ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ

କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି।  ତେଲୁଗୁ ସମ୍ପ୍ରଦାୟର କେହି ମୃତ୍ୟୁ ହେଲେ ସତ୍କାର ପାଇଁ ୨୦୦୨ରେ ମାତାମଠସ୍ଥିତ ଏକ ସ୍ଥାନ ନିରୂପଣ ହୋଇଥିଲା। ଏହାକୁ ତେଲୁଗୁ ମଶାଣୀ ଘୋଷଣା କରାଯାଇଥିଲା। ସେବେଠାରୁ ମଙ୍ଗଳାବାଗ, ଥୋରିଆସାହି, ଦେୱାନବଜାର, ଓଡ଼ିଆବଜାର, ଜଗନ୍ନାଥ ବଲ୍ଲଭ, ସୂତାହାଟ, ବାଉଁଶଗଳି, ପଟାପୋଲ, ମୋଚିସାହି, ରାଣୀହାଟ, ମାଛୁଆବଜାର, ନୂଆପାଟଣା, କ୍ୟାଣ୍ଟନମେଣ୍ଟ, ହାୱଡ଼ାମୋଟର ଅଞ୍ଚଳର ପ୍ରାୟ ୧ ଲକ୍ଷ ଲୋକ କ୍ରିୟାକର୍ମ ପାଇଁ ଏହି ମଶାଣୀ ଉପରେ ନିର୍ଭର କରୁଛନ୍ତି। କଟକ ମହାନଗର ନିଗମ (ସିଏମସି) ମଶାଣି ଚାରିପାଖରେ ୮ ଲକ୍ଷ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ, ଟ୍ୟୁବୱେଲ ପାଣି ତଥା ଆଲୋକ ବ୍ୟବସ୍ଥା କରିଥିଲା। ଫାଇଲିନ ବାତ୍ୟାରେ ଏହା କିଛିକାଂଶରେ କ୍ଷତିଗ୍ରସ୍ତ ହୋଇଥିଲା। ପରେ ସିଏମସି ୪ ଲକ୍ଷ ଟଙ୍କା ବ୍ୟୟରେ ମଶାଣୀର ପୁନରୁଦ୍ଧାର କରିଥିଲା। ଏହାଛଡ଼ା ୩ ଲକ୍ଷ ୮୦ ହଜାର ବ୍ୟୟରେ ମାତାମଠ, ସିସୋର (ଜାଇକା) ରୋଡଠାରୁ ମଶାଣୀ ପର୍ଯ୍ୟନ୍ତ ପକ୍କାରାସ୍ତା କରାଯାଇଛି। ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଶିବଙ୍କ ରୁଦ୍ର ମୂର୍ର୍ତ୍ତି ସ୍ଥାପନ ସହ ପରିବେଶ ସୁରକ୍ଷା ପାଇଁ ପ୍ରାୟ ୨୦୦ ଚାରା ଲଗାଯାଇଛି। ଶବବାହକମାନେ ବସିବା ପାଇଁ ୬ଟି ସିମେଣ୍ଟ ବେଞ୍ଚ ସେହି ସ୍ଥାନରେ ତିଆରି ହୋଇଛି। ଏହା ସତ୍ତ୍ବେ ଜିଲା ପ୍ରଶାସନ ସୂଚନା ନ ଦେଇ ବାଲି ଫିଲିଂ କରୁଛି। ଏ ନେଇ ସମ୍ପ୍ରଦାୟର ଲୋକେ ଜିଲାପାଳ, ସିଏମ୍‌ସି କମିଶନରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପଦକ୍ଷେପ ଶୂନ। ତେଣୁ ବାଲି ଫିଲିଂ କରିବା ପୂର୍ବରୁ ଶ୍ମଶାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ‘ଐକ୍ରତା’ ସଙ୍ଗଠନ। ବୁଧବାର ଏନେଇ ତିନିକୋଣିଆ ବଗିଚାରେ ଏକ ଖବରଦାତା ସମ୍ମିଳନୀରେ ସଙ୍ଗଠନ ଉପଦେଷ୍ଟା ପ୍ରଦୀପ ପଟ୍ଟନାୟକ କହିଛନ୍ତି, ଦାବି ପୂରଣ ନ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ।
ଜିଲାପାଳଙ୍କୁ ଦାବିପତ୍ର ଦେଲେ ବିଧାୟକ
ମାତାମଠସ୍ଥିତ ଶ୍ମଶାନ ଘାଟରେ ବାଲି ପୋତେଇ ଦ୍ୱାରା ଶ୍ମଶାନ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। କିଛି ବର୍ଷ ଭିତରେ ପ୍ରାୟ ଦୁଇଶହ ତେଲୁଗୁ ସଂପ୍ରଦାୟର ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଓ କ୍ରିୟାକର୍ମ ଏଠାରେ ହୋଇଛି। ଶ୍ମଶାନ ଘାଟର ସୁରକ୍ଷା ସକାଶେ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ଜିଲାପାଳ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଦାବିପତ୍ର ଦିଆଯାଇଛି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀ ଏହି ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର

ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?