ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ

କେଗାଁ,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଗଦଲାଝରଣଠାରେ ଶୁକ୍ରବାର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଆଗାମୀ ଦିନରେ ବିଜେଡି ପକ୍ଷରୁ ଚାଲିଥିବା ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇ ଜଣେ ସକ୍ରିୟ କର୍ମୀ ଅତି କମରେ ୨୫ ଜଣ ସଭ୍ୟ ସଂଗ୍ରହ କରି ଦଳକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଳେଶ୍ୱର ନାଏକ, ବିଜେଡି ନେତା ପ୍ରଶାନ୍ତ ନାଏକ, ଯୁବ ବିଜେଡି ନେତା ତଥା ଧାମନପୁର ସମିତି ସଭ୍ୟ ଇଂ. ଦିନେଶ କୁମାର ରାଉତ, ବ୍ଲକ ସଭାପତି ଦୟାସାଗର ଚଲାନ ପ୍ରମୁଖ ଯୋଗଦେଇ ଗୋଲାମୁଣ୍ଡା ବ୍ଲକକୁ ସଭ୍ୟ ସଂଗ୍ରହ ଅଭିଯାନରେ ରାଜ୍ୟରେ ଏକ ନମ୍ବର କରିବାକୁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଉକ୍ତ ସଭ୍ୟ ସଂଗ୍ରହ ଅଭିଯାନରେ ୨୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ ଯୁବ ବିଜେଡି ନେତା ଦିନେଶ କୁମାର ରାଉତ, ଯୁବ ବିଜେଡି ସଭାପତି ଦିଲୀପ ମାଝି, ଲଛମନ ନିଆଲ, ଦିଲୀପ ନାଏକ, ମିନିକେତନ ପୁଟେଲ, ହେମନ୍ତ ସାହୁ, ମହାଦେବ କାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।