ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ଅକ୍ଷୟ କୁମାର ରାଉତ

ଇତିହାସ ପୃଷ୍ଠାରେ ଦେଶ, ଜାତି ପାଇଁ ସଂଗ୍ରାମ କରିଥିବା ବହୁ ବୀର ପୁରୁଷଙ୍କ ବୀରତ୍ୱର ଗରିମା ଦେଖିବାକୁ ପାଉ। ଭାରତମାତା ତା’ର ବୀର ସଂଗ୍ରାମୀମାନଙ୍କ ଦେଶପ୍ରେମ, ବୀରତ୍ୱ ଯୋଗୁ ଗର୍ବିତ ଓ ଗୌରବାନ୍ବିତ। ପୃଥ୍ବୀରାଜ, ମିବାରର ରାଣା ପ୍ରତାପ, ମରହଟ୍ଟା ବୀର ଛତ୍ରପତି ଶିବାଜୀ, ବକ୍‌ସି ଜଗବନ୍ଧୁଙ୍କ ସଂଗ୍ରାମର ଦେଶପ୍ରେମ ଧାରାରେ ଏହା ପ୍ଲାବିତ। ବୀରତ୍ୱ ଜାତିର ସ୍ବାଭିମାନର ପ୍ରତୀକ। ସେହି ଜାତିର ପ୍ରଥମ ଜନଜାଗରଣ ସିପାହି ବିଦ୍ରୋହର ନାୟକ ମଙ୍ଗଳ ପାଣ୍ଡେ, ଝାନ୍‌ସୀରାଣୀ ଲକ୍ଷ୍ମୀବାଈ, ନାନା ସାହେବ, ତାନ୍ତିଆଟୋପେ, ଅଯୋଧ୍ୟାର ବେଗମ୍‌, ପୁରୀର ଚନ୍ଦନ ହଜୁରୀ ଓ ହୀରାଖଣ୍ଡ ସାମ୍ରାଜ୍ୟ (ସମ୍ବଲପୁର ରାଜ୍ୟ)ର ମହାନ୍‌ ସଂଗ୍ରାମୀ, ବୀର, ବିପ୍ଳବୀ, ଦେଶପ୍ରେମୀ, ଚୌହାଣ ପରମ୍ପରାର ପ୍ରତୀକ ସମଲକେଶରୀ ଧର୍ମସିଂହଙ୍କ ପୁତ୍ର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଏହି ଜନ୍ମମାଟିକୁ ବିଦେଶୀ କବଳରୁ ମୁକ୍ତ କରିବାର ସଂକଳ୍ପକୁ ରୁଦ୍ଧିମନ୍ତ କରିଛି।
ଧର୍ମସିଂହ ୧୮୦୦ ଖ୍ରୀ:ରେ ଦରଗଁା ଜମିଦାରଙ୍କ କନ୍ୟା ରେବତୀ ଦେବୀଙ୍କୁ ବିବାହ କରିଥିଲେ। ଧର୍ମ ସିଂହଙ୍କ ଔରସରୁ ଓ ରେବତୀ ଦେବୀଙ୍କ ଗର୍ଭରୁ ୧୮୦୯ ଖ୍ରୀଷ୍ଟାବ୍ଦ ଜାନୁୟାରୀ ୨୩ ତାରିଖ ଦିନ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ। ସୁରେନ୍ଦ୍ର ସାଏଙ୍କ ଛଅଗୋଟି ଭାଇ ଓ ଗୋଟିଏ ଭଉଣୀ ଥିଲେ। ସୁରେନ୍ଦ୍ର ସାଏ ତକତ୍ାଳୀନ ଛୋଟାନାଗପୁର ଅଧୀନରେ ଥିବା ହାତୀବାରି ଜମିଦାରଙ୍କ କନ୍ୟା ସୁବର୍ଣ୍ଣ କୁମାରୀଙ୍କୁ ବିବାହ କରିଥିଲେ। ସମ୍ବଲପୁର ରାଜଦରବାରର ଶେଷ ଚୌହାଣ ରାଜା ସାଏଙ୍କ ସ୍ବର୍ଗାରୋହଣ ପରେ ରାଣୀ ମୋହନ କୁମାରୀ ଗାଦିନସୀନ ହେଲେ। ଖିଣ୍ଡା ପରିବାରର ପ୍ରଭାବଶାଳୀ, ସ୍ବାଧୀନଚେତା ଓ ବିଚକ୍ଷଣ ବ୍ୟକ୍ତିତ୍ୱ ବଳରାମ ସାଏ ଦେବାନ ପଦରେ ନିଯୁକ୍ତ ହେଲେ। ଇଂରେଜମାନେ କୌଶଳକ୍ରମେ ବଳରାମ ସାଏଙ୍କୁ ଦେବାନ ପଦବୀରୁ ହଟାଇ ରାଜ୍ୟ ଶାସନ କଲେ
ଇଂରେଜମାନେ ରାଣୀ ମୋହନ କୁମାରୀକୁ ପେନ୍‌ସନ୍‌ ଦେଇ ପ୍ରଥମେ କଟକ ଓ ପରେ ଖୋର୍ଦ୍ଧାକୁ ପଠାଇବାପରେ ନାରାୟଣ ସିଂହ ନାମକ ଜଣେ ବିବାଦୀୟ ବ୍ୟକ୍ତିଙ୍କୁ ସମ୍ବଲପୁର ରାଜଗାଦିରେ ବସାଇ ଶାସନ କାର୍ଯ୍ୟ ଚଳାଇଲେ, ଫଳରେ ବିପ୍ଳବର ବହ୍ନି ତେଜି ଉଠିଲା। ଖିଣ୍ଡାବଂଶୀୟ ବଳରାମ ସାଏଙ୍କ ପରାମର୍ଶରେ ଓ ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ରାଜ୍ୟରେ ଆନ୍ଦୋଳନ ଆରମ୍ଭ ହେଲା। ବାରପାହାଡର ଡେବୀରଗଡ ଦୁର୍ଗ, ବାରବଖରା, ମଉଲା-ଭଣଞ୍ଜା, ଝରଘାଟୀ, ମୁଣ୍ଡେଇଘାଟୀ, ପପଙ୍ଗା ପାହାଡ, ସିଂଘୋଡା ଘାଟି ଇତ୍ୟାଦି ବିଭିନ୍ନ ସ୍ଥାନର ଜମିଦାର, ଗୌନ୍ତିଆମାନେ ଓ ବିଦ୍ରୋହୀ ନେତାମାନଙ୍କ ନେତୃତ୍ୱରେ ଆଦିବାସୀ ସୈନ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସୁରେନ୍ଦ୍ରଙ୍କ ସପକ୍ଷରେ ରହିଲେ। ୧୮୩୭ରେ ବାରପାହାଡ ଗିରିଗୁମ୍ଫାରେ ବିଶ୍ରାମରତ ଥିବାବେଳେ, ଇଂରେଜ ସୈନ୍ୟ, ନାରାୟଣ ସିଂହଙ୍କ ସୈନ୍ୟ ଓ ରାମପୁର ଜମିଦାର ସୁରେନ୍ଦ୍ରଙ୍କ ଉପରେ ଆକ୍ରମଣ କଲେ। ଏହି ଯୁଦ୍ଧ ପାଇଁ ସୁରେନ୍ଦ୍ର ପ୍ରସ୍ତୁତ ନ ଥିଲେ। ବଳଭଦ୍ର ସିଂହ ନିହତ ହେଲେ ଓ ସୁରେନ୍ଦ୍ର ଆହତ ଅବସ୍ଥାରେ ପଳାୟନ କଲେ। ବୀର ସୁରେନ୍ଦ୍ରସାଏ ୧୮୪୦ରେ ରାମପୁର ରାଜବାଟି ଆକ୍ରମଣ କରି ରାଜବାଟି କୁସମ୍ପୂର୍ଣ୍ଣ ଧ୍ୱଂସ କରିଥିଲେ। ଏହାପରେ ସୁରେନ୍ଦ୍ରଙ୍କର ସାହସ ଓ ଶକ୍ତି ବୃଦ୍ଧି ପାଇଥିଲା। ରାମପୁରଗଡ଼ ବିଜୟକରି ସୁରେନ୍ଦ୍ର ସାଏ ବିପ୍ଳବୀ ସୈନ୍ୟ, ବଳରାମ ସାଏ ଓ ଭାଇ ଉଦନ୍ତ ସାଏଙ୍କୁ ଧରି ସମ୍ବଲପୁର ସହର ନିକଟ ଦେଇ ଯିବା ସମୟରେ ମେଜର ଓସ୍‌ଲେ ସୁଦକ୍ଷ ଇଂରେଜ ସୈନ୍ୟବାହିନୀ ସହିତ ଦେହେରୀ ପାଲି ନିକଟସ୍ଥ ବୁଢ଼ାରଜା ପାହାଡ ନିକଟରେ ସୁରେନ୍ଦ୍ରଙ୍କୁ ଆକ୍ରମଣ କଲେ। ଏହି ଯୁଦ୍ଧରେ ମେଜର ଓସ୍‌ଲେ ସୁରେନ୍ଦ୍ର ସାଏ, ପିତୃବ୍ୟ ବଳରାମ ସାଏ ଓ ଭାଇ ଉଦନ୍ତ ସାଏଙ୍କୁ ବନ୍ଦୀକଲେ। ଦଣ୍ଡ ସ୍ବରୂପ ଆଜୀବନ ବନ୍ଦୀ ଭାବରେ ହଜାରିବାଗ ଜେଲରେ ରହିଲେ।
୧୮୫୭ ମସିହାରେ ସିପାହି ବିଦ୍ରୋହର ବହ୍ନି ପ୍ରଜ୍ୱଳିତ ହେଲା। ୧୮୫୭ ଜୁଲାଇ ୩୦ ଦିନ ବିଦ୍ରୋହୀମାନେ ହଜାରିବାଗ ଜେଲଭାଙ୍ଗି ଦେଲେ। ୧୮୫୭ ମସିହା ଜୁଲାଇ ୩୧ ତାରିଖରେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ସାଏ ଜେଲ୍‌ରୁ ମୁକ୍ତ ହେଲେ, କିନ୍ତୁ ପିତୃବ୍ୟଙ୍କର ମୃତ୍ୟୁ ହୋଇସାରିଥିଲା। ସୁରେନ୍ଦ୍ର ସାଏ ନିଜ ଜନ୍ମଭୂମିରେ ପହଞ୍ଚିବା ପରେ ସେମାନଙ୍କୁ ହଜାର ହଜାର ଲୋକ ସମର୍ଥନ ଜଣାଇଥିଲେ। ସୁରେନ୍ଦ୍ର ଇଂରେଜମାନଙ୍କୁ ମୁକାବିଲା କରିବା ପାଇଁ ଗରିଲା ରଣନୀତି ଆପଣାଇଥିଲେ। ଘଞ୍ଚବନାନୀ, ଗିରିଶୃଙ୍ଗକୁ ବିପ୍ଳବୀମାନେ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିଲେ। ସୁରେନ୍ଦ୍ର ସାଏଙ୍କୁ ଶତଚେଷ୍ଟା ସତ୍ତ୍ୱେ ଇଂରେଜମାନେ ଧରିପାରି ନ ଥିଲେ। ସୁରେନ୍ଦ୍ର ସାଏ, ଗୋବିନ୍ଦ ସିଂହ ଓ କୁଞ୍ଜଳ ସିଂହଙ୍କୁ ଧରାଇଦେଲେ ଯଥାକ୍ରମେ ଏକ ହଜାର ଟଙ୍କା, ୫ଶହ ଟଙ୍କା ଓ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାତ୍ର କିଛି ଫଳ ହେଲାନାହିଁ। ଚକ୍ରାନ୍ତକାରୀଙ୍କ ଚକ୍ରାନ୍ତ, ଛଳନା ଓ ଚରମ ବିଶ୍ୱାସଘାତକତାର ଶିକାର ହେଲେ ବୀର ସୁରେନ୍ଦ୍ର ସାଏ। ଇଂରେଜ ଶାସକ ଇମ୍ଫେଙ୍କ ଉଦାରନୀତି ଯୋଗୁ ବିଦ୍ରୋହୀମାନଙ୍କୁ ଆତ୍ମ ସମର୍ପଣ କରିବାର ସୁଯୋଗ ମିଳିଥିଲା। ୧୮୬୨ ମସିହା ମଇ ୧୬ ତାରିଖରେ ସୁରେନ୍ଦ୍ରସାଏ ତାଙ୍କର ଘନିଷ୍ଠ ସହକର୍ମୀ ଗଜରାଜ ସିଂ ଓ ଖଗେଶ୍ୱର ସିଂହଦାଓଙ୍କ ସହିତ ମେଜର ଇମ୍ଫେଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଇଂଲଣ୍ଡ ରାଣୀଙ୍କ ପକ୍ଷରୁ ଲଣ୍ଡନର ଇଣ୍ଡିଆ ଅଫିସ୍‌ରୁ ତା୧୭.୦୨.୧୮୬୩ ପତ୍ରାଙ୍କ ୧୧ ଅନୁସାରେ ସୁରେନ୍ଦ୍ର ସାଏଙ୍କୁ କ୍ଷମାପ୍ରଦାନ କରି ବଡଲାଟ ମଞ୍ଜୁର କରିଥିବା ବୃତ୍ତିକୁ ଶେଷ ମଞ୍ଜୁରୀ ଦେଇଥିଲେ। ୧୮୬୪ରେ ଜେ.ଏସ୍‌ କେମ୍ପବେଲ୍‌ ସୁରେନ୍ଦ୍ର ଓ ସାଥୀମାନକୁ ସମ୍ପୂର୍ଣ୍ଣ ମୁକ୍ତକରିବାକୁ ରାୟ ପ୍ରକାଶ କରିଥିଲେ।
୧୮୧୮ ଆଇନର ଅଧିନିୟମ ୩ ଅନ୍ତର୍ଗତ ‘ଭାରତ ରକ୍ଷା ଆଇନ’ ବଳରେ ମଧ୍ୟପ୍ରଦେଶ ଚିଫ୍‌ କମିଶନର ସାର୍‌ ରିଚାର୍ଡ ଟେମ୍ପଲ୍‌ ସୁରେନ୍ଦ୍ର ସାଏ ଓ ଅନ୍ୟ ୬ ଜଣ ବିଦ୍ରୋହୀଙ୍କୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଲେ। ନିର୍ଦ୍ଦୋଷମାନଙ୍କୁ ଦଣ୍ଡଦେଇ ଇଂରେଜ କର୍ତ୍ତୃପକ୍ଷ ଦୟାନିଧି ମେହେର ଓ ମୋହନ ସିଂହଙ୍କୁ ସୁରେନ୍ଦ୍ର ସାଏଙ୍କ ବିରୋଧରେ ଭଲ କାର୍ଯ୍ୟ କରିଥିବାରୁ ପୁରସ୍କୃତ କରିଥିଲେ। ୧୮୬୫ରେ ସୁରେନ୍ଦ୍ର ସାଏଙ୍କୁ ଅସୁରଗଡ ଗିରିଦୁର୍ଗରେ ବନ୍ଦୀ କରାଯାଇଥିଲା। ଅସୁରଗଡ଼ ଦୁର୍ଗରେ ହିଁ ଏହି ମହାନ୍‌ ବୀରଙ୍କ ଜୀବନ ଦୀପ ଲିଭିଯାଇଥିଲା। ଏହି ମହାନ୍‌ ବୀର ପୁରୁଷ ଓ ତାଙ୍କର ସହଯୋଗୀମାନେ ସମ୍ବଲପୁର ସମେତ ସାରା ଦେଶରେ ଯୁଗ ଯୁଗ ଧରି ଅମର ରହିବେ।
ମୋ :୯୯୩୭୬୯୧୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri