ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ସରକାର ଗଢ଼ିବ। ବିଜେଡି ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ। ଆଗାମୀ ଶାସନ କାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଚ୍ଛା ବୋଲି ମୋଦି ନିଜ ଟୁଇଟର୍‌ରେ ଲେଖିଛନ୍ତି।