ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ସିଦ୍ଧହସ୍ତ ବିଦ୍ୟାବତୀ

ବରପାଲିି, ୧୫।୭ (ଡି.ଏନ.ଏ): ହସ୍ତତନ୍ତ ଓ ବିୟନଶିଳ୍ପରେ ଅନେକ କଳା ମଧ୍ୟରୁ ବାନ୍ଧକଳା ଅନ୍ୟତମ । ଏହି ଅନନ୍ୟ କଳାକୃତି ଓ ହସ୍ତତନ୍ତ ବୁଣା ସମ୍ବଲପୁରୀ ଶାଢ଼ୀ ପାଇଁ ବରଗଡ଼ ଜିଲା ବରପାଲି ବିଶ୍ୱ ବିଖ୍ୟାତ । ସମ୍ପ୍ରତି ରାଜ୍ୟ ଓ ରାଜ୍ୟବାହାରେ ବରପାଲି ମାଟିର ବହୁ ବାନ୍ଧଶିଳ୍ପୀ ସମ୍ମାନିତ ହୋଇଛନ୍ତି । ତନ୍ମଧ୍ୟରୁ ବିଦ୍ୟାବତୀ ମେହେର ଅନ୍ୟତମ। ବର୍ତ୍ତମାନ ଆଧୁନିକ ଯୁଗରେ ନୂତନ ଶୈଳୀ ଯୋଗୁ ମେସିନରେ ତିଆରି ଲୁଗା, ହାତରେ ତିଆରି ବାନ୍ଧ ଆଦି କମ୍ପ୍ୟୁଟର ମାଧ୍ୟମରେ ଡିଜାଇନ ହୋଇପାରୁଛି । ଏହାକୁ ନେଇ ବରପାଲିର ଜଣେ ଯୁବତୀ ସୁଶ୍ରୀ ବିଦ୍ୟାବତୀ ମେହେର ନିଜର ଦୃଢ଼ ଇଚ୍ଛାଶକ୍ତି ତଥା ଆଗ୍ରହ ବଳରେ ବାନ୍ଧକଳାକୁ କମ୍ପ୍ୟୁଟର ମାଧ୍ୟମରେ ଗ୍ରାଫ ଡିଜାଇନ କରି ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି । ସେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ରବିଦ୍ୟାବତୀ ଆମେରିକାଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି ।
ବରଗଡ ଜିଲା ସୀମାନ୍ତ ଛତିଶଗଡ ରାଜ୍ୟର ଶକରା ଗ୍ରାମରେ ବାପା ହେମ ସାଗର ମେହେରଙ୍କ ଜ୍ୟେଷ୍ଠା କନ୍ୟା ବିଦ୍ୟାବତୀ । ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିନାହାନ୍ତି । କିନ୍ତୁ ବରପାଲିଠାରେ ନୂତନ ଭାବେ ଖୋଲିଥିବା ଏକ ଗୋଷ୍ଠୀ ସୂଚନା ସାଧନ କେନ୍ଦ୍ରରେ ସେ ୨୦୧୬ରେ ଆଡମିଶନ କରି କମ୍ପ୍ୟୁଟର ତାଲିମ ନେଇଥିଲେ । କେନ୍ଦ୍ରର ଅଧ୍ୟକ୍ଷ ତାଙ୍କୁ ଡିଜାଇନ ତିଆରି କରିବାର ଆଉ ଏକ ଭିନ୍ନ ଧରଣର ସଫ୍ଟୱେର ବିଷୟରେ ତାଲିମ ଦେଇଥିଲେ। ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ବିଦ୍ୟାବତୀଙ୍କ ସଫଳତା ଦେଖି ସଂସ୍ଥା ପକ୍ଷରୁ ତାଙ୍କ ନାମକୁ ଆମେରିକାର ଇଣ୍ଟରନେଟ୍‌ ସୋସାଇଟିକୁ ସୁପାରିଶ କରାଯାଇଥିଲା। ସୌଭାଗ୍ୟବଶତଃ ବିଶ୍ୱର କେତେକଙ୍କ ମଧ୍ୟରେ ବିଦ୍ୟାବତୀ ଆମେରିକାଠାରେ ସମ୍ବର୍ଦ୍ଧିତ ହୋଇଥିଲେ । ସେ ଏବେ ବରପାଲିଠାରେ ବାନ୍ଧ ଡିଜାଇନ ସହ ବୁଣାବୁଣି ଓ ରଙ୍ଗକାମ କରୁଛନ୍ତି । କମ୍ପ୍ୟୁଟର ମାଧ୍ୟମରେ ନୂତନତାକୁ ଆହ୍ବାନ କରିବା ସହ ବ୍ୟବସାୟରେ ଉନ୍ନତି ଓ ବୁଣାକାରଙ୍କୁ ସହଯୋଗ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଭୋ ଭୋ ହୋଇ କାନ୍ଦିଲେ ଆନ୍ନା ହଜାରେ: ଅସୁସ୍ଥ ଥିବା ସତ୍ତ୍ୱେ..

ମୁମ୍ବାଇ,୨୩।୭:ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ଏକ ନୀରବ ପ୍ରତିବାଦ ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ମହାରାଷ୍ଟ୍ରର ଶିରିଡିରେ ଏକ ନୀରବ ପ୍ରତିବାଦ ଆୟୋଜନ କରାଯାଇଥିଲା। ଦିଲ୍ଲୀରେ…

ଫାଷ୍ଟ ଟ୍ରାକ କୋର୍ଟ ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଉପରେ ଆସିଲା CJPର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ କୋର୍ଟ ଗଠନ କରାଯିବ। ସେ…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri