ବାଟ ହୁଡ଼ିଛି ଗାଁ ଆଲୋକୀକରଣ ବ୍ୟବସ୍ଥା ୩୦ ପ୍ରତିଶତ ପଞ୍ଚାୟତରେ ସୀମିତ

ନୟାଗଡ଼ ଅଫିସ,୧୮ା୮: ନୟାଗଡ଼ ଜିଲାର ବିଭିନ୍ନ ପଞ୍ଚାୟତରେ ଆଲୋକୀକରଣ ବ୍ୟବସ୍ଥା ଫେଲ୍‌ ମାରିଥିବା ଦେଖିବାକୁ ମିଳୁଛି। ଏ ନେଇ ପ୍ରତି ପଞ୍ଚାୟତକୁ ଅର୍ଥରାଶି ପ୍ରଦାନ କରାଯାଇଛି। ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚମାନେ ଧ୍ୟାନ ଦେଉ ନ ଥିବାରୁ ଏହି ବ୍ୟବସ୍ଥା ଫେଲ୍‌ ମାରିଥିବା କୁହାଯାଉଛି। ଅନ୍ୟପକ୍ଷେ ଲାଇଟ୍‌ ଲଗାଇବା ପରେ ରକ୍ଷଣାବେକ୍ଷଣା ଖର୍ଚ୍ଚ କିପରି କରିବେ ସେ ନେଇ ସରପଞ୍ଚମାନେ ଦ୍ୱନ୍ଦ୍ୱରେ ଥିବାରୁ ଏଥିପ୍ରତି ଆଗଭର ହେଉ ନ ଥିବା ଜଣାପଡିଛି।
ପ୍ରକାଶ ଯେ, ପ୍ରତି ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା ପାଇଁ କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ପଞ୍ଚାୟତକୁ ଟଙ୍କା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ୨ ବର୍ଷରେ ପ୍ରତି ପଞ୍ଚାୟତକୁ ୧ ଲକ୍ଷ ୭୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହିଭଳି ଭାବେ ଜିଲାର ୧୯୪ ପଞ୍ଚାୟତକୁ ୩ କୋଟି ୪୧ ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଏ ନେଇ ଅର୍ଥ ପ୍ରଦାନ କରାଯାଇଥିଲା। ହେଲେ ଅନେକ ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ଲାଇଟ୍‌ ଲଗାଯାଇନାହିଁ। ୧୯୪ ପଞ୍ଚାୟତରୁ ପ୍ରାୟ ୩୦ ପ୍ରତିଶତ ଅର୍ଥାତ୍‌ ୫୮ ପଞ୍ଚାୟତରେ ଲାଇଟ୍‌ ଲଗାଯାଇଥିବା ନେଇ ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ସୂଚନା ମିଳିଛି। ହେଲ ଉକ୍ତ ପଞ୍ଚାୟତଗୁଡିକ ବର୍ତ୍ତମାନ ସୁଦ୍ଧା ୟୁସି (ୟୁଟିଲାଇଜେଶନ ସାର୍ଟିଫିକେଟ) ଦାଖଲ କରିନାହାନ୍ତି। ଷ୍ଟ୍ରିଟ୍‌ ଲାଇଟ୍‌ ପିଛା ଟଙ୍କା ଦିଆଯାଉଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଦିଗରେ ବୈଠକ କରି ଆଲୋଚନା କରାଇବା କଥା। ହେଲେ ଏ ଦିଗରେ କୌଣସି ଆଲୋଚନା ହେଉନାହିଁ। ଅନ୍ୟପଟେ କେଉଁ ଗ୍ରାମରେ ଦୁଇଟି କିମ୍ବା ଅନ୍ୟ କେଉଁ ଗ୍ରାମରେ ଗୋଟିଏ ଲାଇଟ୍‌ ଲଗାଯିବ ତାହାକୁ କେନ୍ଦ୍ର କରି ଅନେକ ସ୍ଥାନରେ ଲାଇଟ୍‌ ଲଗାଯାଉନାହିଁ। ଆଲୋକୀକରଣ ବ୍ୟବସ୍ଥାରେ ଗାଁ ମୁଣ୍ଡରେ ଲାଇଟ୍‌ ନ ଲଗାଯିବା ଯୋଗୁ ପୂର୍ବଭଳି ଗ୍ରାମବାସୀ ଅନ୍ଧାରରେ ଯାତାୟାତ କରୁଛନ୍ତି। ପ୍ରତି ପଞ୍ଚାୟତକୁ ଏ ନେଇ ଅର୍ଥ ରାଶି ପ୍ରଦାନ କରାଯାଉଥିବା ବେଳେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ଘଟଣା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଶୁଣିବାକୁ ମିଳୁଛି ଯେ, ଆଗାମୀ ଦିନରେ ଡିଆରଡିଏରେ ବୈଠକ କରାଯାଇ ଏ ନେଇ ଆଲୋଚନା କରାଯିବ। ଟେଣ୍ଡର ଡକାଯାଇ କୌଣସି ସଂସ୍ଥାକୁ ଆଲୋକୀକରଣ କରାଇବା ଦାୟିତ୍ୱ ଦିଆଯିବ। ଉକ୍ତ ସଂସ୍ଥା ଲାଇଟ୍‌ ଲଗାଇବା ସହିତ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିବ। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଅନେକ ଗ୍ରାମରେ ଲାଇଟ୍‌ ଲଗାଯାଇଥିଲେ ମଧ୍ୟ ଯୁସି ଦାଖଲ କରାଯାଇନାହିଁ। ବଳକା ରହିଯାଇଥିବା ପଞ୍ଚାୟତରେ ତୁରନ୍ତ ଲାଇଟ୍‌ ଲଗାଇବା ଦିଗରେ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri