ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ୮ ଜଣ ପୂର୍ବତନ ମନ୍ତ୍ରୀ, ବିଧାନସଭାର ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୁକ୍ରବାର ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୋକ ପ୍ରସ୍ତାବ ଆଗତ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ଜଗନ୍ନାଥ ରାଉତ, ପୂର୍ବତନ ସଦସ୍ୟ ସଚିଦାନନ୍ଦ ଦେଓ, ଭାଗୀରଥି ଦାସ, ରାଧାଗୋବିନ୍ଦ ସାହୁ, ଦୈତାରୀ ବେହେରା, ନାକା ଲଛମାୟା ଏବଂ ଗୌରହରି ନାଏକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ସହ ପରଲୋକଗତ ସଦସ୍ୟମାନଙ୍କର ଜୀବନୀ ବିଷୟରେ ସୂଚନା ଦେଇଥିଲେ। ସ୍ବର୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗୃହ ମାଧ୍ୟମରେ ସମବେଦନା ଜଣାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ସିପିଆଇ(ଏମ୍‌) ନେତା ଲକ୍ଷ୍ମଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ସ୍ବର୍ଗତ ସଦସ୍ୟମାନଙ୍କର ସ୍ମୃତି ଚାରଣ କରିଥିଲେ। ପରଲୋକଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନିଜ ଦଳର ସମବେଦନା ବାଚସ୍ପତିଙ୍କ ଜରିଆରେ ଜଣାଇଥିଲେ। ସେହି ପରଲୋକଗତ ସଦସ୍ୟମାନଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା ସହ ଗୃହରେ ଶୋକ ପ୍ରସ୍ତାବ ୨୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri