Posted inଜାତୀୟ

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଆମଦାନୀ ବଢ଼ାଇବା ସହ ସ୍ବଦେଶୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଗୁରୁତ୍ୱ ଦେଉଛି। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ ଭଳି ସମ୍ବେଦନଶୀଳ ବର୍ଡରରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଯବାନ ଓ ଅନ୍ୟ ଅଧିକାରୀଙ୍କ ଅଭାବ ଉପୁଜିଛି। ଆବଶ୍ୟକତାଠାରୁ କର୍ତ୍ତବ୍ୟରତ ସୈନ୍ୟ ଓ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଏହି ଅର୍ଦ୍ଧସାମରିକ ବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ଭିତରେ କାର୍ଯ୍ୟରେ ନିୟୋଜିତ କେହି କର୍ମଚାରୀ ଅସୁସ୍ଥ ହେଲେ ସମ୍ପୂର୍ଣ୍ଣ ୟୁନିଟ୍‌ ଉପରେ ଚାପ ପଡ଼ୁଥିବା ବିଏସ୍‌ଏଫ୍‌ ପକ୍ଷରୁ ଅଭିଯୋଗ ଆସିଛି। ଜଣେ ସୀମା ସୁରକ୍ଷା ବଳ ଅଧିକାରୀଙ୍କ କହିବା ମୁତାବକ, ପ୍ରତି ୟୁନିଟ୍‌ରେ ପ୍ରାୟ ୧୦୦ ଅଧିକାରୀ ଲୋ ମେଡିକାଲ କାଟାଗୋରୀ (ଏଲ୍‌ଏମ୍‌ସି)ରେ ଆସୁଛନ୍ତି। ଅର୍ଥାତ୍‌ ଏହି ବର୍ଗରେ ଥିବା ଯବାନ ତଥା ଅନ୍ୟ କର୍ମଚାରୀ ହାଇ ରିସ୍କ ଏରିଆ କିମ୍ବା ଅତି ବିପଦପୂର୍ଣ୍ଣ ସୀମାନ୍ତରେ ଚ୍ୟାଲେଞ୍ଜିଂ ଅପରେଶନ କରିବା ପାଇଁ ଶାରୀରିକ ଦୃଷ୍ଟିରୁ ସକ୍ଷମ ନୁହନ୍ତି। ପ୍ରତ୍ୟେକ ବିଏସ୍‌ଏଫ୍‌ ୟୁନିଟ୍‌ରେ ୧,୨୧୦ କର୍ମଚାରୀ ରହିଛନ୍ତି। ବିଏସ୍‌ଏଫ୍‌ରେ ପ୍ରାୟ ୨୦ ହଜାର ପଦବୀ ଖାଲି ପଡ଼ିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ତଥ୍ୟ ହେଉଛି, ଅଫିସର ର଼୍ୟାଙ୍କଠାରୁ ତଳସ୍ତରର କର୍ମଚାରୀଙ୍କ ଅଭାବ ସଂଖ୍ୟା ଅଧିକ। ସେମାନେ ସିକ୍ୟୁରିଟି ନେଟ୍‌ର ପ୍ରମୁଖ ଅଙ୍ଗ। ପର୍ଯ୍ୟବେକ୍ଷକ ଭାବେ ପ୍ରଥମ ସ୍ତରରେ ହେଡ୍‌ କନଷ୍ଟେବଳ ରହିଥାନ୍ତି। ପରେ ଏଏସ୍‌ଆଇ, ଏସ୍‌ଆଇ, ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁପରଭାଇଜର ଭୂମିକା ନେଇଥାନ୍ତି। କିନ୍ତୁ ଏହି ସ୍ତରରେ ବହୁ ଅଧିକାରୀ ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ବିଏସ୍‌ଏଫ୍‌ କର୍ତ୍ତୃପକ୍ଷ ଭଲଭାବେ ଅବଗତ ବୋଲି ସମ୍ପୃକ୍ତ ଅଫିସର ଜଣକ କହିଛନ୍ତି। ପ୍ରବେଶ ସ୍ତରରେ କନଷ୍ଟେବଳମାନଙ୍କୁ ପ୍ରଥମ ପ୍ରମୋଶନ ପାଇବା ନିମନ୍ତେ ୨୦ ବର୍ଷରୁ ଅଧିକ ସମୟ ଲାଗିଯାଉଛି। ଏହି ଅସୁବିଧା ବିଏସ୍‌ଏଫ୍‌ର ପ୍ରତ୍ୟେକ ର଼୍ୟାଙ୍କରେ ରହିଛି। ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଏକ ‘ଦରବାର୍‌’ ଡାକି କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଥିଲେ। କିନ୍ତୁ କରୋନା ମହାମାରୀ ପରଠାରୁ ତାହା ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟାଳୟ ସ୍ତରରେ ଅନୌପଚାରିକ ଭାବେ ବୈଠକ ବସୁଥିବା ଜଣାପଡ଼ିଛି।

ବିଏସ୍‌ଏଫ୍‌ରେ ୧୯୦ ବାଟାଲିୟନ ରହିଛି। ୫,୫୦୦ ଅଧିକାରୀ ଗ୍ରୁପ୍‌ ‘ଏ’ରେ ଥିବାବେଳେ ଗ୍ରୁପ୍‌ ‘ବି’ ଏବଂ ‘ସି’ରେ ପ୍ରାୟ ୨.୫ ଲକ୍ଷ କର୍ମଚାରୀ ରହିଛନ୍ତି। ଏଥିସହ ବିଏସ୍‌ଏଫ୍‌ରେ ସହକର୍ମୀଙ୍କୁ ହତ୍ୟା କରିବା ଭଳି ଘଟଣା ମଧ୍ୟ ଅନେକ ସମୟରେ ଘଟୁଛି। ୨୦୨୧ରେ ଏଭଳି ୨ଟି ମାମଲା ସାମ୍‌ନାକୁ ଆସିଥିବାବେଳେ ଚଳିତ ବର୍ଷ ଅଦ୍ୟାବଧି ଏପରି ୫ ଘଟଣା ଘଟିସାରିଲାଣି। ପଡ଼ୋଶୀ ପାକିସ୍ତାନ ଓ ଚାଇନା ସଂଲଗ୍ନ ସୀମାରେ ଭାରତୀୟ ଯବାନମାନେ ପ୍ରତିପକ୍ଷଙ୍କ ସହ ମୁହାଁମୁହିଁ ହେଉଥିବାବେଳେ ବିଏସ୍‌ଏଫ୍‌ରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ସାମରିକ ବଳର ଦୁର୍ବଳତାକୁ ପଦାକୁ ଆଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri