ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଗଲା। ଦୁନିଆର ଆଲୋକ ଦେଖିବା ଆଗରୁ ଯମଜ ଶିଶୁପତ୍ର ଆଖି ବୁଜିଲେ। ବାହାର ରାଜ୍ୟରୁ ଓଡ଼ିଶା ମାଟିକୁ ଫେରିବା ସେମାନଙ୍କ ପାଇଁ କାଳ ହେଲା। ଭାଗ୍ୟକୁ ଦୋଷ ଦେଇ ନୀରବ ରହିଥିବା ଏହି ଦମ୍ପତିଙ୍କ ପ୍ରତି ଅବହେଳା କରିଥିବା ବ୍ୟକ୍ତିବିଶେଷ ମାନବକିତା ଭୁଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଗାଁମରଦା ପଞ୍ଚାୟତ ଚିରୁକୁଇପଦା ଗ୍ରାମର ରବୀନ୍ଦ୍ର ବେହେରା ଗୁଜୁରାଟର ଏକ ଟାୟାର କମ୍ପାନୀରେ କାମ କରୁଥିଲେ। ଲକ୍ଡ଼ାଉନ ଯୋଗୁ ସେ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ କୁନି ଟ୍ରେନ୍ରେ ଆସି ସୋମବାର ଅପରାହ୍ନରେ ବାଲେଶ୍ୱରରେ ଓହ୍ଲାଇଥିଲେ। ପରେ ବସ୍ରେ ବସି ରାସଗୋବିନ୍ଦପୁର ଆସିବା ସମୟରେ କୁନିଙ୍କ ପ୍ରସବ ବେଦନା ହୋଇଥିଲା। ଫଳରେ ରବୀନ୍ଦ୍ର ନିକଟସ୍ଥ ବାଲେଶ୍ୱର ମେଡ଼ିକାଲ୍କୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମେଡ଼ିକାଲ୍ରେ ଆଡ଼ମିଶନ କରିବା ପାଇଁ କହିଥିଲେ। ହେଲେ ସେଠାରେ ସେଦିନ ଡ୍ୟୁଟିରେ ଥିବା ନର୍ସ ତୁମ ଘର ମୟୂରଭଞ୍ଜ ଜିଲାରେ ତୁମେ ସେଠାରେ ଚିକିତ୍ସା ହେବ କହି ଫେରାଇ ଦେଇଥିଲେ। ସନ୍ଧ୍ୟାରେ ବାଧ୍ୟ ହୋଇ ରବୀନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ଧରି ବସ୍ଷ୍ଟାଣ୍ଡକୁ ଆସିଥିଲେ। ପ୍ରବାସୀମାନଙ୍କୁ ସମସ୍ତ ବସ୍ ନେଇ ପଳାଇଯାଇଥିବା ବେଳେ ସେଠାରେ ଆଉ କୌଣସି ବସ୍ ନ ଥିଲା। ଫଳରେ ସେ ଏକ କାର୍ ଭଡ଼ା କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର କୁନିଙ୍କୁ ଦେଖି ଇଞ୍ଜେକଶନ୍ ଏବଂ ଔଷଧ ଦେଇଥିଲେ। ହେଲେ ତୁମେ ଅନ୍ୟ ରାଜ୍ୟରୁ ଆସିଛ କାଳେ କିଛି ହେବ କହି ସେଠାକାର କର୍ମଚାରୀମାନେ ତୁମେ ମେଡ଼ିକାଲ୍ରେ ନ ରହି କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିବା ପାଇଁ କହିଥିଲେ। କ୍ୱାରାଣ୍ଟାଇନରେ ରହିଲେ ତାଙ୍କ ସ୍ତ୍ରୀଙ୍କ କିପରି ଚିକିତ୍ସା ହେବ ଭାବି ରବୀନ୍ଦ୍ର ମେଡ଼ିକାଲ୍ରେ ରହିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କେହି କିଛି କଥା ନ ଶୁଣି ତାଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରକୁ ପଠାଇ ଦେଇଥିଲେ। ସୋମବାର ରାତିରେ ରବୀନ୍ଦ୍ର ଓ କୁନି ରାସଗୋବିନ୍ଦପୁର ବିଦ୍ୟାଳୟରେ ଖୋଲିଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। ରାତି ୧୧ଟାରେ କୁନିଙ୍କ ଅଧିକ ପ୍ରସବ ବେଦନା ହୋଇଥିଲା। ରବୀନ୍ଦ୍ର କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା କର୍ମଚାରୀଙ୍କୁ କହିବା ପରେ ଜଣେ ଡାକ୍ତର ଆସି କୁନିଙ୍କୁ ଇଞ୍ଜେକଶନ ଦେଇଥିଲେ। ମଙ୍ଗଳବାର ସକାଳ ୧୦ଟା ସମୟରେ କେତେକ ଲୋକ କହିବା ପରେ ଏକ ସ୍ବତନ୍ତ୍ର ଗାଡ଼ିରେ କୁନିଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ୍କୁ ପଠାଯାଇଥିଲା। ପରେ କୁନି ଅପରାହ୍ନ ୧ଟା ୧୪ରେ ଗୋଟିଏ ଓ ୧ଟା ୩୦ରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ। ହେଲେ ଦୁଇଟି ଯାକ ସନ୍ତାନ ତାଙ୍କର ମୃତ୍ୟୁବରଣ କରିଥିଲେ। ଗୁଜରାଟରୁ ଆସିଥିବାରୁ ତାଙ୍କ ପ୍ରତି ସମସ୍ତେ ଅବହେଳା କରିବାରୁ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କ ଜୀବନ ଗଲା ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି।
ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
ରାଜ୍ୟରେ ଝଡ଼ବର୍ଷା ଆଲର୍ଟ
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
Archives

