Categories: ଖେଳ

ବିପିଏଲ୍‌ ଡ୍ରାଫ୍ଟରେ ଭାରତୀୟ ଖେଳାଳି

ଢାକା, ୧୮।୧୧- ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ର ଆଗାମୀ ସିଜନ ଲାଗି ପ୍ରକାଶିତ ଖେଳାଳି ଡ୍ରାଫ୍ଟରେ ୩ ଜଣ ଭାରତୀୟ କ୍ରିକେଟର୍‌ ରହିଛନ୍ତି। ସେମାନେ ହେଲେ ମନବିନ୍ଦର ବିସ୍‌ଲା, ଦ୍ରୁତ ବୋଲର ମନ୍‌ପ୍ରୀତ୍‌ ଗୋନୀ ଓ ପୂର୍ବତନ ରାଜସ୍ଥାନ ରୟାଲ୍ସ ଖେଳାଳି କୁମାର ବୋରେସା। ୨୦୧୨ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫାଇନାଲରେ ବିସ୍‌ଲାଙ୍କ ମ୍ୟାଚ୍‌ ବିଜୟୀ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ ଟାଇଟଲ୍‌ ଜିତିବାରେ ସକ୍ଷମ ହୋଇଥିଲା। ‘ବିପିଏଲ୍‌ରେ ଅଧିକରୁ ଅଧିକ ଭାରତୀୟ ଖେଳାଳିଙ୍କୁ ସାମିଲ କରିବାକୁ ପ୍ରୟାସ ଜାରି ରହିଛି’ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସଭାପତି ନାଜମୁଲ ହାସାନ କହିଛନ୍ତି। ବିପିଏଲ୍‌ର ଆଗାମୀ ସଂସ୍କରଣ ଡିସେମ୍ବର ୧୧ରୁ ଆରମ୍ଭ ହେବ।

Share