ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍‌ସିଡି ସ୍କିମ୍‌

ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅର୍ଥନୀତି ନେଇ କେତେକ ପରାମର୍ଶ ଦେଇଛନ୍ତି। ଫାଇଦା ଦେଉ ନ ଥିବା ସବ୍‌ସିଡିଯୁକ୍ତ ଯୋଜନା(ସ୍କିମ୍‌)ଗୁଡ଼ିକୁ ସରକାର ବିଚାର କରି ବନ୍ଦ କରିଦିଅନ୍ତୁ ବୋଲି ସେ ତାଙ୍କ ପରାମର୍ଶରେ କହିଛନ୍ତି।
ଚାକିରି କାଳର ୬ ମାସ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିବା ବିରାଲ ପୂର୍ବତନ ଗଭର୍ନର ଡ.ଉର୍ଜିତ ପଟେଲଙ୍କ ବଡ଼ ସମର୍ଥକ ଥିଲେ। ରିଜର୍ଭ ବ୍ୟାଙ୍କର ସ୍ବାଧୀନତାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ କରି ସମସ୍ତଙ୍କୁ ଚକିତ କରିଥିବା ବିରାଲ କେନ୍ଦ୍ରୀୟ ବ୍ୟାଙ୍କରେ ମୁଦ୍ରାନୀତି ନିର୍ଣ୍ଣାୟକ କମିଟିର ଅନ୍ୟତମ ସଦସ୍ୟ ଥିଲେ। ସେ କହିଛନ୍ତି ଯେ, କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ସରକାର ନିଜର ଅଂଶଧନକୁ ପ୍ରତ୍ୟାହାର କରିନିଅନ୍ତୁ। ଏହାଦ୍ୱାରା ଘରୋଇ ସେକ୍ଟର ଏଥିରେ ପ୍ରବେଶ କରିପାରିବେ। କାରଣ ଏଭଳି ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଯୋଗୁ ସରକାରଙ୍କ ଉପରେ ଅଯଥା ବୋଝ ବଢ଼ିବାରେ ଲାଗିଛି। ଏହି ନିଷ୍ପତ୍ତି ଯୋଗୁ ଏହା ହାଲୁକା ହୋଇଯିବ। ତାଙ୍କ ମତରେ ୨୦୦୦ ପରେ ଉତ୍ପାଦନ ତୁଳନାରେ ଭାରତର ଋଣ ୬୭ରୁ ବୃଦ୍ଧି ପାଇ ୮୫%ରେ ପହଞ୍ଚତ୍ୟାଇଛି। ଯାହା କି, କୌଣସି ବିକାଶଶୀଳ ବଜାର ଠାରୁ ଯଥେଷ୍ଟ ଅଧିକ। ମିଡିଆ ରିପୋର୍ଟ ଅନୁଯାୟୀ, ବିଦାୟର ଠିକ୍‌ ପୂର୍ବରୁ ବିରାଲ ଏହା ମଧ୍ୟ କହିଛନ୍ତି ଯେ, ସରକାରୀ ଋଣ ବୃଦ୍ଧି ପାଇବା ଯୋଗୁ ଡେଟ୍‌ ବଜାର ଉପରେ ଚାପ ବଢ଼ିବାର ବିପଦ ବଢ଼ିବ। ଏହାଦ୍ୱାରା ସୁଧ ହାର ବଢ଼ିଯିବାର ଆଶଙ୍କା ସୃଷ୍ଟି ହେବ। ଫଳସ୍ବରୂପ କମ୍ପାନୀଙ୍କ ପାଇଁ ଋଣ ଆହୁରି ମହଙ୍ଗା ହୋଇଯିବ। ଉଲ୍ଲେଖ କରାଯାଇପାରେ ଯେ, ମୁଦ୍ରାସ୍ଫୀତିକୁ ନେଇ ସର୍ବଦା ଦୃଢ଼ ମନୋଭାବ ପ୍ରଦର୍ଶନ କରିଆସୁଥିବା ବିରାଲ ଅନେକ ଥର ସୁଧ ହାର ହ୍ରାସ ନିଷ୍ପତ୍ତିକୁ ବିରୋଧ କରିଆସିଛନ୍ତି। ମୁଦ୍ରା ନୀତି ସମୀକ୍ଷା କମିଟି ବୈଠକରେ ସେ ଏ ପ୍ରସଙ୍ଗରେ ବାରମ୍ବାର ନିଜର ଅସହମତି ପ୍ରକାଶ କରିଆସିଛନ୍ତି। ଆଚାର୍ଯ୍ୟଙ୍କ ସମୟରେ ହିଁ ମୁଦ୍ରା ନୀତି ସମୀକ୍ଷା କମିଟିକୁ ୬ ସଦସ୍ୟବିଶିଷ୍ଟ କରାଯାଇଥିଲା। ନ୍ୟୁୟର୍କ ୟୁନିଭର୍ସିଟିର ଷ୍ଟେର୍ମ ସ୍କୁଲ୍‌ ଅଫ୍‌ ବିଜନେସ୍‌ରେ ପ୍ରଫେସର ଥିବା ଆଚାର୍ଯ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଆର୍‌ବିଆଇରୁ ଦୂରେଇ ଯାଇଛନ୍ତି। ୨୦୧୭ ଜାନୁୟାରୀ ୨୩ରେ କେନ୍ଦ୍ରୀୟ ବ୍ୟାଙ୍କରେ ସେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ୩ବର୍ଷ ପର୍ଯ୍ୟନ୍ତ ରହିଥିଲା। ସୂଚନାଯୋଗ୍ୟ ଯେ, ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନିଷ୍ପତ୍ତିକୁ ବିରାଲ ସହଜରେ ଗ୍ରହଣ କରିପାରୁ ନ ଥିଲେ। ସେ ନିଜର ସ୍ବତନ୍ତ୍ର ମତପୋଷଣ କରୁଥିଲେ। ଗତ ଦୁଇଟି ମୁଦ୍ରାନୀତି କମିଟି ବୈଠକରେ ସେ ମୁଦ୍ରାସ୍ପୀତି ଏବଂ ଜିଡିପି ଅଭିବୃଦ୍ଧିକୁ ନେଇ ଭିନ୍ନ ମତପୋଷଣ କରିଥିଲେ। ଗଭର୍ନର ପଦରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପୂର୍ବରୁ ବିରାଲ ଏକ ଖୋଲା ସଭାରେ ୁ ଆର୍‌ବିଆଇ ସ୍ବାଧୀନତାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାକୁ ସମ୍ମାନ ନ କଲେ ଶୀଘ୍ର ହେଉ ଅଥବା ବିଳମ୍ବ ସରକାରଙ୍କୁ ବଜାରର ଅସନ୍ତୋଷର ସାମ୍ନା କରିବାକୁ ପଡିବ। ବଜାରରୁ ସରକାରଙ୍କୁ
ନିରାଶ ହେବାକୁ ପଡିବ। ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର କମ୍‌ ମୂଲ୍ୟାୟନ କରିବା
ନେଇ ସରକାର ପରେ ପଶ୍ଚାତ୍ତାପ କରିବେ। ସେ କହିଥିଲେ ଯେ, ସରକାରଙ୍କୁ କ୍ରୂର ଅଥଚ ସ୍ବଚ୍ଛ ସତ୍ୟ ଜଣାଇବା ଆର୍‌ବିଆଇର କାର୍ଯ୍ୟ। ଅର୍ଥନୀତି ସମ୍ପର୍କରେ ଏହା ମିତ୍ର ଭାବେ ସରକାରଙ୍କୁ ବାରମ୍ବାର ସଚେତ କରିଥାଏ। ଯିବା ବେଳେ ବିରାଲ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଋଣ ମାଫ୍‌ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଦୀର୍ଘସମୟ ଧରି କ୍ଷତି ସହିବେ। ସରକାର କ୍ରମାଗତ ଋଣ ଛାଡ଼ କରିଚାଲିଲେ ବ୍ୟାଙ୍କଗୁଡ଼ିକ ପାଇଁ କାମ କରିବା ଅସୁବିଧା ଜନକ ହେବ ବୋଲି ବିରାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri