ବିନା ସରକାରୀ ସହାୟତାରେ ବି ସଫଳ; ନେଟ୍‌ ପହଞ୍ଚାଇଛି ଟପ୍‌ରେ

ବନ୍ତଳା,୧୩।୧:  ଶିକ୍ଷିତ ନୁହନ୍ତି କି ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ବି ପାଇନାହାନ୍ତି। ତଥାପି ଆଧୁନିକ ଚାଷ କ୍ଷେତ୍ରରେ ଜିଲାର ଟପ୍‌ରେ ପହଞ୍ଚିପାରିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଭାବଗ୍ରାହୀ ଦେହୁରୀ(୪୭)। ନିଷ୍ଠା ଓ କଠିନ ପରିଶ୍ରମ ସହ ଇଣ୍ଟରନେଟ୍‌ରୁ ଶିକ୍ଷା ନେଇ ସେ ପାଇଛନ୍ତି ଏପରି ସଫଳତା। ତାଙ୍କ ଆଧୁନିକ ଚାଷ ପ୍ରଣାଳୀର ଚର୍ଚ୍ଚା ଏତେ ଯେ ତାହା ଦେଖିବାକୁ ୨୦୧୭ରେ ତତ୍‌କାଳନୀ ଅନୁଗୋଳ ଜିଲାପାଳ ଓ କୃଷି ବିଭାଗ ସଚିବ ମଧ୍ୟ ପହଞ୍ଚି ଯାଇଥିଲେ ଭାବଗ୍ରାହୀଙ୍କ ଜମି ନିକଟରେ।
ବାପାଙ୍କ ସହ ପିଲାବେଳୁ କୃଷି କ୍ଷେତ୍ରକୁ ଓହ୍ଲାଇଥିବା ଭାବଗ୍ରାହୀ ଦୀର୍ଘ ୧୫ ବର୍ଷ ହେବ ଉନ୍ନତ ପ୍ରଣାଳୀ ଆପଣାଇବାକୁ ଉଦ୍ୟମ କରିଆସିଛନ୍ତି। ପ୍ରଥମେ ସେ ଦଶ ଗୁଣ୍ଠ ଜମିରେ କଦଳୀ, ବିଲାତି ଓ ବାଇଗଣ ଚାଷ କରିଥିଲେ। ୮୦ ହଜାର ଟଙ୍କା ଲାଭ ପାଇବା ପରେ ପରବର୍ଷ ୨ ଏକର ଜମିରେ ସେହି ଫସଲ କରିଥିଲେ। ୨୦୧୫ରେ ୪ ଏକର, ୨୦୧୭ରେ ୬ ଏକର ଓ ଚଳତବର୍ଷ ୮ ଏକରରେ କଦଳୀ, ବାଇଗଣ, ବିଲାତି, କୋବି, ଧାନ, ଅଦା, ପୋଟଳ, ରସୁଣ, ପିଆଜ, ସୋରିଶ, ବିରି, ରାଶି, ହରଡ଼, ଗୁଆଁର, ଆଳୁ, ଶାଗ ଆଦି ୨୦ରୁ ଊଦ୍ଧର୍‌ବ ପ୍ରକାରର ଚାଷ କରିଛନ୍ତି। ଅତୀତରେ ସେ ଉଦ୍ୟାନ ବିଭାଗର ସହଯୋଗ ଲୋଡ଼ିଥିଲେ। କିନ୍ତୁ କୌଣସି ପ୍ରକାର ସହାୟତା ନ ମିଳିବାରୁ ବାଧ୍ୟ ହୋଇ ସେ ଟିଭିରେ ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ମୋବାଇଲରେ ଇଣ୍ଟରନେଟ୍‌ ସର୍ଚ୍ଚ କରି ଉନ୍ନତମାନର ଚାଷ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ପାଇଲେ। ୫ ବର୍ଷ ହେଲା ନିଜେ ଜୈବିକ ସାର ପ୍ରସ୍ତୁତ କରି ଜମିରୁ ଭଲ ଫସଲ ଅମଳ କରୁଛନ୍ତି। ୨୦୧୭ରେ କୋଡିଏ ଗୁଣ୍ଠ ଜାଗାରେ ସେ ୪ ହଜାର ବ୍ରୋକଲି (ନୀଳ କୋବି) ଚାରା ଲଗାଇଥିଲେ। ଜିଲାରେ ପ୍ରଥମ କରି ସେ ଏହି ଚାଷ କରିଥିବାରୁ ତାହା ଦେଖି ତତ୍‌କାଳୀନ ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲ ଓ କୃଷି ବିଭାଗର ସଚିବ ଖୁସି ହୋଇଯାଇଥିଲେ। କଦଳୀ ଫସଲ ଭିତରେ ଅଦା, ବିଲାତି ଭିତରେ ବିନ୍ସ, ଭେଣ୍ଡି ଭିତରେ ମୂଳା, ବିଟ ଓ ଗାଜର ଆଦି ଅନ୍ତଃ ଚାଷ ସେ ଲଗାତାର କରିଆସୁଛନ୍ତି। ଏକାବେଳେ କୁଇଣ୍ଟାଲ କୁଇଣ୍ଟାଲ ଅଦା ଅମଳ କରୁଛନ୍ତି। କିନ୍ତୁ ତାହାକୁ ସଂରକ୍ଷିତ ରଖିବାର ବ୍ୟବସ୍ଥା ଜିଲାରେ ନ ଥିବାରୁ ଅଧିକାଂଶ ସମୟ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚଳିତବର୍ଷ କୋଡିଏ ଗୁଣ୍ଠ ଜାଗାରେ ଧାଡି ରୁଆ ବିଲାତି କରିଛନ୍ତି। ଭଲ ଅମଳ ତଥା ଗଛକୁ ସିଧା ରଖିବା ପାଇଁ ବାଉଁଶମୂଳି, ଏକ କୁଇଣ୍ଟାଲ ଜିଆଇ ତାର ଓ ତିରିଶ କେଜି ସୁତୁଲି ବ୍ୟବହାର କରିଛନ୍ତି। ଏହି ସ୍ବତନ୍ତ୍ର ପଦ୍ଧତି ଦେଖିବା ପାଇଁ ଦୈନିକ ବହୁ ସଂଖ୍ୟାରେ ଚାଷୀ ତାଙ୍କ ଜମି ନିକଟକୁ ଆସୁଛନ୍ତି। ଏଥିସହ ଅଢ଼େଇ ଏକରରେ କଦଳୀ, ଦଶ ଗୁଣ୍ଠରେ ଅଦା, ଦୁଇ ଏକରରେ ବିଲାତି, ତିରିଶ ଗୁଣ୍ଠରେ ବାଇଗଣ, ଦଶ ଗୁଣ୍ଠରେ ପୋଟଳ, ଦୁଇ ଗୁଣ୍ଠରେ ରସୁଣ, ପନ୍ଦର ଗୁଣ୍ଠରେ ରାଶି, ପନ୍ଦର ଗୁଣ୍ଠରେ ବିରି, ଚାରି ଗୁଣ୍ଠରେ ମୁଗ, ଦଶ ଗୁଣ୍ଠରେ ହରଡ଼, କୋଡିଏ ଗୁଣ୍ଠରେ ସୋରିଶ, କୋଡିଏ ଗୁଣ୍ଠରେ କୋବି, ନଅ ଗୁଣ୍ଠରେ ଭେଣ୍ଡି, ଆଠ ଗୁଣ୍ଠରେ ବିନ୍ସ, ତିନି ଗୁଣ୍ଠରେ ଆଳୁ ଲଗାଇଛନ୍ତି। ଏଥିପାଇଁ ଦୈନିକ ୬ ଜଣ ଶ୍ରମିକଙ୍କ ସହ ସ୍ତ୍ରୀ ଓ ନିଜେ ଖଟୁଛନ୍ତି। ଚାଷରୁ ମିଳୁଥିବା ଲାଭରୁ ସେ ପାୱାର ଉଇଡର, ସ୍ପ୍ରେୟର ମେଶିନ, ସ୍ପିଙ୍କଲର ପାଇପ ଆଦି କିଣିଛନ୍ତି। ଭଡ଼ାରେ ବୋରୱେଲ ସହ ଟ୍ରାକ୍ଟର ଓ ପାୱାର ଟିଲର ଆଣିଛନ୍ତି। ୫ ଲକ୍ଷ ଟଙ୍କା ଦେଇ ଜମି କିଣିବା ସହ ବ୍ୟାଙ୍କରେ ଅର୍ଥ ମଧ୍ୟ ସଞ୍ଚୟ କରିଛନ୍ତି। ଦୁଇ ଝିଅ ଓ ପୁଅଙ୍କୁ ଉଚ୍ଚଶିକ୍ଷିତ କରିପାରିଛନ୍ତି। ୟୁକୋ ଓ ସେବା ସମବାୟ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଲେଖାଏ ଋଣ ଆଣି ପ୍ରତିବର୍ଷ ତାହାକୁ ରେନୁଆଲ କରୁଛନ୍ତି। ବର୍ଷକୁ ୧୨ରୁ ୧୫ ଲକ୍ଷ ଟଙ୍କାର ଫସଲ ସେ ବିକ୍ରି କରୁଛନ୍ତି। ଚାଷ ଓ ଚାଷୀଙ୍କ ପାଇଁ ସରକାର ନାନା ଯୋଜନା କରିଥିଲେ ବି ତାଙ୍କୁ ସେପରି କୌଣସି ସାହାଯ୍ୟ ସହଯୋଗ କୃଷି କି ଉଦ୍ୟାନ କାର୍ଯ୍ୟାଳୟ ପକ୍ଷରୁ ମିଳୁନାହିଁ। ଅନେକ ସମୟରେ ଅମଳ ଫସଲ ଖୋଲା ଆକାଶ ତଳେ ପଡି ନଷ୍ଟ ହେଉଥିବାରୁ ସେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ବି ପ୍ରଶାସନ କିଛି ପଦକ୍ଷେପ ନେଉ ନ ଥିବା ଭାବଗ୍ରାହୀ ପ୍ରକାଶ କରିଛନ୍ତି। ଏ ବିଷୟରେ ପୋକତୁଙ୍ଗାର ଚାଷୀ ନିରୋଦ ସାହୁ, ସୁରେଶ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ପ୍ରଶ୍ନ ଦେହୁରୀ, ପ୍ରଶ୍ନ ପ୍ରଧାନ, ସରୋଜ ସାହୁ ପ୍ରମୁଖ କୁହନ୍ତି, ଭାବଗ୍ରାହୀ ନୂତନ ପଦ୍ଧତିରେ ଚାଷ କରି ଅନେକ ସଫଳତା ପାଇଛନ୍ତି। ଅନ୍ୟ ଚାଷୀମାନେ ତାଙ୍କଠାରୁ ପ୍ରେରଣା ପାଉଛନ୍ତି। ବ୍ରୋକଲି ଓ ଧାଡ଼ି ବିଲାତି ଚାଷ ପୂର୍ବରୁ କେବେ ଆମେ ଦେଖି ନ ଥିଲୁ।
ଏ ସମ୍ପର୍କରେ ଅନୁଗୋଳ ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ପଦ୍ମଲୋଚନ ଦାସ କହିଛନ୍ତି, ଉକ୍ତ ଅଞ୍ଚଳ ଦାୟିତ୍ୱରେ ଯେଉଁ କର୍ମଚାରୀ ଥିଲେ ତାଙ୍କର ବଦଳି ହୋଇଯାଇଛି। ତେଣୁ ଭାବଗ୍ରାହୀଙ୍କ ସହିତ ସେ ନିଜେ ଯୋଗାଯୋଗ କରି କିପରି ସରକାରୀ ସହାୟତା ତାଙ୍କୁ ମିଳିପାରିବ ତାହାର ବ୍ୟବସ୍ଥା କରିବେ। ଅଧା ଏକର ବିଲାତି କିମ୍ବା ଅଦା ଚାଷ କରିଥିଲେ ୫୦ ଭାଗ ସବ୍‌ସିଡି ମିଳିବାର ନିୟମ ରହିଛି। ଏଥିପାଇଁ ଭାବଗ୍ରାହୀ ଆବେଦନ କଲେ ସବ୍‌ସିଡି ପାଇପାରିବେ ବୋଲି ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri