ବାରାପୁର-ଗରସଙ୍ଗ ରାସ୍ତା କାମ ଅସମ୍ପୂର୍ଣ୍ଣ: ଧାରଣାରେ ବସିଲେ ୨ କଲେଜର ଛାତ୍ରୀଛାତ୍ର

ଖଇରା,୨୧।୧(ଡି.ଏନ.ଏ.)- ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ବାରାପୁର-ଅନ୍ତରା ଆର୍‌ଡି ରାସ୍ତା ୧ବର୍ଷରୁ ଊର୍ଦ୍ଧ୍ୱ ହେଲା ଅସମ୍ପୂର୍ଣ୍ଣ ହୋଇ ରହିଛି। ଠିକାଦାର ରାସ୍ତାକୁ ମେଟାଲିଂ କରି ବିଲ୍‌ ନେଇ ପଳାଇବା ପରେ ଏବେ ଏହାର ଦୁର୍ଦ୍ଦଶା ସାଧାରଣ ଯାତ୍ରୀଙ୍କୁ ଭୋଗିବାକୁ ପଡୁଛି ା ବିଶେଷ କରି ରାତି ପାହିଲେ ରାସ୍ତା ବ୍ୟବହାର ପାଇଁ ବାଧ୍ୟ ହେଉଥିବା ଗରସଙ୍ଗ ଜମ୍ବେଶ୍ୱର ମହାବିଦ୍ୟାଳୟ ଓ ଅନ୍ତରାର ଅଗଣି ନରେନ୍ଦ୍ର ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏହି ଅସମ୍ପୂର୍ଣ୍ଣ ରାସ୍ତାରେ ପଡ଼ିି ଦୁର୍ଘଟଣାର ଶିକାର ହେଉଛନ୍ତି ା ନିକଟରେ ଏହିଭଳି ଦୁର୍ଘଟଣାରେ ଶିକାର ହୋଇଥିବା ଅକ୍ଷୟ ଖିଲାର ଓ ଭସ୍କର ଚନ୍ଦ୍ର ଧଳ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସହିତ ସିମୁଳିଆ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଯାତ୍ରୀମାନେ ଦୁଃଖ ଜଣାଇ ସାରିଲେଣି ା ସବୁ ପରେ ଦୁର୍ଦ୍ଦଶା କମିବାର ନାଁଗନ୍ଧ ଧରୁନି ା ଶେଷରେ ସୋମବାର ରାସ୍ତା ସଂଯୋଗ କରୁଥିବା ୨ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାରାପୁର କେନାଲ ନିକଟରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଧାରଣାରେ ବସି ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି ା ଖୁବଶୀଘ୍ର ରାସ୍ତାକାମ ଆରମ୍ଭ ନ ହେଲେ ଉଭୟ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଧାରଣାରେ ବସିବେ ବୋଲି ଛାତ୍ରୀ ରଙ୍ଗଲତା ସାହୁ, ମାନସୀ ଦାସ, ମୋନାଲିସା ବେହେରା, ପ୍ରୀତିଲତା ମହାନ୍ତି, ଛାତ୍ର ସୁବାସ ଦଳେଇ, ସାଗର ଲେଙ୍କା, ହିମାଂଶୁ ସେଠୀ, ପ୍ରଫୁଲ୍ଲ ହାତୀ, ମନୋରଞ୍ଜନ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାରାପୁର-ଅନ୍ତରା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରାୟ ୫ବର୍ଷ ତଳେ ହୋଇଥିଲା ା ରାସ୍ତା ଶୋଚନୀୟ ହୋଇ ପଡ଼ିବା ପରେ ସମୟସୀମା ସରି ନ ଥିବାରୁ ଠିକାଦାର ବର୍ଷକ ତଳେ ରାସ୍ତାରୁ ପିଚୁ ତାଡି ମେଟାଲିଂ କରି ଦେଇଥିଲେ ା ତା’ପରେ ସମ୍ପୂର୍ଣ୍ଣ ନ କରି ଛାଡି ପଳାଇବା ପରେ ମେଟାଲଗୁଡିକ ରାସ୍ତାରୁ ବାହାରି ବିକ୍ଷିପ୍ତ ହୋଇ ପଡ଼ି ରହିବା ଯାତ୍ରୀଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ବିପଦ ସୃଷ୍ଟି କରୁଛି ା ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଚୁ ପାଇଁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ହେଲେ ଏହି ଫଣ୍ଡ ବାଲେଶ୍ୱର ଡିଭିଜନକୁ ଆସିବା ପରିବର୍ତ୍ତେ ଭଦ୍ରକ ଡିଭିଜନକୁ ଆସିଥିବା ଆଳ ଦେଖାଇ ଏ ପର୍ଯ୍ୟନ୍ତ କାମ କରାଯାଉ ନ ଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ୧୧ଟାରୁ ୧ଘଟିକା ପର୍ଯ୍ୟନ୍ତ ରାସ୍ତାରେ ଧାରଣା ଦେଇଥିଲେ ା ରାସ୍ତାରେ ଯାଉଥିବା ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁଯାତ୍ରୀ ସ୍ବତଃପ୍ରବୃତ୍ତ ଭାବେ ଧାରଣାରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟ ରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ ଯେଉଁ ଠିକାଦାର ଟେଣ୍ଟର ନେଇଥିଲେ ସେ କାର୍ଯ୍ୟ କରିବାରେ ବିଳମ୍ବ କରୁଥିବାରୁ ତାଙ୍କୁ ହଟାଇ ନୂଆ ଠିକାଦାରଙ୍କୁ କାମ ଦେବା ପାଇଁ ଟେଣ୍ଟର ପ୍ରକ୍ରିୟା ଆରମ୍ଭ ହୋଇଛି ା ମାସକ ମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍‌, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…

ଭୁବନେଶ୍ୱର,୧୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି,...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri