ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି। ଡିଏମ୍‌କେ, ଏଆଇଏଡିଏମ୍‌କେକୁ ପଛରେ ପକାଇ ଟିଭିକେ ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ୧୦୮ ଆସନ ଜିତି ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଛି। କିନ୍ତୁ ସଂଖ୍ୟାଗରିଷ୍ଠତା ପାଇଁ ୧୧୮ ଆସନର ଆବଶ୍ୟକତା ଥିଲା। ଉଲ୍ଲେଖଯୋଗ୍ୟ, ବିଜୟ ଦୁଇଟି ଆସନରେ ଲଢ଼ି ଉଭୟରୁ ଜିତିଛନ୍ତି। ତେଣୁ ବିଧାନସଭାରେ ତାଙ୍କ ଦଳର ସଦସ୍ୟ ସଂଖ୍ୟା ୧୦୭। ମ୍ୟାଜିକ୍‌ ନମ୍ବର ଛୁଇଁବା ଲାଗି ଆଉ ୧୧ ଜଣଙ୍କ ସମର୍ଥନ ଲୋଡ଼ା। ତେବେ କଂଗ୍ରେସ(୫), ସିପିଆଇ(୨), ସିପିଆଇଏମ୍‌(୨), ଭିସିକେ(୨) ଏବଂ ଆଇଏମ୍‌ୟୁଏଲ୍‌(୨) ଅର୍ଥାତ୍‌ ୫ଟି ଦଳର ୧୩ ଜଣ ବିଧାୟକଙ୍କ ସମର୍ଥନ ପାଇଥିବା ଟିଭିକେ ସରକାର ଗଢ଼ିବା ଲାଗି ୧୨୦ ସଦସ୍ୟ ଯୋଗାଡ଼ କରିପାରିଛି। ଏବେ ବିଜୟ ସରକାର ଗଢ଼ିଥିଲେ ମଧ୍ୟ ତାଙ୍କୁ ସଂଖ୍ୟାଗରିଷ୍ଠତା ଦର୍ଶାଇବା ପାଇଁ ୪ ଥର ଲୋକ ଭବନ ଯିବାକୁ ପଡ଼ିଥିଲା। ମେ’ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ବିଜୟ ୫ ମେ’ରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଚିଠି ଲେଖି ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିଥିଲେ। ପ୍ରଥମେ ୬ ତାରିଖରେ କଂଗ୍ରେସ ସହଯୋଗରେ ୧୧୨ ବିଧାୟକଙ୍କ ସମର୍ଥନପତ୍ର ନେଇ ସେ ରାଜ୍ୟପାଳଙ୍କ ପାଖରେ ପହଞ୍ଚତ୍ ସରକାର ଗଠନ ପାଇଁ ଅନୁମତି ଅପେକ୍ଷାରେ ଥିଲେ। ଲୋକ ଭବନ ପକ୍ଷରୁ କୌଣସି ସୂଚନା ନ ଆସିବାରୁ ସେ ପୁଣି ୭ ତାରିଖରେ ଦ୍ୱିତୀୟ ଥର ସେଠାକୁ ଯାଇ ସମାନ ଦାବି ଦୋହରାଇଥିଲେ। ହେଲେ ଲୋକ ଭବନ ପକ୍ଷରୁ ଦର୍ଶାଯାଇଥିଲା ଯେ, ସଂଖ୍ୟାଗରିଷ୍ଠତା ପ୍ରମାଣ ମିଳିପାରୁ ନ ଥିବାରୁ ବିଜୟଙ୍କ ଅନୁରୋଧକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଥିଲେ। ମେ’ ୮ରେ ତୃତୀୟ ଥର ୧୧୬ ଜଣଙ୍କ ସମର୍ଥନ ନେଇ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ ମ୍ୟାଜିକ୍‌ ନମ୍ବର ରହିଛି ୧୧୮। ମେ’ ୯ରେ ଚତୁର୍ଥ ଥର ଯେତେବେଳେ ସେ ୧୨୦ ଜଣଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କଲେ ତା’ ପରେ ଯାଇ ବିଜୟ ସରକାର ଗଢ଼ିବାକୁ ସମର୍ଥ ହୋଇଛନ୍ତି।
ଉପରଲିଖିତ ଘଟଣାକ୍ରମକୁ ଦେଖିଲେ ରାଜ୍ୟପାଳଙ୍କ ସ୍ବେଚ୍ଛାକୃତ କ୍ଷମତା ଓ ସରକାର ଗଠନ ପାଇଁ ସର୍ବବୃହତ୍‌ ଦଳକୁ ପ୍ରଥମେ ରାଜ୍ୟପାଳ ନିମନ୍ତ୍ରଣ କରିବାର ଯେଉଁ ବିଧି ରହିଆସିଛି ତାହା ଅନୁପାଳନ କଲେ ନାହିଁ । କୁହାଯାଇପାରେ ଯେଉଁ ଦଳ ପାଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଅଛି, ସେହି ଦଳ ହିଁ ସରକାର ଗଢ଼ିପାରିବ। ଯେତେବେଳେ କୌଣସି ନିର୍ବାଚନରେ କୌଣସି ଗୋଟିଏ ଦଳ ବା ମେଣ୍ଟ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରେ ନାହିଁ, ସେତେବେଳେ ରାଜ୍ୟପାଳଙ୍କ ଦାୟିତ୍ୱ ହେଉଛି ସର୍ବବୃହତ୍‌ ଆସନ ଜିତିଥିବା ଦଳ କିମ୍ବା ମେଣ୍ଟକୁ ସରକାର ଗଢ଼ିବା ପାଇଁ ନିମନ୍ତ୍ରଣ ଦେବା। ଏହାର ଉଦାହରଣ ଭାବେ ୨୦୧୩ ଦିଲ୍ଲୀ ବିଧାନସଭା ନିବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦେଶର ରାଜଧାନୀରେ ଲ୍ୟୁଟ୍‌ନାଣ୍ଟ ଗଭର୍ନର ନଜିମ ଜଙ୍ଗ୍‌ଙ୍କ ପଦକ୍ଷେପକୁ ଦେଖାଯାଇପାରେ। ସେତେବେଳେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସର୍ବବୃହତ୍‌ ଦଳ ଭାବେ ଭାଜପା ୩୧ ଆସନ ପାଇଥିଲା। ଦ୍ୱିତୀୟ ବୃହତ୍‌ ଦଳ ଭାବେ ଆମ୍‌ ଆଦମୀ ପାର୍ଟି(ଆପ୍‌) ୨୮ ଆସନ ପାଇଥିଲା। ଏହି ନିର୍ବାଚନରେ କଂଗ୍ରେସ ୮, ଶିରୋମଣି ଅକାଳୀ ଦଳ, ସଂଯୁକ୍ତ ଜନତା ଦଳ ଓ ସ୍ବାଧୀନ ଗୋଟିଏ ଲେଖାଏ ଆସନ ଅକ୍ତିଆର କରିଥିଲେ। ସେତେବେଳେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ସର୍ବବୃହତ୍‌ ଦଳ ଭାବେ ଭାଜପାକୁ ନିମନ୍ତ୍ରଣ କରିଥିଲେ। ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଦର୍ଶିତ ହୋଇଥିବା ହର୍ଷବର୍ଦ୍ଧନ ନିଜ ଆଡୁ ସଂଖ୍ୟାଗରିଷ୍ଠତା ନାହିଁ ବୋଲି କହିବା ପରେ ଆପ୍‌କୁ ନିମନ୍ତ୍ରଣ କରାଗଲା। ଅବଶ୍ୟ ଆପ୍‌ ମାତ୍ର ୪୯ ଦିନ ପାଇଁ ସରକାର କରି ବିଧାନସଭାକୁ ଭଙ୍ଗ କରିଥିଲା।
ତାମିଲନାଡୁ କ୍ଷେତ୍ରରେ ଦେଖିଲେ ଟିଭିକେ ସର୍ବବୃହତ୍‌ ଦଳ ହୋଇଥିବାରୁ ତାହାକୁ ରାଜ୍ୟପାଳ ସୁଯୋଗ ଦେବା କଥା। ସୁପ୍ରିମକୋର୍ଟଙ୍କ ଐତିହାସିକ ଏସ.ଆର୍‌. ବୋମ୍ମାଇ ବନାମ ଭାରତ ସରକାର (୧୯୯୪) ମାମଲାରେ ସ୍ପଷ୍ଟ କୁହାଯାଇଛି ଯେ, କୌଣସି ଦଳର ସଂଖ୍ୟାଗରିଷ୍ଠତା ଅଛି କି ନାହିଁ, ତାହା ରାଜଭବନରେ ନୁହେଁ, ବରଂ ବିଧାନସଭାରେ ସ୍ଥିର ହେବା ଉଚିତ। ସେହି ଦୃଷ୍ଟିରୁ ଦେଖିଲେ ବିଜୟଙ୍କୁ ଏତେ ହଲାପଟା କରିବାର ଆବଶ୍ୟକତା ନ ଥିଲା। ତାମିଲନାଡୁ ରାଜନୀତିରେ ବିଜୟଙ୍କ ଜିତାପଟ କେନ୍ଦ୍ରକୁ ହଜମ ହୋଇ ନ ଥିବା ମନେହୁଏ। ପୂର୍ବ ଗତିବିଧିକୁ ଆଶା କରି ହୁଏତ ଚିନ୍ତା କରାଯାଇଥିଲା ଯେ, ଡିଏମ୍‌କେର ପରାଜୟ ଘଟିବ ଏବଂ ଏଆଇଏଡିଏମ୍‌କେ ଜିତିବ। ସେଥିପାଇଁ ଏଆଇଏଡିଏମ୍‌କେ ମେଣ୍ଟରେ ଭାଜପା ସାମିଲ ହୋଇଥିଲା। କିନ୍ତୁ ସେହିସବୁ ଆଶା ଆକାଂକ୍ଷା ନ ହୋଇଲା। ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ପଡ଼ିଯାଇଥିବା ଏଆଇଏଡିଏମ୍‌କେ ନେତୃବୃନ୍ଦଙ୍କୁ ଅନ୍ୟ ଦଳରୁ ବିଧାୟକ ଯୋଗାଡ଼ କରି ସରକାର ଗଠନ ପାଇଁ ସମୟ ଦିଆଗଲା। ହେଲେ ସେମାନେ ବିଫଳ ହେଲେ। ଯେଉଁ ବିଳମ୍ବ କରାଗଲା ସେଥିରେ ସଂଘୀୟ ବ୍ୟବସ୍ଥାକୁ ଯେଉଁ ଆଘାତ ପହଞ୍ଚିଲା ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଲା।
ଏହି ବିଳମ୍ବକୁ କେରଳ, ଆସାମ ଏବଂ ପଶ୍ଚିମବଙ୍ଗର ବିଳମ୍ବ ସହିତ ଯୋଡ଼ି ହେବ ନାହିଁ। ସେହିସବୁ ରାଜ୍ୟରେ ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିବା ଜାତୀୟ ଦଳଗୁଡ଼ିକର ସର୍ବୋଚ୍ଚ ନେତାମାନେ ନିଜର ନିଷ୍ପତ୍ତିରେ ବିଳମ୍ବ କରୁଥିବାରୁ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ବାଛିବାରେ ଡେରି ହେଲା। ଭାରତର ସମ୍ବିଧାନରେ ରାଜ୍ୟପାଳଙ୍କ ଭୂମିକା ଅନେକ କ୍ଷେତ୍ରରେ ସ୍ପଷ୍ଟ ଥିବାବେଳେ ଏହି ପରିସ୍ଥିତିରେ କେଉଁ ପ୍ରକାର ପଦକ୍ଷେପ ନିଆଯିବା ଉଚିତ ତାହା ଅସ୍ପଷ୍ଟ ରହିଛି। ସେହି ଅସ୍ପଷ୍ଟତାକୁ ଦୁରୁପଯୋଗ କରିବା ପରିବର୍ତ୍ତେ ଜାତୀୟ ଦଳଗୁଡ଼ିକ ସୁସ୍ଥ ଦୃଷ୍ଟାନ୍ତ ଗଢ଼ି ତୋଳିବା ଦରକାର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri