ବିନା ଅନୁମତିରେ ଚାଲିଛି ଶତାଧିକ ବିଦ୍ୟାଳୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଅର୍ଗାନାଇଜେଶନ୍‌ ଅଫ୍‌ ପ୍ୟାରେଣ୍ଟ ଆସୋସିଏଶନ୍‌ ଫୋରମ୍‌ (ଓପାଫ୍‌) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସ୍‌ଇର ସ୍ଥାଣୁତା ଉପରେ ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରାଯାଇଛି। କର୍ମଚାରୀ ଭବନରେ ଅନୁଷ୍ଠିତ ଏହି ସମ୍ମିଳନୀରେ କୁହାଯାଇଛି ଯେ, ଯୁଗୋପଯୋଗୀ ଶିକ୍ଷା ବିପର୍ଯ୍ୟସ୍ତ କାରଣରୁ ଘରୋଇ ଶିକ୍ଷାନୁଷ୍ଠାଗୁଡ଼ିକର ଚାହିଦା ବଢ଼ିଚାଲିଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ବ୍ୟବସାୟୀକରଣ କରାଯାଇପାରିବ ନାହିଁ। ଘରୋଇ ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ କରିବା ନିମନ୍ତେ ସୁପ୍ରିମକୋର୍ଟ ବାରମ୍ବାର ରାୟ ଶୁଣାଣି କଲେ ମଧ୍ୟ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଯୁଗୋପଯୋଗୀ କେନ୍ଦ୍ରୀୟ ପାଠ୍ୟକ୍ରମ ଏବଂ ଇଂଲିଶ୍‌ ମାଧ୍ୟମରେ ଶିକ୍ଷା ଦେଉଥିବା ଘରୋଇ ବିଦ୍ୟାଳୟର ଚାହିଦା ବଢ଼ିବାରୁ ଖୁଲମ୍‌ଖୁଲା ଶିକ୍ଷାଦାନ ଏକ ବ୍ୟବସାୟରେ ପରିଣତ ହୋଇଛି। ବିଭିନ୍ନ ଆଳରେ ନୀତିବିହୀନ ଦେୟ ଆଦାୟ କରାଯାଉଛି। ଅଭିଭାବକମାନଙ୍କ ଉପରେ ୧୦ ବର୍ଷରେ ହାରାହାରି ମାସିକ ଦେୟ ୧୦ଗୁଣା ବୋଝ ପଡ଼ିଲାଣି। ଏନେଇ ଓପାଫ୍‌ ସ୍ବର ଉତ୍ତୋଳନ କରିବା ପରେ ୨୦୧୭ରେ ସରକାର ଏକ ଫି ନିର୍ଦ୍ଧାରଣ କମିଟି (ଏଫ୍‌ଆର୍‌ସି) ଗଠନ କରି ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବେ ବୋଲି ଗଣମାଧ୍ୟମରେ ଆଶ୍ୱାସନା ଦେବା ପରେ ନିଦାବିଷ୍ଣୁ ପାଲଟିଗଲେ।
ଏନ୍‌ସିିପିସିଆର ଏକ ଫି ରେଗୁଲେଶନ୍‌ ଫ୍ରେମ୍‌ୱାର୍କ ମାଧ୍ୟମରେ ୩ ବର୍ଷରେ ଥରେ ୧୦% ପର୍ଯ୍ୟନ୍ତ ଫି ବୃଦ୍ଧି କରିବାକୁ ଓଡ଼ିଶା ସରକାରଙ୍କୁ ଗାଇଡ୍‌ଲାଇନ ଦେଇଛନ୍ତି। ୨୦୧୭ରେ ମଧ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଥରେ ଫି ଫିକ୍ସେଶନ୍‌ ହେଲେ ତାହା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିବ ବୋଲି ରାୟ ଶୁଣାଇଥିଲେ। କିନ୍ତୁ ସରକାର ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏହାକୁ ଲାଗୁ କରାଯାଉନାହିଁ। ଚକ୍ରବୃଦ୍ଧି ହାରରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଫି ବୃଦ୍ଧି ଚରମସୀମାରେ ପହଞ୍ଚିଲାଣି। ସରକାର ଯେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକ ଏଭଳି ଲାଉ ଉଠାଉଥିବେ ବୋଲି କୁହାଯାଇଛି। ‘ଓପାଫ୍‌’ ଆରଟିଆଇ ମାଧ୍ୟମରେ ଜାଣିବାକୁ ପାଇଛି ଯେ, ଏନ୍‌ଓସି ନ ଥାଇ ଖୋଦ୍‌ ରାଜଧାନୀରେ ଶହ ଶହ ବିଦ୍ୟାଳୟ ଚାଲୁଛି। ଜିଲା ଅଧିକାରୀଙ୍କ ପାଖରେ କେତେ ବିଦ୍ୟାଳୟ ଏନ୍‌ଓସି ପାଇଛନ୍ତି ଓ କେତେ ପାଇନାହାନ୍ତି ସେନେଇ ଠିକ୍‌ ତଥ୍ୟ ନାହିଁ। ହାତଗଣତି କେତେକ ବିଦ୍ୟାଳୟ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସିଓଆର ପାଇଛନ୍ତି। କୌଣସି ମୁହୂର୍ତ୍ତରେ ଏନ୍‌ଓସି ନ ଥିବା ବିଦ୍ୟାଳୟଗୁଡ଼ିକୁ ସିବିଏସ୍‌ଇ ରଦ୍ଦ କରିଦେଇପାରେ ବୋଲି ଆଶଙ୍କା ରହୁଛି। ଏହି ପରିପ୍ରେକ୍ଷୀରେ ଏନ୍‌ଓସି ଓ ସିଓଆର ପାଇ ନ ଥିବା ବିଦ୍ୟାଳୟଗୁଡ଼ିକରେ ଆସନ୍ତା ଶିକ୍ଷାବର୍ଷଠାରୁ ନୂତନ ଆଡ୍‌ମିଶନ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଓପାଫ୍‌ ଦାବି କରିଛି। ସରକାର ଯଥାଶୀଘ୍ର ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ ଆଇନ୍‌ (ରେଗୁଲେଶନ୍‌ ଆକ୍ଟ) ଆଣି ନିୟନ୍ତ୍ରଣ ନ କଲେ ଏହା ବିରୋଧରେ ଜନସଚେତନ କରିବା ସହ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଓପାଫ୍‌ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଓପାଫ୍‌ର ସଭାପତି ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୁସୂଦନ ବିଶ୍ୱାଳ, ସମ୍ପାଦକ ମିତାରାଣୀ ସାହୁ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?