ବାହାନଗା ଟ୍ରେନ ଦୁର୍ଘଟଣା: ୮୦ ମୃତ

ବାହାନଗା ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚତ୍ଛି। ଆହତ ସଂଖ୍ୟା ୮୦୦ରୁ ଅଧିକ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆହତଙ୍କୁ ବାଲେଶ୍ୱର ଜିଲା ବିଭିନ୍ନ ଡାକ୍ତରଖାନା ସମେତ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ, ପ୍ରଶାସନିକ ଟିମ୍‌ ସହ ସ୍ବେଚ୍ଛାସେବୀ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି।