Categories: ଖେଳ

ବାଲେ ଦାନ କଲେ ୫ଲକ୍ଷ ପାଉଣ୍ଡ

ଲଣ୍ଡନ, ୨୪ା୪ (ଏଏଫ୍‌ପି)-କରୋନାରେ ଆକ୍ରାନ୍ତଙ୍କ ରୋଗୀଙ୍କ ଚିକିତ୍ସା ଷ୍ଟାର ଫୁଟ୍‌ବଲ ଖେଳାଳି ଗ୍ୟାରେଥ୍‌ ବାଲେ କାର୍ଡିଫ୍‌ସ୍ଥିତ ଏକ ହସ୍ପିଟାଲକୁ ୫ ଲକ୍ଷ ପାଉଣ୍ଡ (୬୧୫,୦୦୦ ଡଲାର) ଦାନ କରିଛନ୍ତି। ବାଲେ କହିଛନ୍ତି, ଓ୍ବେଲ୍ସର ‘ଦି ୟୁନିଭର୍ସିଟି ହସ୍ପିଟାଲ’ ପ୍ରତି ମୋର ବିଶେଷ ଦୁର୍ବଳତା ରହିଛି। କାରଣ ଏହିଠାରେ ମୁଁ ଜନ୍ମ ଗ୍ରହଣ କରିଥିଲି। ଓ୍ବେଲ୍ସର ଏହି ୩୦ବର୍ଷୀୟ ଫରଓ୍ବାର୍ଡ ଖେଳାଳି ସ୍ପାନିଶ ଫୁଟ୍‌ବଲ କ୍ଲବ ରିୟଲ ମାଡ୍ରିଡ୍‌ ଦଳ ପକ୍ଷରୁ ମଧ୍ୟ ଖେଳିଥାନ୍ତି। ସେ ୪ଥର ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିଛନ୍ତି। ବୁଧବାର ସୁଦ୍ଧା ଓ୍ବେଲ୍ସରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୦୦ରୁ ଅଧିକ ରହିଥିବାବେଳେ ୬୨୪ଜଣଙ୍କର ମୃତ୍ୟୁ ଘଟିସାରିଛି।

Share