ବିଜୟୀ ଖୋଖୋ ଦଳକୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୧୦।୧୦- ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚତ୍ଠାରେ ଗତ ୨ ତାରିଖଠାରୁ ୬ ତାରିଖ ପଯର୍‌ୟନ୍ତ ଜାତୀୟ ସବ୍‌ ଜୁନିୟର ଖୋଖୋ (ବାଳିକା ଓ ବାଳକ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ଦୀର୍ଘ ୨୯ ବର୍ଷ ପରେ ଶକ୍ତିଶାଳୀ ମହାରଷ୍ଟ୍ରକୁ ହରାଇ ଚାମ୍ପିୟନ ଓ ବାଳକ ବିଭାଗ ମହାରଷ୍ଟ୍ରଠାରୁ ହାରି ରନର୍ସଅପ୍‌ ହୋଇଥିଲେ। କୁମାରୀ ଅନନ୍ୟା ପ୍ରଧାନ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ବିଜୟୀ ଓଡ଼ିଶା ଖୋଖୋ ଦଳ ରାଞ୍ଚତ୍ରୁ ବାଲେଶ୍ୱର ଦେଇ ନୀଳାଚଳ ଏକ୍ସପ୍ରେସ୍‌ରେ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ସମୟରେ ବୁଧବାର ପୂବର୍ର୍ାହ୍ନରେ ବାଲେଶ୍ୱର ରେଳଷ୍ଟେଶନଠାରେ ଜିଲା କ୍ରୀଡ଼ାସଂଘ ତରଫରୁ ଉଭୟ ବାଳିକା ଓ ବାଳକ ଦଳକୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲା କ୍ରୀଡ଼ା ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବିଜୟୀ ଦଳକୁ ସମ୍ବର୍ଦ୍ଧନା ଜଣାଇ ସେମାନଙ୍କ ଶୁଭକାମନା କରିଥିଲେ। ଜିଲା କ୍ରୀଡ଼ାସଂଘର ଖୋଖୋ ଯୁଗ୍ମ ସମ୍ପାଦକ ତଥା ଓଡ଼ିଶା ଖୋଖୋ ଆସୋସିଏଶନର ସହସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ସମେତ ଉପସଭାପତି ହରମୋହନ ଦାଶ, ବୀରେନ୍ଦ୍ର ସ୍ବାଇଁ, ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା, ନିମାଇଁ ଚରଣ ରାଉତରାୟ ଏବଂ ପ୍ରଦୀପ ଦାସ, ସାଦିକ ଅଲ୍ଲି ଖାଁ, ଚିତ୍ତରଞ୍ଜନ ପାସା, ସୁବିର କୁମାର ନାୟକ, ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ଓଡ଼ିଶା ଖୋଖୋ କୋଚ୍‌ ମଳୟ ରଞ୍ଜନ ବେହେରା, ଜାତୀୟ ଖୋଖୋ କୋଚ୍‌ ପ୍ରୀତିରଞ୍ଜନ ପ୍ରଧାନ ଏବଂ ବହୁ ଖେଳାଳି ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଓଡ଼ିଶା ଖୋଖୋ ଦଳରେ ବାଲେଶ୍ୱରରୁ ୩ ଜଣ ପପୁ ମାରାଣ୍ଡି, ସୁନୀଲ ପାତ୍ର, ବସନ୍ତ ମୁଖୀ ଏବଂ ଦେବସ୍ମିତା ତରେଇ ସାମିଲ୍‌ ଅଛନ୍ତି ା ଏମାନଙ୍କ ମଧ୍ୟରୁ ବସନ୍ତକୁ ବାଦ୍‌ ଦେଲେ ଅନ୍ୟ ୩ଜଣଙ୍କୁ ରାଜ୍ୟ ତରଫରୁ ଖେଲୋ ଇଣ୍ଡିଆ ପାଇଁ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri