ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି

ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ ଛକରେ ଠିଆ ହୋଇ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଥିଲେ। ସୂଚନାଯୋଗ୍ୟ, ଜୟପୁର ରାଜାପାର୍କରେ ରହୁଥିବା ପବନୀତ ଓ ରତନଜୀତଙ୍କ ରବିବାର ବିବାହ ହୋଇଥିଲା। ବାହାଘରର ପର ଦିନ ନବ ଦମ୍ପତ୍ତି ଲୋକଙ୍କୁ ଟ୍ରାଫିକ୍‌ ସଚେତନତା କରିବାକୁ ଇଛା ପ୍ରକାଶ କରିଥିଲେ। ଏଥିପାଇଁ ଦୁହେଁ ରାସ୍ତା ଉପରେ ଠିଆ ହୋଇ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପବନୀତ ଓ ରତନଜୀତ ଛିଡା ହୋଇ ଲୋକଙ୍କୁ ସଡ଼କ ନିୟମ ପାଳନ କରିବାକୁ ପରାମର୍ଶ ଦେବା ସହ ହେଲମେଟ ନ ପିନ୍ଧିଥିବା ଓ ଅଧିକ ବ୍ୟକ୍ତିଙ୍କୁ ଗାଡିରେ ବସାଇଥିବା ଲୋକଙ୍କୁ ସେ ସଚେତନ କରିଥିଲେ। ଏଥିସହ ଅଟୋ ଡ୍ରାଇଭରଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କହିଥିଲେ। ତେବେ ଦମ୍ପତ୍ତିଙ୍କ ଏଭଳି କରିବା ପଛରେ ମଧ୍ୟ କାରଣ ରହିଛି। ପବନୀତ ବିବାହ ପୂର୍ବରୁ ଟ୍ରାଫିକ୍‌ ପୋଲିସରେ ଭର୍ତ୍ତି ହେବାକୁ ଇଛା ପ୍ରକାଶ କରିଥିଲେ। ହେଲେ କୌଣସି କାରଣରୁ ତାଙ୍କର ଇଛା ପୂରା ହୋଇପାରି ନ ଥିଲା। ତେଣୁ ଏହି ଅବସରରରେ ସ୍ତ୍ରୀଙ୍କ ଇଛାକୁ ପୂରଣ କରିଛନ୍ତି ବୋଲି ସ୍ବାମୀ ରତନଜୀତ କହିଛନ୍ତି। ଏହାଦ୍ୱାରା ସେ ସମାଜକୁ ଭଲ ବାର୍ତ୍ତା ଦେବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri