ବିଜୟା ଦଶମୀରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ,୮।୧୦: ଶ୍ରୀକ୍ଷେତ୍ରରେ ଚାଲିଛି ଶାରଦୀୟ ପୂଜା। ଉତ୍ସବମୁଖର ସହର। ବିଭିନ୍ନ ଦେବୀ ପୀଠରେ ଚାଲିଛି ଷୋଡ଼ଶ ପୂଜା। ଚଳଚଞ୍ଚଳ ଦେବୀ ପୀଠ। ସକାଳଠାରୁ ଦେବୀ ପୀଠ ଏବଂ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ। ମା’ ଶ୍ୟାମାକାଳୀ, ଦକ୍ଷିଣକାଳୀ, ମରିଚି ଠାକୁରାଣୀ, ରାମଚଣ୍ଡୀ ଠାକୁରାଣୀ, ମା ଚର୍ଚ୍ଚିକା, ଗୋବର୍ଦ୍ଧନ ପୀଠସ୍ଥିତ ମା’ ବିମଳା, ଜହ୍ନିଖାଇ, କାକୁଡିଖାଇ ଏବଂ ବାଟମଙ୍ଗଳା, ମା’ ଝାଡେଶ୍ୱରୀ ଠାକୁରାଣୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ସକାଳ ଭୋର ଦ୍ୱାର ଫିଟା ଏବଂ ସମସ୍ତ ଦେବ ନୀତି ସମାପ୍ତି ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଅନ୍ୟପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳାଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି।
ଏହି ସମୟରେ ମା’ଙ୍କ ନବଦିନ ୍ଯଯାପୀ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି। ସକାଳେ ଶୁଖିଲା ଭୋଗ ସହ ମଧ୍ୟାହ୍ନ ଏବଂ ରାତ୍ରିରେ ଶଙ୍ଖୁଡି ଭୋଗ ହୋଇଥାଏ। ମା’ଙ୍କ ଅପୂର୍ବ ବେଶର ଦର୍ଶନ ଏବଂ ସାନ୍ନିଧ୍ୟ ଲାଗି ଭକ୍ତଙ୍କ ଭିଡ ଜମୁଛି। ବର୍ଷ ସାରା ଏହି ପୀଠ ଗୁଡିକରେ ଭିଡ ଲାଗି ରହୁଥାଏ। ଶାରଦୀୟ ପୂଜା ସମୟରେ ମା’ଙ୍କୁ ଦର୍ଶନ କରିଲେ, ପୁଣ୍ୟପ୍ରାପ୍ତି ସହିତ ପରିବାର ସୁଖଶାନ୍ତିରେ ପରିପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ମା’ଙ୍କ କୃପାଲାଭ ଲାଗି ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ବିଶେଷତଃ ଶ୍ୟାମାକାଳୀ, ଦକ୍ଷିଣକାଳୀ, ମା’ ବିମଳା, ରାମଚଣ୍ଡୀ, ବାଟ ମଙ୍ଗଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ପ୍ରଥମେ ବାଟରେ ବାଟମଙ୍ଗଳାଙ୍କ କୃପା ଲାଭ କରି ଶ୍ରୀକ୍ଷେତ୍ରରେ ପ୍ରବେଶ କରିଥାନ୍ତି। ପୁଣି ଫେରିବାବେଳେ ମା’ଙ୍କ ଦର୍ଶନ କରି ଫେରନ୍ତି। ଅନ୍ୟପଟେ ଶ୍ରୀକ୍ଷେତ୍ର ଘରେ ଘରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। କେତେକ ନବଦିନବ୍ୟାପୀ ପୂଜା କରୁଥିବାବେଳେ ଆଉ କେତେକ ସପ୍ତମୀଠାରୁ ଦଶମୀ ପୂଜା କରନ୍ତି। ଚଳିତ ବର୍ଷ ବଡଶଙ୍ଖ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ମହାଆଡମ୍ବରରେ ଆରମ୍ଭ ହୋଇଛି। ଶାରଦୀୟ ପୂଜା ଅବରସରେ ସମସ୍ତ ଦେବୀପୀଠଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସନ୍ଧ୍ୟା ହେଲେ ବିଭିନ୍ନ ରଙ୍ଗିନ ଆଲୋକମାଳାରେ ପୁରୀ ସହର ଝଲସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?