ବିନା ଅନୁମତିରେ ଚାଲିଛି ଶତାଧିକ ବିଦ୍ୟାଳୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଅର୍ଗାନାଇଜେଶନ୍‌ ଅଫ୍‌ ପ୍ୟାରେଣ୍ଟ ଆସୋସିଏଶନ୍‌ ଫୋରମ୍‌ (ଓପାଫ୍‌) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସ୍‌ଇର ସ୍ଥାଣୁତା ଉପରେ ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରାଯାଇଛି। କର୍ମଚାରୀ ଭବନରେ ଅନୁଷ୍ଠିତ ଏହି ସମ୍ମିଳନୀରେ କୁହାଯାଇଛି ଯେ, ଯୁଗୋପଯୋଗୀ ଶିକ୍ଷା ବିପର୍ଯ୍ୟସ୍ତ କାରଣରୁ ଘରୋଇ ଶିକ୍ଷାନୁଷ୍ଠାଗୁଡ଼ିକର ଚାହିଦା ବଢ଼ିଚାଲିଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ବ୍ୟବସାୟୀକରଣ କରାଯାଇପାରିବ ନାହିଁ। ଘରୋଇ ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣ କରିବା ନିମନ୍ତେ ସୁପ୍ରିମକୋର୍ଟ ବାରମ୍ବାର ରାୟ ଶୁଣାଣି କଲେ ମଧ୍ୟ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଯୁଗୋପଯୋଗୀ କେନ୍ଦ୍ରୀୟ ପାଠ୍ୟକ୍ରମ ଏବଂ ଇଂଲିଶ୍‌ ମାଧ୍ୟମରେ ଶିକ୍ଷା ଦେଉଥିବା ଘରୋଇ ବିଦ୍ୟାଳୟର ଚାହିଦା ବଢ଼ିବାରୁ ଖୁଲମ୍‌ଖୁଲା ଶିକ୍ଷାଦାନ ଏକ ବ୍ୟବସାୟରେ ପରିଣତ ହୋଇଛି। ବିଭିନ୍ନ ଆଳରେ ନୀତିବିହୀନ ଦେୟ ଆଦାୟ କରାଯାଉଛି। ଅଭିଭାବକମାନଙ୍କ ଉପରେ ୧୦ ବର୍ଷରେ ହାରାହାରି ମାସିକ ଦେୟ ୧୦ଗୁଣା ବୋଝ ପଡ଼ିଲାଣି। ଏନେଇ ଓପାଫ୍‌ ସ୍ବର ଉତ୍ତୋଳନ କରିବା ପରେ ୨୦୧୭ରେ ସରକାର ଏକ ଫି ନିର୍ଦ୍ଧାରଣ କମିଟି (ଏଫ୍‌ଆର୍‌ସି) ଗଠନ କରି ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବେ ବୋଲି ଗଣମାଧ୍ୟମରେ ଆଶ୍ୱାସନା ଦେବା ପରେ ନିଦାବିଷ୍ଣୁ ପାଲଟିଗଲେ।
ଏନ୍‌ସିିପିସିଆର ଏକ ଫି ରେଗୁଲେଶନ୍‌ ଫ୍ରେମ୍‌ୱାର୍କ ମାଧ୍ୟମରେ ୩ ବର୍ଷରେ ଥରେ ୧୦% ପର୍ଯ୍ୟନ୍ତ ଫି ବୃଦ୍ଧି କରିବାକୁ ଓଡ଼ିଶା ସରକାରଙ୍କୁ ଗାଇଡ୍‌ଲାଇନ ଦେଇଛନ୍ତି। ୨୦୧୭ରେ ମଧ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଥରେ ଫି ଫିକ୍ସେଶନ୍‌ ହେଲେ ତାହା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିବ ବୋଲି ରାୟ ଶୁଣାଇଥିଲେ। କିନ୍ତୁ ସରକାର ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏହାକୁ ଲାଗୁ କରାଯାଉନାହିଁ। ଚକ୍ରବୃଦ୍ଧି ହାରରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଫି ବୃଦ୍ଧି ଚରମସୀମାରେ ପହଞ୍ଚିଲାଣି। ସରକାର ଯେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକ ଏଭଳି ଲାଉ ଉଠାଉଥିବେ ବୋଲି କୁହାଯାଇଛି। ‘ଓପାଫ୍‌’ ଆରଟିଆଇ ମାଧ୍ୟମରେ ଜାଣିବାକୁ ପାଇଛି ଯେ, ଏନ୍‌ଓସି ନ ଥାଇ ଖୋଦ୍‌ ରାଜଧାନୀରେ ଶହ ଶହ ବିଦ୍ୟାଳୟ ଚାଲୁଛି। ଜିଲା ଅଧିକାରୀଙ୍କ ପାଖରେ କେତେ ବିଦ୍ୟାଳୟ ଏନ୍‌ଓସି ପାଇଛନ୍ତି ଓ କେତେ ପାଇନାହାନ୍ତି ସେନେଇ ଠିକ୍‌ ତଥ୍ୟ ନାହିଁ। ହାତଗଣତି କେତେକ ବିଦ୍ୟାଳୟ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସିଓଆର ପାଇଛନ୍ତି। କୌଣସି ମୁହୂର୍ତ୍ତରେ ଏନ୍‌ଓସି ନ ଥିବା ବିଦ୍ୟାଳୟଗୁଡ଼ିକୁ ସିବିଏସ୍‌ଇ ରଦ୍ଦ କରିଦେଇପାରେ ବୋଲି ଆଶଙ୍କା ରହୁଛି। ଏହି ପରିପ୍ରେକ୍ଷୀରେ ଏନ୍‌ଓସି ଓ ସିଓଆର ପାଇ ନ ଥିବା ବିଦ୍ୟାଳୟଗୁଡ଼ିକରେ ଆସନ୍ତା ଶିକ୍ଷାବର୍ଷଠାରୁ ନୂତନ ଆଡ୍‌ମିଶନ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଓପାଫ୍‌ ଦାବି କରିଛି। ସରକାର ଯଥାଶୀଘ୍ର ଘରୋଇ ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ ଆଇନ୍‌ (ରେଗୁଲେଶନ୍‌ ଆକ୍ଟ) ଆଣି ନିୟନ୍ତ୍ରଣ ନ କଲେ ଏହା ବିରୋଧରେ ଜନସଚେତନ କରିବା ସହ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଓପାଫ୍‌ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଓପାଫ୍‌ର ସଭାପତି ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୁସୂଦନ ବିଶ୍ୱାଳ, ସମ୍ପାଦକ ମିତାରାଣୀ ସାହୁ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri