ନୂଆଦିଲ୍ଲୀ,୧୭ା୫: କାରବିୟାନ ପ୍ରିମିୟର ଲିଗ୍ (ସିପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ସ୍ଥାନ ପାଇଛନ୍ତି ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ। ସିପିଏଲର ଆଗାମୀ ସଂସ୍କରଣ ଲାଗି ଚଳିତ ମାସ ୨୨ ତାରିଖରେ ଲଣ୍ଡନଠାରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ତାଙ୍କୁ କୌଣସି ଫ୍ରାଞ୍ଚାଇଜ ଦଳରେ ନେଲେ ସେ ପ୍ରଥମ ପୁରୁଷ ଭାରତୀୟ ଖେଳାଳି ଭାବେ ବିଦେଶ ଲିଗ୍ରେ ଖେଳିବେ। ତେବେ ତାଙ୍କୁ ବିସିସିଆଇଠାରୁ ଏନ୍ଓସି ଦରକାର ପଡ଼ିବ। ବିଦେଶ ଲିଗ୍ରେ ଭାରତୀୟ ଖେଳାଳିଙ୍କ ଅଂଶଗ୍ରହଣକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସର୍ବଦା ମନା କରିଆସିଛି। ଏଣୁ ପଠାନଙ୍କୁ ଏନ୍ସିଓ ମିଳିବାର ଖୁବ କମ୍ ସମ୍ଭାବନା ରହିଛି। ୩୪ ବର୍ଷୀୟ ଅଲରାଉଣ୍ଡର ଗତ ଦୁଇ ବର୍ଷ ହେଲା ଆଇପିଏଲ ଖେଳୁ ନାହାନ୍ତି। ସେ ଅନ୍ତିମ ଥର ୨୦୧୭ରେ ଗୁଜରାଟ ଲାୟନ୍ସ ପାଇଁ ଖେଳିଥିଲେ। ଏହି ଭେଟେରାନ ଖେଳାଳି ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଜମ୍ମୁ କଶ୍ମୀର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ବିଦେଶୀ ଖେଳାଳିଙ୍କ ଡ୍ରାଫ୍ଟରେ ସ୍ଥାନ ପାଇଛନ୍ତି। ଏଥିରେ ୨୦ ଦେଶର ୫୩୬ ଖେଳାଳି ସିପିଏଲ ଖେଳିବା ପାଇଁ ଉପଲବ୍ଧ ରହିବେ। ଆଗାମୀ ସିପିଏଲ ସେପ୍ଟେମ୍ବର ୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି।
ଟି-୨୦ କ୍ରିକେଟ୍ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍
ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…
LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ
ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…
ପ୍ରଶଂସକଙ୍କ ପାଇଁ Bad News: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ହେବ ବାତିଲ! ଜାଣନ୍ତୁ କାହିଁକି..
ନୂଆଦିଲ୍ଲୀ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ୱେଲିଂଟନରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟ ସହ ସିରିଜ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଏବେ…
IND vs NZ ସିରିଜ ମଝିରେ ହଲଚଲ, ନ୍ୟୁଜିଲାଣ୍ଡ ଦଳରୁ ବାଦ୍ ପଡିଲେ ୫ ଖେଳାଳି, ହେଲା ବଡ଼ ଅଦଳବଦଳ
ନୂଆଦିଲ୍ଲୀ,୬।୧୧: ଭାରତ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ନ୍ୟୁଜିଲାଣ୍ଡର ଦିନିକିଆ ଏବଂ ‘ଏ’ ଦଳରେ…
CSK ଛାଡ଼ିବା ପରେ ଏକ ନୂଆ ଭୂମିକାରେ ନଜର ଆସିବେ ମାଇକେଲ ହସି; ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ନୂଆଦିଲ୍ଲୀ,୬।୧୧: କିଛି ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଛାଡ଼ିଥିବା ମାଇକେଲ ହସି ବର୍ତ୍ତମାନ ଅଷ୍ଟ୍ରେଲୀୟ ଦଳରେ ଯୋଗ ଦେଇଛନ୍ତି। ନଭେମ୍ବର ୬, ଶୁକ୍ରବାର ଜାରି…
ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍ ଇନ୍, ନବି ଆଉଟ୍ !
ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍ର ରିଜିଓନାଲ ଷ୍ଟାଡିୟମ୍ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…
ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…
ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…
କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା
ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

