ବାପାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା, ଜନ୍ମବାର୍ଷିକୀରେ ଫଟୋ ଶେୟାର କରି ହେଲେ ଭାବବିହ୍ବଳ

ମୁମ୍ବାଇ: ବାପା ଅଶୋକ ଚୋପ୍ରାଙ୍କ ମୃତ୍ୟୁକୁ ଛଅ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ତାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା। ଆଜି ଜନ୍ମବାର୍ଷିକ ଅବସରରେ ଏକ ଭାବବିହ୍ବଳ ପୋଷ୍ଟ କରି ପିତାଙ୍କୁ ମନେ ପକାଇଛନ୍ତି ପିସି। ବାପାଙ୍କ ଏକ ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ପ୍ରତି ବର୍ଷ ଏହି ସମୟରେ ଆମେମାନେ ଆପଣଙ୍କୁ ସର୍‌ପ୍ରାଇଜ୍‌ ଦେବା ଲାଗି ଭିନ୍ନ ଭିନ୍ନ ଉପାୟ ଆପଣାଉଥିଲୁ। ହେଲେ କେବେ ତାହା କରିପାରୁ ନ ଥିଲୁ। କାରଣ ତାହା ଆପଣ ପୂର୍ବରୁ ଜାଣି ଯାଉଥିଲେ। ଏବେ ମୁଁ ଆଶା କରୁଛି ଆପଣ ଯେଉଁଠି ବି ରୁହନ୍ତୁ ନା କାହିଁକି ପ୍ରତିଦିନ ଆମ ସହିତ ଅଛନ୍ତି। ମୁଁ କିଛି ବି କାମ କଲେ ଆପଣଙ୍କ କଥା ଭାବେ। କିଛି ବି ନିଷ୍ପତ୍ତି ନେଲେ ଆପଣଙ୍କ ରାୟ କ’ଣ ତାହା ଜାଣିବାକୁ ଚେଷ୍ଟା କରେ। ମୋତେ ଆର୍ଶୀବାଦ କରୁଥିବାରୁ ସର୍ବଦା ଋଣି ରହିବି। ଜନ୍ମଦିନର ଅଭିନନ୍ଦନ ବାପା। ଆମେ ସମସ୍ତେ ଆପଣଙ୍କୁ ବହୁତ ଭଲ ପାଉ।

ତେବେ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ୨୦୧୩ରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା। ହେଲେ ପିସି ପିତାଙ୍କ ଅତି ଗେହ୍ଲି ହୋଇଥିବା ହେତୁ ସବୁବେଳେ ବାପାଙ୍କୁ ମନେ ପକାନ୍ତି। ଏପରିକି ନିଜ ହାତରେ ସେ ଡାଡିସ୍‌ ଲିଟଲ୍‌ ଗର୍ଲ ବୋଲି ଟାଟୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?