ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି ଘଟଣା: ନୋଟିସ ପୂର୍ବରୁ ଦେଲେ ଜରିମାନା ୪୦ ବିଜେଡି କର୍ମୀ

ଭୁବନେଶ୍ୱର, ୭।୧(ବ୍ୟୁରୋ):ବିନା ହେଲ୍‌ମେଟ୍‌ରେ ରାଜଧାନୀରେ ବାଇକ୍‌ ରାଲି କରିଥିବା ଆଉ ୪୦ଜଣ ବିଜେଡି କର୍ମୀ ଜରିମାନା ଦେଇଛନ୍ତି। ସୋମବାର ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଏହି କର୍ମୀମାନେ ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ପହଞ୍ଚତ୍ ଜରିମାନା ଅର୍ଥ ବାଦକୁ ପ୍ରତ୍ୟେକ ୧ହଜାର ଟଙ୍କା ଲେଖାଏ ମୋଟ ୪୦ହଜାର ଟଙ୍କା ଦାଖଲ କରିଛନ୍ତି। ଏମାନଙ୍କୁ ପୋଲିସ ପକ୍ଷରୁ ନୋଟିସ ହୋଇ ନ ଥିଲେ ମଧ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ନିଜ ତରଫରୁ ଜରିମାନା ଦେଉଥିବା କହିଛନ୍ତି। ଏହାପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୨୫ଜଣ ନିୟମ ଉଲ୍ଲଂଘନକାରୀ ବିଜେଡି କର୍ମୀଙ୍କ ନାମରେ ଚାଲାଣ କଟାଯାଇଥିଲା। ସେମାନେ ଏବାବଦ ଜରିମାନା ଦାଖଲ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀମାନେ ବିନା ହେଲ୍‌ମେଟ୍‌ରେ ସହରରେ ବାଇକ୍‌ ରାଲି କରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କାହିଁକି ନିୟମ ଉଲ୍ଲଂଘନକାରୀ ବିଜେଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ କମିଶନରେଟ ପୋଲିସକୁ ପ୍ରଶ୍ନ ପ୍ରଚାରିଥିଲେ। କିଛି ଯୁବବର୍ଗ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ପ୍ରତିଶ୍ରୁତି ମୁତାବକ କମିଶନ ଷଡ଼ଙ୍ଗୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ୨୫ଜଣଙ୍କ ନାଁରେ ଚାଲାଣ କଟାଯାଇଥିଲା। ଅନ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ସେମାନଙ୍କ ମଧ୍ୟରେ ଛନକା ପଶିଥିଲା। ଏନେଇ ବିଧାୟକ ଜେନା କହିଛନ୍ତି, ନେତା ହୁଅନ୍ତୁ କି ଦଳୀୟ କର୍ମୀ ଅବା ସାଧାରଣ ଜନତା, ଆଇନ ସମସ୍ତଙ୍କ ପାଇଁ ସମାନ। ଦଳର ପ୍ରତିଷ୍ଠା ଦିବସରେ କର୍ମୀମାନେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି କରିଥିଲେ। ନିୟମ ଉଲ୍ଲଂଘନ କରିଥିବାରୁ ସେମାନେ ଆପଣାଛାଏଁ ଜରିମାନା ଦେଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବାଲେଶ୍ୱରରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରଚାରରେ କର୍ମୀମାନେ ହେଲ୍‌ମେଟ ନ ପିନ୍ଧି ବାଇକ୍‌ ରାଲି କରିଥିଲେ। ଏହାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପୋଲିସ ଡିଜିଙ୍କୁ ନୋଟିସ କରିଥିଲେ। ଏବେ ରାଜଧୀନରେ ବିଜେଡିର ପ୍ରତିଷ୍ଠା ଦିବସରେ ସମାନ ଘଟଣା ଘଟିବା ପରେ ପୋଲିସ କମିଶନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri