ବିଏମ୍‌ସିର ପଲିଥିନ ବ୍ୟାନ୍‌ ବାଟବଣା

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଗତବର୍ଷ ଅକ୍ଟୋବର ୨ରୁ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିଥିବା ଘୋଷଣା କରିଛି। ହେଲେ ଆରମ୍ଭରୁ ଚଢ଼ାଉ ଓ ପଦକ୍ଷେପ ନେଇ ଯେଉଁ ତତ୍ପରତା ଦେଖାଇଥିଲା ତାହା ଆଉ ନାହିଁ। ଏବେ ହାଟ, ବଜାରରେ ଗଦା ଗଦା ପଲିଥିନ। ବ୍ୟବସାୟୀ ଓ ଲୋକଙ୍କ ହାତରେ କପଡ଼ା ବ୍ୟାଗ୍‌ ପରିବର୍ତ୍ତେ ପଲିଥିନ ଦେଖିବାକୁ ମିଳୁଛି। ଆଉ ୧୪ଦିନ ପରେ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍‌କୁ ବର୍ଷେ ପୂରୁଛି। ମଝିରେ ମଝିରେ ବିଏମ୍‌ସି, କମିଶନରେଟ ପୋଲିସର ମିଳିତ ଟିମ୍‌ ଚଢ଼ାଉ କରୁଥିଲେ ମଧ୍ୟ ସେପରି କିଛି ସଫଳତା ମିଳିନାହିଁ। ଫଳରେ ପଲିଥିନ ବ୍ୟାନ୍‌ ବାଟବଣା ହୋଇଛି।
ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟାନ୍‌କୁ କଡ଼ାକଡ଼ି କରିବା ପାଇଁ ବିଏମ୍‌ସିରେ ଏକ ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଜରିମାନା ଆଦାୟ କରିଥିଲା। ସଚେତନତା ସୃଷ୍ଟି ସହ ବିକଳ୍ପ ବ୍ୟବସ୍ଥା ସ୍ବରୂପ କପଡ଼ା, ରିସାଇକ୍ଲିବଲ୍‌ ତଥା ଇକୋ ଫ୍ରେଣ୍ଡ୍‌ଲି କ୍ୟାରି ବ୍ୟାଗ୍‌ ଉପରେ ଗୁରୁତ୍ୱ ଦିଆଗଲା। କିଛିଦିନ ଧରି ବଜାରରୁ ପଲିଥିନ କ୍ୟାରି ବ୍ୟାଗ୍‌ ଉଭାନ ହୋଇଗଲା। ଲୋକଙ୍କ ହାତରେ କପଡ଼ା ଓ ଜରି ବ୍ୟାଗ୍‌ ଦେଖିବାକୁ ମିଳିଥିଲା। ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସେପରି କୌଣସି ପଦକ୍ଷେପ ନିଆ ନ ଯିବାରୁ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ କିଛି ପଡ଼ିଲା ନାହିଁ। ଧୀରେ ଧୀରେ ନିଷେଧ ପଲିଥିନ ବ୍ୟବହାର ପୂର୍ବପରି ଚାଲିବାରୁ ନିଦ ଭାଙ୍ଗିବା ପରି ପୁଣି ଗତ ଜୁନ୍‌ ମାସଠାରୁ ବିଏମ୍‌ସି ଚଢାଉ ଅରମ୍ଭ କରିଥିଲା। ଏବେ ବିଏମ୍‌ସି ପୂରା ଶୋଇଯାଇଥିବାବେଳେ ଛୋଟ ବଡ଼ ସବୁ ବ୍ୟବସାୟୀ ବେଧଡ଼କ ଭାବେ ପଲିଥିନରେ ଗ୍ରାହକଙ୍କୁ ସାମଗ୍ରୀ ଦେଉଥିବା ନଜରକୁ ଆସିଛି।
ସହରର କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ଯଦି ନୂଆ ମୋଟର ଯାନ ଆଇନ ପରି ପଲିଥିନ କଟକଣା ଉପରେ ବିଏମ୍‌ସି ଧ୍ୟାନ ଦେବ ତା’ହେଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ହେଲେ ବିଏମ୍‌ସିର ପଲିଥିନ କଟକଣାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତା ନାହିଁ। ଏହାଦ୍ୱାରା ଲୋକେ ଓ ବ୍ୟବସାୟୀମାନେ ନିର୍ଭୟରେ ପଲିଥିନ ବ୍ୟବହାର କରିଚାଲିଛନ୍ତି। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଆଉ ଚଢ଼ାଉ ହେବାର ବି ଦେଖାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri