୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିଯାଇଛି । ଫଳ ଦୋକାନ ପ୍ରାୟ ୫୦ରୁ ଅଧିକ ଦୋକାନ ଜାଳିପୋଡି ଛାରଖାର ହୋଇଯାଉଛି । ଜିଲାପାଳଙ୍କ ଅଫିସ ନିକଟରେ ଥିବା ପୌରସଂସ୍ଥା ପକ୍ଷରୁ ତିଆରି ହୋଇଥିବା ଫଳ ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଥିଲେ ବି ନିଆଁକୁ ଆୟତ୍ତ କରିପାରି ନ ଥିଲେ । ସମସ୍ତ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଫଳ ଦୋକାନୀମାନେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକୋ କରିଥିଲେ । ତହସିଲଦାର ଓ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ଆଲୋଚନା କରୁଥିବା ଜଣାଯାଇଛି । ବଲାଙ୍ଗୀରର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ନରସିଂହ ମିଶ୍ର ପୋଡି ଯାଇଥିବା ଫଳ ମାର୍କେଟ ପରିଦର୍ଶନ କରିବା ସହ ମ୍ୟୁନିସିପାଲଟି ଅବହେଳାରୁ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି। ଫଳ ଦୋକାନୀଙ୍କୁ ଗୋଟିଏ ବି ଅଗ୍ନି ନିର୍ବାପକ ଯନ୍ତ୍ର ଦିଆଯାଇନଥିଲା। ତୁରନ୍ତ କ୍ଷତିଗ୍ରସ୍ତ ଫଳ ଦୋକାନୀଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ସବୁ ସହର

ଭୁବନେଶ୍ୱର,୧ା୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି…

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର…

ମନମୁଖୀ କରାଯାଉଛି କର୍ମଚାରୀ ଛଟେଇ: ଟିପିଡବ୍ଲ୍ୟୁଓଡିଏଲ ବିରୋଧରେ ବିକ୍ଷୋଭ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ଟିପିଡବ୍ଲ୍ୟୁଓଡିଏଲର ମନମୁଖୀ ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲୋଇସିଂହା ବିଦ୍ୟୁୁତ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନର…

ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri