ବାପୁଜୀ ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତ ସହ ଖେଳ: ଆଡମିଶନ ହୋଇଥି୍ଲା, ଫର୍ମ ଫିଲ୍‌ଅପ୍‌ ନୋହିଲା

ପରଜଙ୍ଗ, ୧୮।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗଡ଼ପଳାଶୁଣୀସ୍ଥିତ ବାପୁଜୀ ସେକେଣ୍ଡାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଘାଘରାମୁଣ୍ଡା ଗ୍ରାମର ଛାତ୍ର ରାକେଶ ନାୟକ। ସେ କହିଛନ୍ତି, ଆଡମିଶନବେଳେ ଧାର୍ଯ୍ୟଠାରୁ ଅଧିକ ଟଙ୍କା ନେଇଥିଲେ କଲେଜ କର୍ତ୍ତୃପକ୍ଷ। ହେଲେ ଫର୍ମ ଫିଲ୍‌ଅପ୍‌ ବେଳେ ତାଙ୍କ ନାଁ ତାଲିକାରେ ନାହିଁ। ସେ ପରୀକ୍ଷା ଦେଇପାରିବେନାହିଁ। ତାଙ୍କର ୨ବର୍ଷ ବରବାଦ ହୋଇଯାଇଛି। ଏହାର ପ୍ରତିବାଦ କରିବାରୁ କଲେଜ ଅଧ୍ୟକ୍ଷ ତାଙ୍କୁ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ କହୁଛନ୍ତି। ଏ ନେଇ ସେ କୋର୍ଟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।
୨୦୧୮ରେ ରାକେଶ ମାଟ୍ରିକ୍‌ ପାସ୍‌ ପରେ ଅନ୍‌ଲାଇନରେ କଲେଜରେ ନାମ ଲେଖାଇବାକୁ ଆବେଦନ କରିଥିଲେ। ପ୍ରଥମ ସିଲେକ୍ସନରେ ଗଣପଳାଶୁଣୀ ବାପୁଜୀ ସେକେଣ୍ଡାରୀ ସ୍କୁଲରେ ସେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥିଲାଗି ୨୦୧୮ ଜୁଲାଇ ୪ରେ ଆଡ୍‌ମିଶନ ବାବଦକୁ ୨ ହଜାର ଟଙ୍କା ଦେଇଥିଲେ। ଏଥିସହ ଡୋନେଟ ବାବଦକୁ ୩୫୦୦ ଟଙ୍କା ଦେଇଥିଲେ। ତାଙ୍କୁ କଲେଜ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ତାଙ୍କ ରୋଲ ନଂ. ୧୬୧। ଏହାପରେ ପ୍ରଥମବର୍ଷ ଫର୍ମ ଫିଲ୍‌ଅପ୍‌୍‌ ପାଇଁ ସେ ୧୨ଶହ ଟଙ୍କା ଦାଖଲ କରିଥିଲେ। ଏଥିସହ ନିୟମିତ କ୍ଲାସ କରି ନ ଥିବାରୁ ଫାଇନ୍‌ ବାବଦକୁ ୧୩ଶହ ଟଙ୍କା ଦେଇଥିଲେ। ୨୦୧୯ ଅଗଷ୍ଟ ୨୧ରେ ତାଙ୍କୁ ରିଆଡମିଶନ କରିବାକୁ ପଡ଼ିଲା। ଏଥିପାଇଁ କଲେଜ ପକ୍ଷରୁ ୩୦୦୦ ଟଙ୍କା ନିଆଯାଇଥିଲା। ତେବେ ଦ୍ୱିତୀୟ ବର୍ଷ ଫର୍ମ ଫିଲ୍‌ଅପ୍‌ କରିବାକୁ କଲେଜକୁ ଯିବା ସମୟରେ ତାଙ୍କ ଆଡମିଶନ ହୋଇ ନ ଥିବା ସେ ଜାଣିବାକୁ ପାଇଥିଲେ। ଏହା ତାଙ୍କୁ ହତ୍‌ବାକ୍‌ କରିଦେଇଥିଲା। ଏ ନେଇ ସେ କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସମସ୍ୟା ସମାଧାନ ପରିବର୍ତ୍ତେ ଅଧ୍ୟକ୍ଷ ତାଙ୍କୁ ୧୧ ହଜାର ଟଙ୍କା ନେଇଯାଇ କଲେଜରୁ ବାହାରି ଯିବାକୁ କହିଥିଲେ। ଏପରି କି ତାଙ୍କର ୨ବର୍ଷ ବରବାଦ ହୋଇଯାଇଥିବାରୁ ଏଥିପାଇଁ କିଏ ଦାୟୀ ବୋଲି ଛାତ୍ର ପ୍ରଶ୍ନ କରିଥିଲେ। ତଥାପି କଲେଜ ଅଧ୍ୟକ୍ଷ ଏହାକୁ ଭ୍ରୁକ୍ଷେପ କରି ନ ଥିଲେ। ସମସ୍ତ ବାର୍ତ୍ତାଳାପକୁ ଛାତ୍ର ଜଣକ ମୋବାଇଲରେ ରେକର୍ଡିଂ କରିଛନ୍ତି।
ଏ ନେଇ କଲେଜ ଅଧ୍ୟକ୍ଷ ଭଗବାନ ସାସ୍‌ମଲ କୁହନ୍ତି, ଛାତ୍ର ଜଣକ ପ୍ରଥମେ ଏଠାରେ ନାମ ଲେଖାଇଥିଲେ। ପରେ ତାଙ୍କର ଅନ୍ୟ ଏକ କଲେଜରେ ସିଲେକ୍ସନ ହୋଇଥିଲା। ହେଲେ କଲେଜର କ୍ଲର୍କ ଏ ନେଇ ତାଙ୍କୁ ଅବଗତ କରାଇ ନ ଥିଲେ। କିମ୍ବା ରେଜିଷ୍ଟ୍ରାରରୁ ନାମ କଟାଯାଇ ନ ଥିଲା। ଭୁଲବଶତଃ ଏପରି ହୋଇଯାଇଛି। ଛାତ୍ରଙ୍କୁ ୧୮ ହଜାର ଟଙ୍କା ଦେବାକୁ ରାଜି ଥିବାବେଳେ ସେ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି। ଅନ୍ୟପଟେ ନିୟମ ଅନୁଯାୟୀ, ଜଣେ ଛାତ୍ର ୭୫% କ୍ଲାସ କରି ନ ଥିଲେ ପରୀକ୍ଷା ଦେଇପାରିବେ ନାହିଁ। ହେଲେ କେଉଁ ପରିସ୍ଥିତିରେ ରାକେଶଙ୍କ ରିଆଡମିଶନ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ନାମଲେଖା ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ହେଉଥିବାବେଳେ ଏଥିରେ ଟଙ୍କା ନେଣଦେଣ କାରବାର ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସିବ ବୋଲି ରାକେଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri