ବିନା ସୂଚନାରେ କାଟିଦେଲେ ବିଦ୍ୟୁତ୍‌

ଢେଙ୍କାନାଳ ଅଫିସ, ୧୩।୩ – ପରୀକ୍ଷା ସମୟରେ ଯଥାସମ୍ଭବ ବିଦ୍ୟୁତ୍‌ କାଟ କମ୍‌ କରିବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବିଭାଗକୁ ତାଗିଦ୍‌ କରିଛନ୍ତି। ହେଲେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳରେ। ବକେୟା ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରି ନ ଥିବା ଦର୍ଶାଇ ଗୁରୁବାର ସେସୁ କର୍ତ୍ତୃପକ୍ଷ ଢେଙ୍କାନାଳ କଲେଜ ଏବଂ କପିଳାସ ଛାତ୍ରାବାସରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଇଛନ୍ତି। ପରୀକ୍ଷା ଚାଲୁଥିବା ସମୟରେ ସେସୁର ଏପରି ମନମୁଖି କାର୍ଯ୍ୟ ବିରୋଧରେ ଛାତ୍ର ଅଶାନ୍ତି ତେଜିଛି। ଏହାର ପ୍ରତିବାଦରେ ଶତାଧିକ ଅନ୍ତେବାସୀ ଅପରାହ୍ନ ୫ଟାରୁ ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆନ୍ଦୋଳନକାରୀ ଛାତ୍ରଙ୍କ କହିବା କଥା, ଢେଙ୍କାନାଳ କଲେଜରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଠାରେ ୭ରୁ ଊର୍ଦ୍ଧ୍ୱ କଲେଜର ଯୁକ୍ତ ୨ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। କଲେଜକୁ ପ୍ରଶ୍ନପତ୍ର ରଖିବାକୁ ନୋଡାଲ ସେଣ୍ଟର କରାଯାଇଛି। ଏଠାରେ କଡ଼ା ସୁରକ୍ଷା ବଳୟ ଭିତରେ ଅନ୍ୟ ୭ କଲେଜର ପ୍ରଶ୍ନପତ୍ର ରଖାଯାଇଛି। ପରୀକ୍ଷା କେନ୍ଦ୍ର ଏବଂ ପ୍ରଶ୍ନପତ୍ର ରଖାଯାଇଥିବା ପ୍ରକୋଷ୍ଠରେ ସିସିଟିଭି କ୍ୟାମେରା ଲଗାଯାଇଛି। ସେହିପରି କପିଳାସ ଛାତ୍ରାବାସରେ ଯୁକ୍ତ ୨ ବିଭାଗର ୨୫୦ ଛାତ୍ର ରହି ପାଠ ପଢ଼ୁଛନ୍ତି। ଏ ସମ୍ପର୍କରେ ଅବଗତ ଥିବା ସତ୍ତ୍ୱେ ସେସୁ ବିନା ସୂଚନାରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୂଚନା ପାଇ କଲେଜର ପ୍ରଶାସନିକ ଅଧିକାରୀ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ, ଟାଉନ ଥାନା ଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ପହଞ୍ଚତ୍ଥିଲେ। ତେବେ ଘଟଣାସ୍ଥଳକୁ ସେସୁ କିମ୍ବା ଏନ୍‌ଜେନ୍‌ର କୌଣସି ଅଧିକାରୀ ନ ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଛାତ୍ରଙ୍କ ଦାବି ଆଗରେ ମୁଣ୍ଡ ନୁହଁାଇ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିବାକୁ ସେସୁ ବାଧ୍ୟ ହୋଇଥିଲା। ଏହାପରେ ସନ୍ଧ୍ୟା ୬ଟା ୨୦ରେ ରାସ୍ତାରୋକୋ ହଟିଥିଲା।
ଏ ନେଇ କଲେଜ ପ୍ରଶାସନିକ ଅଧିକାରୀ ରଣଜିତ୍‌ ପ୍ରଧାନ କୁହନ୍ତି, ଏହି ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ। ଛାତ୍ରଙ୍କ ଦାବି ଯୁକ୍ତିଯୁକ୍ତ। କଲେଜକୁ ମିଳୁଥିବା ଗ୍ରାଣ୍ଟରୁ ଏକଥରକେ ୩-୪ ମାସର ବିଲ୍‌ ପ୍ରଦାନ କରାଯାଇଥାଏ। ଏବେ ୧ ଲକ୍ଷ ୩୦ ହଜାର ଟଙ୍କା ଦେୟ ବାକି ରହିଛି। ଏହାକୁ ଅତିଶୀଘ୍ର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ସାରଦା ପ୍ରସନ୍ନ ପତି କୁହନ୍ତି, ଅଧିକାଂଶ ସମୟରେ ଅଧିକା ବିଦ୍ୟୁତ୍‌ ବିଲ୍‌ ଆସୁଛି। ନୂତନ ମିଟର ବସାଇବା ଲାଗି ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ କୁହାଯାଇଛି। ହେଲେ ସେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ପରୀକ୍ଷା ସମୟରେ ଏପରି ବିଦ୍ୟୁତ୍‌ ବିଚ୍ଛିନ୍ନ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।
ଏ ସମ୍ପର୍କରେ ସେସୁ ନିର୍ବାହୀଯନ୍ତ୍ରୀ ସତ୍ୟବ୍ରତ ମହାନ୍ତି କୁହନ୍ତି, କଲେଜ ଓ ଛାତ୍ରାବାସର ପ୍ରାୟ ୨ଲକ୍ଷ ଟଙ୍କା ବିଲ୍‌ ବାକି ରହିଛି। ଏ ନେଇ ସେମାନଙ୍କୁ ଅବଗତ କରାଯାଇଛି। ଯେହେତୁ ପରୀକ୍ଷା ଚାଲିଛି ଏବଂ କଲେଜରେ ପରୀକ୍ଷା କେନ୍ଦ୍ର ହୋଇଛି ତେଣୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ବୋଲି ନିର୍ବାହୀଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri