ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା ‘ଟୁଇଷ୍ଟ ଓ ଟର୍ନ’ର ଅବସାନ ଘଟିଛି। ୪୩ ବର୍ଷୀୟ ଅଭିନେତା ଉପସ୍ଥାପକ ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ ଗୌରବ ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଫାଇନାଲିଷ୍ଟ ଫର୍‌ହାନା ଭଟ୍ଟ, ଅମାଲେ ମଲିକ, ପ୍ରଣିତ ମୋରେ ଓ ତାନିୟା ମିତ୍ତଲଙ୍କୁ ପଛରେ ପକାଇ ଧାରାବାହିକ ଉନ୍ନବିଂଶ ସଂକରଣର ବିଗ୍‌ ବସ୍‌ ପାଲଟିଛନ୍ତି। ଅଭିନେତ୍ରୀ ଫର୍‌ହାନା ଭଟ୍ଟ ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି।

ବିଗ୍‌ ବସ୍‌ ଗ୍ରାଣ୍ଡ ଫିନାଲେରେ ଏହାର ହୋଷ୍ଟ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌, ଭୋଜପୁରୀ ଗାୟିକା ପଓ୍ବନଙ୍କ ସମେତ ଅନେକ ନାମୀ ଅତିଥି ଯୋଗଦେଇଥିଲେ। ଗତ ଅଗଷ୍ଟ ୨୪ରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ଏଥିରେ ୧୬ କଣ୍ଟେଷ୍ଟାଣ୍ଟ ଥିବାବେଳେ ପରେ ଓ୍ବାଇଲ୍ଡ କାର୍ଡ ଜରିଆରେ ଆଉ ୨ ଜଣ ଏଣ୍ଟ୍ରି କରିଥିଲେ। ଏଥର ବିଗ୍‌ବସ୍‌ର ଥିମ୍‌ ରହିଥିଲା ଘରଓ୍ବାଲେଁା କୀ ସରକାର। ବିଜେତା କିଏ ହେବେ, ତାକୁ ନେଇ ଶେଷ ପର୍ଯ୍ୟନ୍ତ ସସ୍‌ପେନ୍ସ ଜାରି ରହିଥିଲା। ଜିଓ ହଟ୍‌ଷ୍ଟାର ଓ କଲର୍ସରେ ରାତି ୯ଟାରୁ ଏକକାଳୀନ ପ୍ରସାରଣ ଚାଲିଥିବାବେଳେ ଦର୍ଶକଙ୍କ ଉତ୍କଣ୍ଠା ଓ ଉତ୍ସୁକତା ବଢ଼ିବାରେ ଲାଗିଥିଲା।
ରାତି ପ୍ରାୟ ୧୨ଟାରେ ହୋଷ୍ଟ ସଲ୍‌ମାନ ବିବାଦୀୟ ଶୋ’ର ବିଜେତା ଭାବେ ଗୌରବଙ୍କ ନାମ ଘୋଷଣା କରିଥିଲେ। ଗୌରବଙ୍କୁ ଓ୍ବିନର୍ସ ଟ୍ରଫି ସହ ୫୦ ଲକ୍ଷ ଟଙ୍କା ଓ କାର୍‌ ମିଳିଛି। ୧୯୮୧ ଡିସେମ୍ବର ୧୧ରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମିତ ଗୌରବ ସିଆଇଡି ସିରିଏଲ୍‌ରେ ସିନିୟର ଇନ୍ସପେକ୍ଟର କବିନ୍‌ ଭୂମିକାରେ ନଜର ଆସିଥିଲେ। ପରେ ଅନୁପମା, ଏ ପ୍ୟାର୍‌ ନା ହୋଗା କମ୍‌ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟର ଯାଦୁକରୀ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ବର୍ଷକ ପାଇଁ ଏକ ଆଇଟି କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଗୌରବ ବିଗ୍‌ ବସ୍‌ ମୁକୁଟ ପିନ୍ଧିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ମାନଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। xରେ ହ୍ୟାଶ୍‌ଟ୍ୟାଗ୍‌ କଂଗ୍ରାଟ୍ସ ଜିକେ ଟ୍ରେଣ୍ଡ କରୁଛି।

Dharitri – Odisha’s No.1 Odia Daily 

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri