ସମ୍ପନ୍ନ ହୋଇଛି । ବାନ୍ଧବୀ ଶୁଭଲକ୍ଷ୍ମୀ ଶତପଥୀଙ୍କୁ ନଟରାଜ ପ୍ରେମ ବିବାହ କରିଥିବା ବେଳେ ବିବାହ ଅବସରରେ ନଟରାଜ ଓ ଶୁଭଲକ୍ଷ୍ମୀଙ୍କ ଶୁଭେଚ୍ଛୁ ଉପସ୍ଥିତ ଥିଲେ । ପିତା ସୁବ୍ରତ ଶତପଥୀ ଓ ମା’ ତ୍ରିଦେବୀ ଶତପଥୀଙ୍କ ଝିଅ ଶୁଭଲକ୍ଷ୍ମୀ ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଗତ ୯ବର୍ଷ ହେବ ନଟରାଜ-ଶୁଭଲକ୍ଷ୍ମୀ ପ୍ରେମ ସମ୍ପର୍କରେ ଥିଲେ । ପିତା ସ୍ବର୍ଗତ ଭୁବନ ବେହେରା ଓ ମା ଚିତ୍ରା ବେହେରାଙ୍କ ପୁଅ ନଟରାଜ ଓଡ଼ିଶା କ୍ରିକେଟ ଜଗତରେ ଜଣେ ପରିଚିତ ଓ ଖ୍ୟାତନାମା କ୍ରିକେଟର । ନଟରାଜଙ୍କ ବଳିଷ୍ଠ ନେତୃତ୍ୱ ବଳରେ ୨୦୧୧-୧୨ ଓ ୨୦୧୨-୧୩ ସିଜନରେ ପୂର୍ବାଞ୍ଚଳ ଦଳ ଦୁଲୀପ ଟ୍ରଫି ଚାମ୍ପିୟନ ହୋଇଛି । ଦୁଲୀପ ଟ୍ରଫିର ୫୦ଟି ସଂସ୍କରଣ ପରେ ପୂର୍ବାଞ୍ଚଳକୁ ଟାଇଟଲ ଦେଇ ନଟରାଜ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ପୂର୍ବରୁ ରାଜ୍ୟ ଦଳର ଅଧିନାୟକ ରହିଥିବା ନଟରାଜ ୫୪ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୩୦୩୧ ରନ ସଂଗ୍ରହ କରିଛନ୍ତି । ୨୦୧୫-୧୬ ସିଜିନରେ ହରିୟାଣା ବିପକ୍ଷରେ ୨୫୫ରନର ଇନିଂସ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ମାତ୍ର ଏବେ ନଟରାଜ କ୍ରିକେଟରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ଏପରିକି ଗତ ରଣଜୀ ସିଜନ ନିମନ୍ତେ ରାଜ୍ୟ ଶିବିରରେ ମଧ୍ୟ ସେ ସ୍ଥାନ ପାଇ ନ ଥିଲେ । କଳାହାଣ୍ଡି କପରେ ଅଂଶ ଗ୍ରହଣ ନ କରିବାରୁ ତାଙ୍କୁ ଶିବିରରେ ସାମିଲ କରାଯାଇ ନଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri