ଆଇଆର୍‌ଏସ୍‌ ରାଡାର

Dillip Cherian

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ (ସିବିଡିଟି) ହିସାବ ବହିର୍ଭୂତ ବିଦେଶୀ ଏବଂ ବେନାମୀ ସମ୍ପତ୍ତି ଉପରେ ଏବେ ତା’ ଅଭିଯାନ ଜୋରଦାର କରିଛି। ଏଥିପାଇଁ ସିବିଡିଟି ବି ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏହା ଏକ ନୂଆ ଅନ୍‌ଲାଇନ ବ୍ୟବସ୍ଥା କରିଛ,ଯେଉଁଥିରେ ବିଦେଶରେ ଥିବା କଳାଧନ ଉପରେ ଟିକସ ସମ୍ପର୍କିତ ଗୁପ୍ତ ସୂଚନା ଦେବାକୁ ସୂଚନାଦାତାମାନଙ୍କୁ ଉତ୍ସାହିତ କରାଯାଇଛି। ଏହାବାଦ୍‌ ଦେଶର ବିଭିନ୍ନ ସ୍ଥାନରେ ଥିବା ଏହାର ୧୪ଟି ନିର୍ଦ୍ଦେଶାଳୟରେ ସ୍ବତନ୍ତ୍ର ଭାବେ ଫରେନ୍‌ ଆସେଟ୍‌ସ ଇନ୍‌ଭେଷ୍ଟିଗେଶନ ୟୁନିଟ୍‌ସ(ଏଫ୍‌ଏଆଇୟୁ) ଆରମ୍ଭ କରିଛି। ପ୍ରାୟ ୭୦ ଜଣ ତଦନ୍ତକାରୀ ଆଇଆର୍‌ଏସ୍‌ ଅଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବା ଲାଗି ଏହିସବୁ ୟୁନିଟ୍‌କୁ ବଦଳି କରାଯାଇ ସାରିଲାଣି ବୋଲି ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ, ସିବିଡିଟି ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଅଧିକ ଇଣ୍ଡିଆନ ରେଭିନ୍ୟୁ ସର୍ଭିସ(ଆଇଆର୍‌ଏସ୍‌) ଅଧିତ୍କାରୀଙ୍କୁ ଦେବାକୁ ଅନୁରୋଧ କରିବା ସହ ଏହି ଅଭିଯାନ ଲାଗି ସମ୍ବଳର ଆବଶ୍ୟକତା ରହିଥିବାରୁ କେନ୍ଦ୍ର ବଜେଟରେ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ କହିିଛି। ଆଇଆର୍‌ଏସ୍‌ ଅଧିକାରୀମାନେ ଏ କ୍ଷେତ୍ରରେ ରାଡାର ଭଳି କାମ କରିବେ। ଏଫ୍‌ଏଆଇୟୁଗୁଡ଼ିକ ମହାନିର୍ଦ୍ଦେଶକ ର଼୍ୟାଙ୍କର ଆୟକର ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରିବ। ଏହି ୟୁନିଟ୍‌ଗୁଡ଼ିକୁ ବିଭିନ୍ନ ଗ୍ରୁପରେ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ୟୁନିଟ୍‌ଗୁଡ଼ିକୁ ସୁରୁଖୁରୁରେ ଚଳାଇବା ପାଇଁ ସେଗୁଡ଼ିକରେ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏବଂ ଯଥେଷ୍ଟ ସହାୟକ କର୍ମଚାରୀ ଅବସ୍ଥାପିତ କରାଯିବ। ଉକ୍ତ ୟୁନିଟଗୁଡ଼ିକୁ ସିଧାସଳଖ ସିବିଡିଟି ନିୟନ୍ତ୍ରଣ କରିବ। ଜଣାପଡିଛି ଯେ, ଯଦି ଆବଶ୍ୟକ ହୁଏ ସିବିଡିଟି ସରକାର ବାହାରୁ ଡାଟା ଆନାଲିଷ୍ଟ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭଳି ବିଶେଷଜ୍ଞମାନଙ୍କୁ ଆଣି ଉକ୍ତ କାର୍ଯ୍ୟରେ ଲଗାଇବାକୁ ଇଚ୍ଛା ପ୍ରକାଶ କରିଛି। ଏଫ୍‌ଏଆଇୟୁ ମଧ୍ୟ ଗ୍ଲୋବାଲ୍‌ ଟ୍ୟାକ୍ସ ଡକ୍ୟୁମେଣ୍ଟ ଲିକ୍‌ସରେ ସୂଚିତ ବଦନାମ ହୋଇଥିବା ପାନାମା ପେପର୍ସ ଭଳି ଅନ୍ୟ ଭାରତୀୟ ସଂସ୍ଥାଗୁଡ଼ିକର ମାମଲା ଉପରେ ଯାଞ୍ଚ କରିବ।
ବାବୁଙ୍କ ଭିଜିଲାନ୍ସ କେସ୍‌
ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ କେସ୍‌ଗୁଡ଼ିକର ତଦନ୍ତ ସମ୍ପର୍କିତ ଜବାବ ଦେବାରେ ଯଦି ରାଜ୍ୟ ସରକାର କିମ୍ବା ଅନୁରୂପ ବିଭାଗ ଅସଫଳ ହୁଅନ୍ତି, ତେବେ ଏଭଳି ଅବ୍ୟବସ୍ଥା ଉପରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସମେତ କ୍ୟାଡରକୁ ନିୟନ୍ତ୍ରଣ କରୁଥିବା ପ୍ରଶାସନ ବା ସଂସ୍ଥାମାନଙ୍କୁ ଏହି କେସ୍‌ଗୁଡ଼ିକୁ ସରଳରେ ଶେଷ କରିବା ସହ ଅଧିତ୍କାରୀମାନଙ୍କ ସ୍ବଚ୍ଛତାକୁ ଅନୁମୋଦନ କରିବା ଉପରେ ସିଭିସି ଜୋର ଦେଇଛନ୍ତିି। ମୁଖ୍ୟ ଭିଜିଲାନ୍ସ କମିଶନ ସଞ୍ଜୟ କୋଠାରୀଙ୍କଠାରୁ ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସବୁ ଘଟଣାରେ ଯେଉଁଠି ଅଧିକାରୀମାନେ ତିନିମାସ ମଧ୍ୟରେ ବାବୁମାନଙ୍କ ବିରୋଧରେ ହୋଇଥିବା ଭିଜିଲାନ୍ସ କେସ୍‌ର ସବିଶେଷ ବିବରଣୀ ଦେବାରେ ବିଫଳ ହେବେ ସେ କ୍ଷେତ୍ରରେ ଅଭିଯୁକ୍ତ ବାବୁମାନଙ୍କୁ ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ପଦୋନ୍ନତି ପାଇଁ ଯୋଗ୍ୟ ବୋଲି ବିଚାର କରାଯିବ। ଏହି ନିର୍ଦ୍ଦେଶର ପରିଣାମ କ’ଣ ହେବ ତାହା କମିଶନଙ୍କୁ ଜଣା। ଅନେକ ସମୟରେ କ୍ୟାଡରକୁ ନିୟନ୍ତ୍ରଣ କରୁଥିବା ଅଧିକାରୀ ବା ସଂସ୍ଥାଗୁଡ଼ିକ ନିୟମ ପାଳନ କରନ୍ତି ନାହିଁ। ଏହାଦ୍ୱାରା ଅଧିକାରୀଙ୍କ ବିରୋଧରେ କରାଯାଇଥିତ୍ବା ଭିଜିଲାନ୍ସ କେସ୍‌ର ସମାଧାନ ନ ହୋଇ ବହୁ ଦିନ ଧରି ପଡିରହେ। ସିଭିସି ଯଦି ତାଙ୍କ ରାସ୍ତାରେ ରୁହନ୍ତି, ତେବେ ମାସ ମାସ ଧରି ପଡିରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଭିଜିଲାନ୍ସ କେସ୍‌ ପ୍ରତି ରହିଥିବା ପ୍ରଶାସନିକ ଉଦାସୀନତାକୁ ଦୂର କରାଯାଇପାରିବ। ଏହି ପଦକ୍ଷେପ ମଧ୍ୟ ଯୋଗ୍ୟ ଅଧିକାରୀମାନଙ୍କୁ ସେମାନଙ୍କ କ୍ୟାରିୟରର ଉପଯୁକ୍ତ ପ୍ରାପ୍ୟ ଦେଇପାରିବ।
କ’ଣ କରିବେ ଶର୍ମା
ଉତ୍ତରପ୍ରଦେଶ ରାଜନୀତିରେ ଏବେ ହଲ୍‌ଚଲ୍‌ ଅବସ୍ଥା। ଏହି ପରିପ୍ରେକ୍ଷୀରେ ପୂର୍ବତନ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିତ୍କାରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଅରବିନ୍ଦ ଶର୍ମାଙ୍କ ଆଗମନକୁ ଉତ୍ସୁକତାର ସହ ଲକ୍ଷ୍ୟ କରାଯାଇଛି। କେନ୍ଦ୍ରରେ ଏମ୍‌ଏସ୍‌ଏମ୍‌ଇର ସଚିବ ପଦରୁ ଅବସର ନେବା ପରେ ଶର୍ମା ନିକଟରେ ଭାଜପାରେ ଯୋଗ ଦେଇଛନ୍ତି। ସେ ରାଜ୍ୟ ବିଧାନ ପରିଷଦରେ ସାମିଲ ହେବାର ଅଛି। ଅନୁମାନ ବି ସ୍ପଷ୍ଟ ପ୍ରତୀୟମାନ ହେଉଛି। ଶର୍ମା ଉତ୍ତରପ୍ରଦେଶର ଗୃହମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ଉତ୍ତରପ୍ରଦେଶ ରାଜନୀତିରେ ଶର୍ମାଙ୍କ ପାଇଁ ଏକ ବୃହତ୍‌ ଯୋଜନା ରହିଥିବା ଅନେକେ କହନ୍ତି। ସେମାନେ ଅନୁଭବ କରନ୍ତି ଯେ, ମୋଦି ତାଙ୍କ ବିଶ୍ୱସ୍ତ ପୂର୍ବତନ ବାବୁଙ୍କୁ ଏମ୍‌ଏଲ୍‌ଏ କିମ୍ବା ମନ୍ତ୍ରୀ ଭାବେ କେବେ ବି ଅବସ୍ଥାପିତ କରିବେ ନାହିଁ। ତେବେ ଶର୍ମାଙ୍କ ମାଧ୍ୟମରେ ମୋଦି ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଆରମ୍ଭ କରିବେ ବୋଲି ବିଶ୍ୱାସ କରାଯାଏ। ଏଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟରେ ଲାଗୁ କରିଥିବା ଯୋଜନାଗୁଡ଼ିକର ସଫଳ ରୂପାୟନରେ ସାହାଯ୍ୟ କରିବାର ଅଧିତ୍କ ସମ୍ଭାବନା ରହିଛି। ରାଜନୀତିରେ ମୋଦି ତାଙ୍କ ବିଶ୍ୱସ୍ତ ଅମଲାମାନଙ୍କୁ ପ୍ରବେଶ କରାଇବାର ବିଶେଷ ରୁଚି ରଖିଥିବା ବହୁବାର ଲକ୍ଷ୍ୟ କରାଯାଏ, ଯାହା ଏହି ପଦକ୍ଷେପରେ ଦୋହରାଇଛନ୍ତି। ସବୁବେଳେ ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଏବଂ ଟେକ୍‌ନୋକ୍ରାଟ ପ୍ରଫେଶନାଲମାନେ ତାଙ୍କର ପ୍ରଥମ ପସନ୍ଦ ରହି ଆସିଛନ୍ତି। ଆର.କେ.ସିଂ, ହରଦୀପ ପୁରି,ଏସ.କେ. ଜୟଶଙ୍କରଙ୍କୁ ରାଜନୀତିକୁ ଆଣିବା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri