ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

 

ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)-
ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦ ବର୍ଷର ପ୍ରକଳ୍ପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ଛି। ଏହି ପାଓ୍ବାରହାଉସ୍‌ କୋଠାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ବାଲିମେଳା ବିଭାଗୀୟ କର୍ତ୍ତୃପକ୍ଷ ଜିଲାପାଳଙ୍କୁ ପତ୍ର ଲେଖି ଜଣାଇଛନ୍ତି। ବାଲିମେଳା ପାଓ୍ବାରହାଉସର ଡିଜିଏମ୍‌ ଏସ୍‌.ଏସ୍‌.ପି. ରାଓଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏନେଇ ଜିଲାପାଳଙ୍କୁ ଆମେ ପତ୍ର ଲେଖି ଜଣାଇଛୁ। ଏ ବିଷୟରେ ସିଭିଲ୍‌ ବିଭାଗରୁ ପ୍ରକୃତ ତଥ୍ୟ ମିଳିପାରିବ। ଅନ୍ୟପକ୍ଷରେ ବିଭାଗୀୟ ମୁଖ୍ୟ ଜିଲା ପ୍ରଶାସନ ସହ ଶକ୍ତି ବିଭାଗକୁ ଜଣାଇବା ପରେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ବିଭାଗୀୟ ଅଧିକାରୀ ଆଖି ବୁଜି ଦେଇଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରୁଣା ଜଳବିଦ୍ୟୁତ୍‌ ପ୍ରକଳ୍ପରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରି ସରକାର ଲାଭବାନ ହେଉଛନ୍ତି। ମାତ୍ର ଏହାର ରକ୍ଷଣାବେକ୍ଷଣ ପାଇଁ ଆଖି ବୁଜିି ଦେଇଛନ୍ତି। ଏହି ପାଓ୍ବାର ହାଉସ୍‌ ଦ୍ୱାରା ବିଦ୍ୟୁତ୍‌ ଉପତ୍ାଦନ ପରେ ବଳକା ଜଳକୁ କୃଷିକ୍ଷେତ୍ରରେ ବିନିଯୋଗ କରିବା ଲକ୍ଷ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ ସୁର୍ଲୁକୋଣ୍ଡାଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ପୋଟେରୁରେ ବୃହତ ଜଳସେଚନ ଯୋଜନା କରାଯାଇଛି। ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ଏକ କ୍ରଶର ୟୁନିଟ୍‌ ବୋଲି କୁହାଯାଉଛି। ପାଓ୍ବାର ହାଉସ୍‌ଠାରୁ ମାତ୍ର ୬୦୦ ମିଟର ଦୂରରେ ଏକ କ୍ରଶର୍‌ ୟୁନିଟ୍‌ ଖୋଲାଯାଇଛି। ଏଠାରେ ଥିବା ପଥରକ୍ୱାରି ବିସ୍ଫୋରଣ ଯୋଗୁ ଜଳବିଦ୍ୟୁତ୍‌ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି। ତେବେ ମାଲକାନଗିରି ଜିଲା ରାଜସ୍ବ ବିଭାଗ ପାଓ୍ବାର ହାଉସ୍‌ ନିକଟରେ କ୍ରଶର ୟୁନିଟ୍‌ ଖୋଲିବା ଏବଂ ବିସ୍ଫୋରଣ ପାଇଁ ଅନୁମତି କିପରି ଦେଲା ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ବିସ୍ଫୋରଣ ହେତୁ ପାଓ୍ବାରହାଉସ୍‌ ତଳିଆ ମାଟି ହାଲୁକା ହୋଇ ଜଳଧାରଣ କ୍ଷମତା ହରାଇ ଜଳବିଦ୍ୟୁତ୍‌ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି କରିଛି। ତୁରନ୍ତ ରାଜ୍ୟ ସରକାର ଏହି ଜଳବିଦ୍ୟୁତ୍‌ କେନ୍ଦ୍ରର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ବାଲିମେଳା ବିଦ୍ୟୁତ ପ୍ରକଳ୍ପ ପାଇଁ ସ୍ବାଭିମାନ ଅଞ୍ଚଳର ୭ଟି ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଥିଲା। ଗୁରୁପ୍ରିୟା ସେତୁ ପରେ ଏବେ ମଧ୍ୟ ୫ଟି ପଞ୍ଚାୟତର ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ପ୍ରକଳ୍ପ ପାଇଁ ହଜାର ହଜାର ଆଦିବାସୀ ସେମାନଙ୍କ ବାସସ୍ଥାନ, ଚାଷଜମି ଓ ଭିଟାମାଟି ଛାଡି ବିସ୍ଥାପିତ ହୋଇଛନ୍ତି। ଏବେ ସେମାନଙ୍କର ବାସ୍ତବ ସ୍ଥିତି ଏବଂ ବସବାସ ସମ୍ପର୍କରେ କୌଣସି ପ୍ରକୃତ ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ...

ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ...

ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ...

ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri