Posted inଜାତୀୟ

ପାଗ ଭିଡ଼ୁଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୨୪ା୭: କର୍ନାଟକ ବିଧାନସଭାରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜୟବରଣ କରିବା ପରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ଲାଗି ଆଗେଇ ଆସିଛି। ୪ ଦିନ ଧରି ଆସ୍ଥାଭୋଟ ଲାଗି ଚାଲିଥିବା ନାଟକକୁ ନିରୀକ୍ଷଣ କରି ନୀରବରେ ଦେଖୁଥିବା ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ଚତୁର୍ଥଥର ଲାଗି କର୍ନାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସ୍ଥା ଭୋଟରେ ଭାଜପା ସପକ୍ଷରେ ୧୦୫ ଭୋଟ ପଡ଼ିଥିବାବେଳେ କୁମାରସ୍ବାମୀ ସରକାର ସପକ୍ଷରେ ୯୯ ଭୋଟ ପଡ଼ିଥିଲା। ୨୨୫ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୨୦ଜଣ ଆସ୍ଥାଭୋଟ ବେଳେ ଗୃହରେ ଅନୁପସ୍ଥିତ ରହିଥିଲେ।
ସରକାରର ପତନ ପରେ ଏହା ଗଣତନ୍ତ୍ରର ବିଜୟ ବୋଲି ୟେଦୁରପ୍ପା କହିଛନ୍ତି। ଲୋକମାନେ ରାଜ୍ୟ ସରକାରଙ୍କ ଉପରୁ ବିଶ୍ୱାସ ହରାଇଥିଲେ ବୋଲି ସେ କହିବା ସହ ଏବେ ବିକାଶର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି। ଭାଜପା ସରକାର କର୍ନାଟକ କୃଷକଙ୍କ ବିକାଶ ଉପରେ ଗୁରୁତ୍ୱ ଦେବ ବୋଲି ସେ ଏହି ଅବସରରେ କହିଛନ୍ତି। ଅସାଧୁ ମେଣ୍ଟ ଓ ଦୁର୍ନୀତିର ଯୁଗ ଶେଷ ହୋଇଛି। ଆମେ ସ୍ଥିର ଓ ସୁଦୃଢ଼ ସରକାର ଦେବୁ ଓ ରାଜ୍ୟର ବିକାଶକୁ ଆଗେଇ ନେବୁ ବୋଲି ଭାଜପା ପକ୍ଷରୁ କୁହାଯାଇଛି।
ମେ’ରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବାର ଅଢ଼େଇ ଦିନ ପରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରି ନ ଥିଲେ। କଂଗ୍ରେସ-ଜେଡିଏସ୍‌ ସଦସ୍ୟମାନେ ତାଙ୍କୁ ଅଡ଼ୁଆରେ ପକାଇଥିଲେ। ଏବେ ସ୍ଥିତି ଓଲଟିଛି। କଂଗ୍ରେସ-ଜେଡିଏସ୍‌ ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟିହୋଇଛି। କୁମାରସ୍ବାମୀ ନିଜକୁ ଅସହାୟ ମଣି ଶେଷରେ ଆସ୍ଥାଭୋଟରେ ହାରିଛନ୍ତି। ୧୬ ବିଧାୟକଙ୍କ ଇସ୍ତଫା ଓ ୨ ସ୍ବାଧୀନ ବିଧାୟକଙ୍କ କରଛଡ଼ା ପରେ ମେଣ୍ଟ ସରକାର ଭାଙ୍ଗିଛି। ଭାଜପା କର୍ନାଟକରେ ସରକାର ଗଠନ କରିବା ଲାଗି ଦାବି କରିଥିବାବେଳେ ପୁଣି ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri