ବିଦ୍ୟୁତ୍‌ ଚୋରି ରୋକିବାକୁ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ ନିଷ୍ପତ୍ତି: ‘ପ୍ରଥମେ ସରକାରୀ ସ୍ତରରେ ଲାଗୁ ହେଉ’

ଓଡ଼ଗାଁ, ୨୨।୮(ସ୍ବ.ପ୍ର.): ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍‌ ଚୋରି ରୋକିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍ଷାଧିକ କୋଠଘର, କ୍ଲବ ଘର, ସରକାରୀ ଦପ୍ତର, କ୍ୱାର୍ଟର୍ସ ଓ ଛୋଟବଡ କଳକାରଖାନା ହୁକିଂରେ ଚାଲୁଥିବା ଜଣାଯାଇଛି। ଏସବୁ ସ୍ଥାନରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ବ୍ୟବହାର ହେଉଥିବା ବେଳେ ରାଜନୈତିକ ଚାପ କାରଣରୁ ବିଭାଗୀୟ ଅଧିକାରୀମାନେ ଏସବୁ ବେଆଇନ ଗ୍ରାହକଙ୍କ ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏହା ବ୍ୟତୀତ ବିଭିନ୍ନ କଳକାରଖାନା ଓ ମିଲ୍‌ମାନଙ୍କୁ ସରକାରଙ୍କ ଅଯଥା ଅନୁକମ୍ପା ମଧ୍ୟ ବିଦ୍ୟୁତ୍‌ ଅପବ୍ୟବହାରର ଅନ୍ୟ ଏକ କାରଣ । ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କେତେକ କହୁଥିବା ବେଳେ ସରକାର ଆଗାମୀ ଦିନମାନଙ୍କରେ ଅନ୍‌ଗ୍ରୀଡ କିମ୍ବା ଅଫ୍‌ ଗ୍ରୀଡ ସୋଲାର ସିଷ୍ଟମକୁ ପ୍ରଚଳନ କରିବାକୁ ଆବଶ୍ୟକ ସଚେତନତା କିମ୍ବା ପ୍ରୋତ୍ସାହନ ଦେବା ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟର ବହୁ ଗ୍ରାହକ ବିଦ୍ୟୁତ୍‌ ସଙ୍କଟରୁ ମୁକ୍ତି ପାଇବା ସହିତ ଜିରୋ ବିଦ୍ୟୁତ୍‌ ବିଲ୍‌ ହାସଲ କରିପାରିବେ। ଏ ନେଇ ଧରିତ୍ରୀ ତରଫରୁ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଇଥିଲା । ଅଧିକାଂଶ ପ୍ରିପେଡ ମିଟର ବ୍ୟବସ୍ଥା ପ୍ରଥମେ ସରକାରୀ ସ୍ତରରେ ଆରମ୍ଭ ହେଉ ମତ ଦେଇଥିଲେ।
କ’ଣ କହନ୍ତି ଏମାନେ…
-ପ୍ରଥମେ ବିଦ୍ୟୁତ୍‌ ଚୋରି ବନ୍ଦ କରିବାକୁ ଉଦ୍ୟମ କରାଯାଉ। କେବଳ ମଳି ମୁଣ୍ଡିଆଙ୍କ ଉପରେ ଏହାକୁ ନ୍ୟସ୍ତ ନ କରି ସରକାରୀ ସ୍ତରରେ ଆରମ୍ଭ ହେଉ । ଅନ୍‌ଗ୍ରୀଡ ହେଉ ବା ଅଫ୍‌ଗ୍ରୀଡ ସୋଲାର ଉପତ୍ାଦନ ନିମନ୍ତେ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
କୃଷ୍ଣମୂର୍ତ୍ତି ଦୋରା, ସାମାଜିକ କର୍ମୀ, କୁରାଳ
– ପ୍ରିପେଡ ମିଟରକୁ ସ୍ବାଗତ । କିନ୍ତୁ ଏହିଭଳି ମିଟର ପ୍ରଥମେ ସରକାରୀ ଦପ୍ତର, କ୍ୱାର୍ଟର୍ସ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ରାଜନୈତିକ ସଭାସମିତିରେ ଲାଗୁ କରାଯାଉ ।
ରବୀନ୍ଦ୍ର କୁମାର ପଟ୍ଟନାୟକ, ଗ୍ରାହକ ସେବାକେନ୍ଦ୍ର ପରିଚାଳକ, ଓଡ଼ଗାଁ
-ସରକାରଙ୍କ ପ୍ରିପେଡ୍‌ ମିଟର ଭଳି ଅଭିନବ ପ୍ରକଳ୍ପ ସ୍ବାଗତଯୋଗ୍ୟ । ବିଦ୍ୟୁତ୍‌ ଚୋରି ରୋକିବାରେ ଏହା ଏକ ଭଲ ପଦକ୍ଷେପ। ହେଲେ ପ୍ରଥମେ ସରକାର ସମସ୍ତ ବିଦ୍ୟୁତ୍‌ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୁଅନ୍ତୁ । କାରଣ ବିଦ୍ୟୁତ୍‌ ଗ୍ରାହକଙ୍କଠାରୁ ହୁକିଂରେ ବିଦ୍ୟୁତ୍‌ ବ୍ୟବହାରକାରୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ପ୍ରଥମେ ସରକାରୀ ସ୍ତରରେ ପ୍ରିପେଡ୍‌ ମିଟରକୁ ଲାଗୁ କରି ଉଦାହରଣ ସୃଷ୍ଟି କରାଯାଉ ।
ସ୍ବରୂପ ମିଶ୍ର, ସାମାଜିକ କର୍ମୀ, ଓଡ଼ଗାଁ
-ଅଦ୍ୟାବଧି ଲାଗିଥିବା ମିଟର ଓ ବ୍ୟବହାର ସମ୍ପର୍କରେ ଲୋକେ ଅଜଣା ରହିଥିବା ବେଳେ ସ୍ମାର୍ଟ ମିଟର ଗାଁ ଗହଳିର ଲୋକମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ନିଆରା ହେବ । ରାତି ଅଧରେ ବିଦ୍ୟୁତ୍‌ କଟିଲେ ଆଦୌ ରିଚାର୍ଜ ସମ୍ପର୍କରେ ଜାଣି ନ ଥିବା ଲୋକଟିଏ ରାତିରେ ରିଚାର୍ଜ କରି ନ ପାରି ଅସୁବିଧାର ସମ୍ମୁଖୀନ ହେବା ସମ୍ଭାବନା ରହିଛି। ପ୍ରିପେଡ ମିଟର ଲାଗୁ ହେବା ପରେ ବହୁ କର୍ମଚାରୀ ଛଟେଇ ହେବାର ସମ୍ଭାବନା ରହିଥିବା ବେଳେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ।
ସର୍ବେଶ୍ୱର ସ୍ବାଇଁ, ପରିଚାଳକ, ଇଲର୍ନିଂ କମ୍ପ୍ୟୁଟର, ଓଡ଼ଗାଁ।
-ଘରୋଇ ଉପଭୋକ୍ତାଙ୍କୁ ଏହାର ସୁବିଧା ମିଳିପାରେ, ହେଲେ ବ୍ୟବସାୟୀଙ୍କୁ ଏହାର ସୁଫଳ ମିଳି ନ ପାରେ । ମୋବାଇଲ ରିଚାର୍ଜ ଭଳି ବିଭିନ୍ନ ପ୍ଲାନ୍‌ କରାଗଲେ ହୁଏତ ଲୋକେ ଏହାର ସୁଫଳ ପାଇପାରିବେ । ତଥାପି ପ୍ରଥମେ ବିଦ୍ୟୁତ୍‌ ଚୋରି ରୋକିବାକୁ ବିଭାଗୀୟ ପଦକ୍ଷେପ ନିଆଯାଉ।
ନରେନ୍ଦ୍ର କୁମାର ତ୍ରିପାଠୀ, କ୍ଷୁଦ୍ର ବ୍ୟବସାୟୀ, ଓଡ଼ଗାଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri