ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା ‘ଟୁଇଷ୍ଟ ଓ ଟର୍ନ’ର ଅବସାନ ଘଟିଛି। ୪୩ ବର୍ଷୀୟ ଅଭିନେତା ଉପସ୍ଥାପକ ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ ଗୌରବ ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଫାଇନାଲିଷ୍ଟ ଫର୍‌ହାନା ଭଟ୍ଟ, ଅମାଲେ ମଲିକ, ପ୍ରଣିତ ମୋରେ ଓ ତାନିୟା ମିତ୍ତଲଙ୍କୁ ପଛରେ ପକାଇ ଧାରାବାହିକ ଉନ୍ନବିଂଶ ସଂକରଣର ବିଗ୍‌ ବସ୍‌ ପାଲଟିଛନ୍ତି। ଅଭିନେତ୍ରୀ ଫର୍‌ହାନା ଭଟ୍ଟ ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି।

ବିଗ୍‌ ବସ୍‌ ଗ୍ରାଣ୍ଡ ଫିନାଲେରେ ଏହାର ହୋଷ୍ଟ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌, ଭୋଜପୁରୀ ଗାୟିକା ପଓ୍ବନଙ୍କ ସମେତ ଅନେକ ନାମୀ ଅତିଥି ଯୋଗଦେଇଥିଲେ। ଗତ ଅଗଷ୍ଟ ୨୪ରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ଏଥିରେ ୧୬ କଣ୍ଟେଷ୍ଟାଣ୍ଟ ଥିବାବେଳେ ପରେ ଓ୍ବାଇଲ୍ଡ କାର୍ଡ ଜରିଆରେ ଆଉ ୨ ଜଣ ଏଣ୍ଟ୍ରି କରିଥିଲେ। ଏଥର ବିଗ୍‌ବସ୍‌ର ଥିମ୍‌ ରହିଥିଲା ଘରଓ୍ବାଲେଁା କୀ ସରକାର। ବିଜେତା କିଏ ହେବେ, ତାକୁ ନେଇ ଶେଷ ପର୍ଯ୍ୟନ୍ତ ସସ୍‌ପେନ୍ସ ଜାରି ରହିଥିଲା। ଜିଓ ହଟ୍‌ଷ୍ଟାର ଓ କଲର୍ସରେ ରାତି ୯ଟାରୁ ଏକକାଳୀନ ପ୍ରସାରଣ ଚାଲିଥିବାବେଳେ ଦର୍ଶକଙ୍କ ଉତ୍କଣ୍ଠା ଓ ଉତ୍ସୁକତା ବଢ଼ିବାରେ ଲାଗିଥିଲା।
ରାତି ପ୍ରାୟ ୧୨ଟାରେ ହୋଷ୍ଟ ସଲ୍‌ମାନ ବିବାଦୀୟ ଶୋ’ର ବିଜେତା ଭାବେ ଗୌରବଙ୍କ ନାମ ଘୋଷଣା କରିଥିଲେ। ଗୌରବଙ୍କୁ ଓ୍ବିନର୍ସ ଟ୍ରଫି ସହ ୫୦ ଲକ୍ଷ ଟଙ୍କା ଓ କାର୍‌ ମିଳିଛି। ୧୯୮୧ ଡିସେମ୍ବର ୧୧ରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମିତ ଗୌରବ ସିଆଇଡି ସିରିଏଲ୍‌ରେ ସିନିୟର ଇନ୍ସପେକ୍ଟର କବିନ୍‌ ଭୂମିକାରେ ନଜର ଆସିଥିଲେ। ପରେ ଅନୁପମା, ଏ ପ୍ୟାର୍‌ ନା ହୋଗା କମ୍‌ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟର ଯାଦୁକରୀ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ବର୍ଷକ ପାଇଁ ଏକ ଆଇଟି କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଗୌରବ ବିଗ୍‌ ବସ୍‌ ମୁକୁଟ ପିନ୍ଧିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ମାନଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। xରେ ହ୍ୟାଶ୍‌ଟ୍ୟାଗ୍‌ କଂଗ୍ରାଟ୍ସ ଜିକେ ଟ୍ରେଣ୍ଡ କରୁଛି।

Dharitri – Odisha’s No.1 Odia Daily 

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri