ବାହୁଡ଼ୁଛନ୍ତି ମହାପ୍ରଭୁ: ବଡ ଠାକୁରଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧୨।୭: ରଥାରୂଢ଼ ଓ ଛେରାପହଁରା ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧.୧୫ରେ ସର୍ବପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଅପରାହ୍ନ ୪ଟାରେ ରଥଟଣା ଲାଗି ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ସଅଳ ନୀତିକାନ୍ତି ଯୋଗୁ ୨ ଘଣ୍ଟା ୪୫ ମିନିଟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି।