ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

 

ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)-
ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦ ବର୍ଷର ପ୍ରକଳ୍ପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ଛି। ଏହି ପାଓ୍ବାରହାଉସ୍‌ କୋଠାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ବାଲିମେଳା ବିଭାଗୀୟ କର୍ତ୍ତୃପକ୍ଷ ଜିଲାପାଳଙ୍କୁ ପତ୍ର ଲେଖି ଜଣାଇଛନ୍ତି। ବାଲିମେଳା ପାଓ୍ବାରହାଉସର ଡିଜିଏମ୍‌ ଏସ୍‌.ଏସ୍‌.ପି. ରାଓଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏନେଇ ଜିଲାପାଳଙ୍କୁ ଆମେ ପତ୍ର ଲେଖି ଜଣାଇଛୁ। ଏ ବିଷୟରେ ସିଭିଲ୍‌ ବିଭାଗରୁ ପ୍ରକୃତ ତଥ୍ୟ ମିଳିପାରିବ। ଅନ୍ୟପକ୍ଷରେ ବିଭାଗୀୟ ମୁଖ୍ୟ ଜିଲା ପ୍ରଶାସନ ସହ ଶକ୍ତି ବିଭାଗକୁ ଜଣାଇବା ପରେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ବିଭାଗୀୟ ଅଧିକାରୀ ଆଖି ବୁଜି ଦେଇଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରୁଣା ଜଳବିଦ୍ୟୁତ୍‌ ପ୍ରକଳ୍ପରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରି ସରକାର ଲାଭବାନ ହେଉଛନ୍ତି। ମାତ୍ର ଏହାର ରକ୍ଷଣାବେକ୍ଷଣ ପାଇଁ ଆଖି ବୁଜିି ଦେଇଛନ୍ତି। ଏହି ପାଓ୍ବାର ହାଉସ୍‌ ଦ୍ୱାରା ବିଦ୍ୟୁତ୍‌ ଉପତ୍ାଦନ ପରେ ବଳକା ଜଳକୁ କୃଷିକ୍ଷେତ୍ରରେ ବିନିଯୋଗ କରିବା ଲକ୍ଷ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ ସୁର୍ଲୁକୋଣ୍ଡାଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ପୋଟେରୁରେ ବୃହତ ଜଳସେଚନ ଯୋଜନା କରାଯାଇଛି। ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ଏକ କ୍ରଶର ୟୁନିଟ୍‌ ବୋଲି କୁହାଯାଉଛି। ପାଓ୍ବାର ହାଉସ୍‌ଠାରୁ ମାତ୍ର ୬୦୦ ମିଟର ଦୂରରେ ଏକ କ୍ରଶର୍‌ ୟୁନିଟ୍‌ ଖୋଲାଯାଇଛି। ଏଠାରେ ଥିବା ପଥରକ୍ୱାରି ବିସ୍ଫୋରଣ ଯୋଗୁ ଜଳବିଦ୍ୟୁତ୍‌ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି। ତେବେ ମାଲକାନଗିରି ଜିଲା ରାଜସ୍ବ ବିଭାଗ ପାଓ୍ବାର ହାଉସ୍‌ ନିକଟରେ କ୍ରଶର ୟୁନିଟ୍‌ ଖୋଲିବା ଏବଂ ବିସ୍ଫୋରଣ ପାଇଁ ଅନୁମତି କିପରି ଦେଲା ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ବିସ୍ଫୋରଣ ହେତୁ ପାଓ୍ବାରହାଉସ୍‌ ତଳିଆ ମାଟି ହାଲୁକା ହୋଇ ଜଳଧାରଣ କ୍ଷମତା ହରାଇ ଜଳବିଦ୍ୟୁତ୍‌ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି କରିଛି। ତୁରନ୍ତ ରାଜ୍ୟ ସରକାର ଏହି ଜଳବିଦ୍ୟୁତ୍‌ କେନ୍ଦ୍ରର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ବାଲିମେଳା ବିଦ୍ୟୁତ ପ୍ରକଳ୍ପ ପାଇଁ ସ୍ବାଭିମାନ ଅଞ୍ଚଳର ୭ଟି ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଥିଲା। ଗୁରୁପ୍ରିୟା ସେତୁ ପରେ ଏବେ ମଧ୍ୟ ୫ଟି ପଞ୍ଚାୟତର ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ପ୍ରକଳ୍ପ ପାଇଁ ହଜାର ହଜାର ଆଦିବାସୀ ସେମାନଙ୍କ ବାସସ୍ଥାନ, ଚାଷଜମି ଓ ଭିଟାମାଟି ଛାଡି ବିସ୍ଥାପିତ ହୋଇଛନ୍ତି। ଏବେ ସେମାନଙ୍କର ବାସ୍ତବ ସ୍ଥିତି ଏବଂ ବସବାସ ସମ୍ପର୍କରେ କୌଣସି ପ୍ରକୃତ ତଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri